ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇତିହାସ ରଚିଲା ଲାଞ୍ଜିଗଡ଼ ବ୍ଲକ , ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବରେ ୩୦ ହଜାର ଜନସମାଗମ

୭୭ ସାଂସ୍କୃତିକ ଦଳ ପରିବେଷଣ କଲେ ବିଭିନ୍ନ ଲୋକକଳା

ସମ୍ବର୍ଦ୍ଧିତ ହେଲେ ପ୍ରତିଭା, ପୂର୍ବ ଜନପ୍ରତିନିଧି

ଲାଞ୍ଜିଗଡ଼,୧୧/୦୧(ମନିସ)-କଳା, ସଂସ୍କୃତି ଓ ଐତିହ୍ୟର ଅନନ୍ୟ ବାର୍ତ୍ତବାହ କଳାହାଣ୍ଡି ଉତ୍ସବ ଚଳିତ ବର୍ଷ ରୌପ୍ୟଜୟନ୍ତୀ ପାଳନ କରୁଥିବାବେଳେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲ ପଡିଆରେ ଆୟୋଜିତ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଏଥର ସମଗ୍ର ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛି । ସକାଳ ଦଶରୁ ରାତି ଦଶଟାଯାଏଁ ଚାଲିଥିବା ଏହି ଉତ୍ସବ ଯେ କୌଣସି ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପର୍ବ ଓ ମହୋତ୍ସବକୁ ଟକ୍କର ଦେବା ଭଳି ଦୃଶ୍ୟମାନ ହୋଇଥିଲା । ସକାଳୁ ବିଶ୍ୱ କପ୍ ହକିକୁ ନେଇ ଏକ ମିନି ମାରାଥନରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକେ ସାମିଲ ହୋଇଥିଲେ । ଏହାପରେ ବିଶ୍ୱନାଥପୁରସ୍ଥିତ ବେତାଳୀ ଭୈରବ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରିଥିବାବେଳେ ଏହି ଶୋଭାଯାତ୍ରାରେ ରେକର୍ଡ ସଂଖ୍ୟକ ଦଶ ହଜାରରୁ ଉର୍ଦ୍ଧ୍ୱ ଲୋକେ ସାମିଲ ହୋଇଥିଲେ । ଘୁମୁରା, ବଜାଶାଲ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଏଥିରେ ସାମିଲ ହୋଇଥିବାବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ଏଥିରେ ସାମିଲ ହୋଇଥିଲେ । ଏହାପରେ ଅନୁଷ୍ଠିତ ଉଦ୍ ଘାଟନୀ ସମାରୋହରେ ବିଧାୟକ ଶ୍ରୀ ଦିଶାରୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଓ ଉପାଧ୍ୟକ୍ଷ ଶ୍ରୀ ନାୟକଙ୍କ ସହିତ ଲୋକସଭା ସାଂସଦଙ୍କ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାକୁ ତପନ କୁମାର ଭୋଇ, ବେଦବ୍ୟାସ ପ୍ରଧାନ ପରିଚାଳନା କରିଥିଲେ । ଏହାପରେ ପରେ ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ରସରକେଲି, ମାଏଲା ଜଡ, ଡାଲଖାଇ, ବାଜାଶାଲ, ଢାପ ଆଦି ୭୭ଗୋଟି ସାଂସ୍କୃତିକ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଧାୟକ, ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ସମେତ ବିଶିଷ୍ଟ ଅତିଥି ଭାବେ ଜୁନାଗଡ଼ ବିଡିଓ ଦୁଲାରାମ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ବରିଷ୍ଠ ନାଗରିକ ଶ୍ରୀଧର ପେସନିଆ, ଚନ୍ଦ୍ରଧ୍ୱଜ ପେସନିଆ, ଟଙ୍କଧର ମାଝୀ, ସରସ୍ୱତୀ ମୁଣ୍ଡା, ଅନନ୍ତରାମ ପ୍ରଧାନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ନାଏକ, କ୍ରୀଡା କ୍ଷେତ୍ରରେ ଲାଲୁ ପ୍ରସାଦ ଭୋଇ, ସଞ୍ଜୟ ମାଝୀ, ସମାଜସେବା କ୍ଷେତ୍ରରେ ଶ୍ରୀବତ୍ସ ତାଣ୍ଡି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଲୋକକଳାକାର ଲୋଚନ ମାଝୀ, ଶିଳ୍ପାନୁଷ୍ଠାନ ଭାବେ ବେଦାନ୍ତ ଲିମିଟେଡକୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶ୍ରେଷ୍ଠ କର୍ମଚାରୀ ସୁଜିତ କୁମାର ସାହୁ, ପିଇଓ ତାପସ କୁମାର ସାହୁ, କନିଷ୍ଠଯନ୍ତ୍ରୀ ଗୋଲକ ବିହାରୀ ଭୋଇ, ଗ୍ରାମ ରୋଜଗାର ସେବକ ପ୍ରଦ୍ୟୁମ୍ନ ସାହୁ, ସ୍ୱେଚ୍ଛାସେବୀ ଧର୍ମେନ୍ଦ୍ର ପଣ୍ଡା, ମନୀଷ ମିଶ୍ର, ମିଶନ ସୂର୍ଯ୍ୟୋଦୟ ପାଇଁ କମ୍ବୁଭୂଷଣ ସିଂହ, ଆଶା କର୍ମୀ ବିଚିତ୍ରା ନାଏକ, ଅଙ୍ଗନବାଡି କର୍ମୀ ସୁଜାତା ଦୋରା, ଭଟାଙ୍ଗପଦର ଗ୍ରାମପଞ୍ଚାୟତ, ଗ୍ରାମୀଣ ଆବାସ ଯୋଜନା ବିଭାଗ, ଲାଞ୍ଜିଗଡ ପ୍ରେସ୍ କ୍ଲବ, ପିଇଡବ୍ଲ୍ୟୁ ମିଡିଆ ଏସୋସିଏସନ୍‌, ଏପିଓ ସଞ୍ଜିତ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଆଦର୍ଶ ପଞ୍ଚାୟତ ଭାବେ ତ୍ରିଲୋଚନପୁରକୁ ପୁରସ୍କୃତ କରାଯାଇଥିଲା । ଏହାସହିତ ପୂର୍ବତନ ଜନ ପ୍ରତିନିଧିମାନଙ୍କୁ ମଧ୍ୟ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସ୍ମରଣିକା ‘ଫୁଲଡୁମେର’ ଉନ୍ମୋଚିତ ହୋଇଥିଲା । ସାନ୍ଧ୍ୟକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୃଣ୍ମୟୀ କଳାକେନ୍ଦ୍ରର ବଜାଶାଲ, ବାଳଗୋପାଳ ସେବା ନିକେତନର ଘୁମୁରା, ଘୁଡକା ଆଦି ପ୍ରଦର୍ଶିତ ହୋଇଥିଲା । ଶେଷରେ ସମ୍ବଲପୁରୀ ଗାୟିକା ଅର୍ଚ୍ଚନା ପାଢୀ ଓ ଟିମ୍ ବିଳମ୍ବିତ ରାତିଯାଏଁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଉଦ୍‌ଯାପନୀ ସଭାକୁ ସୁଶୀଲ କୁମାର ବାଗ, ତପନ କୁମାର ଭୋଇ, ମନୀଷ ମିଶ୍ର ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ କମ୍ବୁଭୂଷଣ ସିଂହ, ଗୋପାଳଦାସ ମହାନନ୍ଦ, ବାବୁ ଜେନା ପରିଚାଳନା କରିଥିଲେ । ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ, ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ଲାଇନ ବିଭାଗ, ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ, ବିଶ୍ୱନାଥପୁର ଓ ଲାଞ୍ଜିଗଡ ପୁଲିସ ଏହାକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

masiha

Leave a Comment

error: Content is protected !!