ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ କବି ମାନଙ୍କ କବିତା ପାଠ

କବି ସମ୍ମିଳନୀ ଓ କବିତା ପାଠୋତ୍ସବରେ କବି ମାନଙ୍କ କବିତା ପାଠ

ଖଇରା,୧୭/୬/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତ ନନ୍ଦୁର ଠାରେ ଶେଷ ରଜ ଉପଲକ୍ଷେ ଶିକ୍ଷକ ତଥା କବି ଲମ୍ବୋଦର ନନ୍ଦଙ୍କ ଆହ୍ୱାନ କ୍ରମେ ରଜ ପାଳନ, କବି ସମ୍ମିଳନୀ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶୁଭେନ୍ଦୁ ଶେଖର ନନ୍ଦଙ୍କ ଜନ୍ମ ଦିବସ ଅବସରରେ ଆୟୋଜିତ ଏହି କବିତା ପାଠ ସଭାର ସଭାପତିତ୍ବ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ସୁଦାମ ଚରଣ ରାଉତ । ଉକ୍ତ କବିତା ପାଠୋତ୍ସବରେ ବରେଣ୍ଯ ଅତିଥି ଭାବେ ପ୍ରାବନ୍ଧିକ ଶରତ ଚନ୍ଦ୍ର ମହାନ୍ତି, ରବିନ୍ଦ୍ର ବେହୁରୀଆ, ମହେଶ୍ବର ପଣ୍ଡା ପ୍ରମୁଖ ଯୋଗଦାନ କରିଥିବା ବେଳେ କବିତା ସଂଯୋଜନା କରିଥିଲେ କବି ଉମେଶ ଚନ୍ଦ୍ର ମହାନ୍ତି ଓ ବିକାଶ କୁମାର ଶତପଥୀ । ରଜ ପର୍ବ ମାଟି,ବର୍ଷା ଓ ଉର୍ଜା କଥା କହୁଥିବା ବେଳେ କଥା ସାହିତ୍ୟ ମୌସୁମୀରୁ ନୂଆ ନୂଆ ଜୀବନ ସଞ୍ଚରିତ କରନ୍ତି ବୋଲି ଅତିଥି ମାନେ କହିଥିଲେ । ଏଥିରେ ପୁରୁଷୋତ୍ତମ ବିଶ୍ବାଳ, ଦୈତାରି ମଲ୍ଲିକ, ଶ୍ରୀଧର ପତ୍ରୀ, ମହେଶ୍ବର ପଟ୍ଟନାୟକ, ପ୍ରସନ୍ନ ମତ୍ତଗଜ, ସନ୍ଧ୍ୟାରାଣୀ ପଟ୍ଟନାୟକ, ସଂକୀର୍ତ୍ତନ ପଣ୍ଡା, ଗଗନ ବିହାରୀ ପଣ୍ଡା, ଅର୍ଜୁନ ଚରଣ ମହାରଣା, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ପ୍ରଭାକର ସାହୁ, ନିରଞ୍ଜନ ପ୍ରସାଦ ବାରିକ, ପଦ୍ମନାଭ ଶନିବିଗ୍ରହ, ଦୀନବନ୍ଧୁ ପଣ୍ଡା, ସନାତନ ପାଣିଗ୍ରାହୀ, ପୂର୍ଣ୍ଣ ଚନ୍ଦ୍ର ଜେନା, ମାଗୁଣି ଭୂୟାଁ, ମନ୍ମଥ ସାମଲ, ବିଭୁତି ଭୂଷଣ ତ୍ରିପାଠୀ, ହରିହର ବେହେରା ଓ ଯଦୁନାଥ ନନ୍ଦଙ୍କ ସମେତ ବହୁ ଉପସ୍ଥିତ କବି କବିତା ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ କଲ୍ଯାଣ ପଣ୍ଡା, ନାରାୟଣ ନନ୍ଦ ଓ କିରଣ କୁମାର ନନ୍ଦ । ଶେଷରେ ଗୟାଧର ନନ୍ଦଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂଆପଡ଼ାର ଦୁଇ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶିଳାନ୍ୟାସ

ରାମ ନବମୀ ଉତ୍ସବ କମିଟି ପକ୍ଷରୁ ସଂମ୍ବାଦିକ ସମ୍ମେଳନୀ , ଏକ ହି ନାରା ଏକ ହି ନାମ ଜୟ ଶ୍ରୀ ରାମ ‘ ରାମ ନବମୀ କମିଟି ‘

Sunil Chandra Nayak

ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ  

masiha

Leave a Comment

error: Content is protected !!