ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁରରେ ବ୍ଳକ୍ ସ୍ତରୀୟ ୭୪ ତମ ସାଧାରଣ ଦିବସ ପାଳିତ

ଥୁଆମୁଳ ରାମପୁର:୨୬/୦୧ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ମୁଖ୍ଯାଳୟରେ ପ୍ରଶାସନ ତରଫରୁ ୭୪ ତମ ସାଧାରଣତନ୍ତ୍ର ଦିବସ ବ୍ଳକ କାର୍ଯ୍ଯାଳୟ ଠାରେ ପାଳିତ ହୋଇଯାଇଛି। ଏଥିରେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଯୋଗଦେଇ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ଅତିରିକ୍ତ ବିଡିଓ ଶ୍ରୀ ଭରତ କୁମାର ମେହେର, ଜେଇ ଶ୍ରୀ ବାଞ୍ଚାବଟ ପାଣ୍ତେ, ଜେଇ ଶ୍ରୀ ଦେବେନ୍ଦ୍ର କୁମାର କୁମାର , ଜେଇ ଶ୍ରୀ ପ୍ରତାପ କୁମାର ଦାସ,ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା ସହିତ ବ୍ଳକ କର୍ମଚାରୀ ଉପସ୍ଥିତ ରହିଥିଲେ। ସେହିପରି ଥାନା, ଆଇସିଡିଏସ,ଶିକ୍ଷା ବିଭାଗ, କଲେଜ୍, ତହସିଲଦାର କାର୍ଯ୍ଯାଳୟ, ସ୍ବାସ୍ଥ୍ୟ ବିଭାଗ, ଡାକ ବିଭାଗ, ବିଦ୍ୟାଳୟ,ବ୍ଯାଙ୍କ, ସମତ୍ ବିଭିନ୍ନ କ୍ଳବ ଯୁବ ଅନୁଷ୍ଠାନ, ଗ୍ରାମପଞ୍ଚାୟତ ବ୍ଯତିତ ଅନ୍ଯାନ୍ଯ ରାଜନୈତିକ ଦଳ ପକ୍ଷରୁ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଳାହାଣ୍ଡି ୭୫ ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି, ଓଡିଶା ଭାସ୍କର ରଥ ର ଜୁନାଗଡ଼ ରେ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ 

masiha

ଲାଞ୍ଜିଗଡ ପଞ୍ଚାୟତ ସମିତିର ନବମ ବୈଠକ ଅନୁଷ୍ଠିତ

masiha

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!