ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗୋଳାମୁଣ୍ଡା/୨୬/୧/ମସିହା/ ଆଜି ପବିତ୍ର ୭୪ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ସାରା ରାଜ୍ୟରେ ପାଳିତ ହେଉଥିବା ବେଳେ,ଗୋଳାମୁଣ୍ଡା ବ୍ଲକରେ ମଧ୍ୟ ଶିକ୍ଷାକ୍ଷେତ୍ର,ତଥା ପ୍ରତି ପଞ୍ଚାୟତ, ପୋଲିସ, ସମବାୟ, ତଥା ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ଠାରେ ମହତ୍ୱ ପୂର୍ଣ୍ଣ ଦିବସ କୁ ପାଳନ କରୁ ଥିବା ବେଳେ ପଣ୍ଡକୁଳ ମାଁ ମାଉଳି ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ , ସମ୍ପାଦିକା ସମସ୍ତ ସଭ୍ୟାଙ୍କ ଉପସ୍ଥିତରେ ପଣ୍ଡକୁଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘାସିରାମ ସେନାପତି, ଶ୍ୟାମ ମେହେର, ଜ୍ୟୋସ୍ନା ସେନାପତି, କ୍ଷୀରୋଦ ପୁଟେଲ ପ୍ରମୁଖ ଓ ଛାତ୍ର ଛାତ୍ରୀ ନିଜ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ସ୍ୱୟଂସହାୟକ ଗୋଷ୍ଠୀ ଠାରେ ଆସି ପତାକା ତଳେ  ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ପରେ ଫରଙ୍ଗ ପଞ୍ଚାୟତରେ ପଞ୍ଚାୟତ ପବ୍ଲିକସ୍କୁଲର ପ୍ରତିଷ୍ଠାତା ସୁବାଷ ବାଗ ଙ୍କ ନେତୃତରେ ମହାସମାରୋହରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ, ସମାଜ ସେବୀ ଙ୍କ ଗହଣରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଫରଙ୍ଗ ସରପଞ୍ଚ, ହୀରାବତୀ ଭୋଇ, ପୂର୍ଵତନ ସରପଞ୍ଚ କୁନି ପଧାନ ,ସମିତି ସଭ୍ୟା ଅପୂର୍ଣ ବାରିକ,ଉଦିଆ ନିଆଲ, ଅବସର ପ୍ରାାପ୍ତ ଶିକ୍ଷକ ଗଣେଶ ଚନ୍ଦ୍ର ରାଉତ, ଦେବେନ୍ଦ୍ର ପ୍ରଧାନ,ସମାଜ ସେବୀ ରାମକୁମାର ସେନାପତି ପ୍ରମୁଖ ଙ୍କ ଉପସ୍ଥିତ ରେ ଉଦିଆ ନିଆଲ, ରାମକୁମାର ସେନାପତି, ଓ ଗଣେଶ ଚନ୍ଦ୍ର ରାଉତ ବକ୍ତବ୍ୟ ପ୍ରଦାନ କରିଥିଲେ, ଏବଂ ଅନ୍ୟାନ୍ୟ ଅତିଥିହେଲେ ପୂର୍ଣ୍ଣ ଚନ୍ଦ୍ର ଭୋଇ, ସୁରେନ୍ଦ୍ର ବାରିକ ଉପସ୍ଥିତ  ରହିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

“ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଧୁମଧାମରେ ସ୍ୱାୟତ ଶାସନ ଦିବସ ପାଳିତ 

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

masiha

ଭୋଟର ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!