ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣ ରେ ପକ୍ଷାଘାତ ରୋଗୀ ଗୁରୁତର

ପାପଡାହାଣ୍ଡି,11/01, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବଲ୍ଲା ପଞ୍ଚାୟତ ହିର୍ଲି ଗ୍ରାମରେ ମହୁମାଛି ଆକ୍ରମଣରେ ବୁଧବାର ଜଣେ ପକ୍ଷାଘାତ ରୋଗୀ ଗୁରୁତର ହୋଇଛନ୍ତି | ତାଙ୍କ ନାମ କେଶବ ମାଝୀ | ସୂଚନା ଅନୁଯାୟୀ ଶୌଚ ପାଇଁ ଘର ପଛକାନି ଖୋଳା ଜାଗା କୁ ଯାଇ ଥିଲେ | ଏହି ସମୟରେ ଅତର୍କିତ ଭାବେ ମହୁମାଛି ଆକ୍ରମଣ କରିଥିଲେ | କେଶବ ଙ୍କ ଏକ ଗୋଡ଼ ଓ ହାତ ପକ୍ଷାଘାତ ରୋଗ ଯୋଗୁଁ କାମ ଦେଉନାହିଁ | ଯାହାଫଳରେ ସେ ଠିକରେ ଚାଲି ମଧ୍ୟ ପାରୁନାହାନ୍ତି | କେଶବ ଙ୍କୁ ମହୁମାଛି ଆକ୍ରମଣ ହେବା ଦେଖି ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ | ଏହାପରେ ଘର ଲୋକଙ୍କୁ ଖବର ଦେବା ପରେ ଏକ ଅଟୋ ସାହାଯ୍ୟରେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ କେଶବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନିଟ୍ ୟୁଜି ପ୍ରଶ୍ନ ପ୍ରଘଟ ଓ ପରୀକ୍ଷା ବାତିଲ ପ୍ରସଙ୍ଗ , କଳାହାଣ୍ଡି ଯୁବ-ଛାତ୍ର ବିଜେଡିର ବିକ୍ଷୋଭ 

ରୁତୁଘୁଟୁ ଗ୍ରାମର ୭ ସାହି ରାସ୍ତା କାଦୁଅ ପଥ ପଚ; କଂକ୍ରିଟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

Sunil Chandra Nayak

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଭୀମଭୋଇ ସାହିତ୍ୟ ଆଲୋଚନା 

masiha

Leave a Comment

error: Content is protected !!