ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦାହାଣ୍ଡି ଠାରେ ଶ୍ରୀ ହରିକଥା ପରାୟଣ ଉଦଯାପିତ     

ନବରଙ୍ଗପୁର( ମ ନି ସ )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସଦର ମହକୁମା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଆନୁକୂଲ୍ୟରେ ସାତଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଧାର୍ମିକ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ହରି କଥା ଉଦଯାପିତ ହୋଇଯାଇଛି l ଉଦଘାଟନ ଦିବସ ରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇ ଥିବା ବେଳେ ଉଦଯାପନ ଦିବସ ରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦାନ କରିଥିଲେ। ସାତଦିନ ବ୍ୟାପି ପ୍ରତ୍ୟେହ ତିନିଘଣ୍ଟା ଧରି ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଭୁଦାସ ଶ୍ରୀ ଅନନ୍ତ ଚରଣ ଆଚାର୍ଯ୍ୟ ଙ୍କ ମୁଖରୁ ସୁନ୍ଦର ପ୍ରବଚନ ଏବଂ ଭଜନ ପରିବେଷଣକୁ ଆନନ୍ଦ ମୁଖର କରୁଥିବା ବେଳେ ବହୁତ ଭକ୍ତ ସତସଙ୍ଗ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଥିଲେ। ଏହି ଅବସରରେ ହଳଦୀ ଗ୍ରାମର ସେବକ ରାଜେନ୍ଦ୍ର ଖମାରୀ ଓ ତାଙ୍କ ସହଧର୍ମିଣୀ ଆଲ୍ହାଦିନି ଖମାରୀଙ୍କୁ ରାମ ମନ୍ଦିରର ଆଜୀବନ ସଦସ୍ୟ ରହି ଥିବାରୁ ପ୍ରଭୁଦାସ ଶ୍ରୀ ଅନନ୍ତ ଚରଣ ଆଚାର୍ଯ୍ୟ ମାନପତ୍ର ଦେଇ ପୁରସ୍କ୍ରୁତ କରିଥିଲେ।ଶ୍ରୀ ଖମାରୀ ସାତଦିନ ଧରି ଏହି କାର୍ଯ୍ୟକ୍ରମ ରେ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଚନ୍ଦାହାଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ସଭାପତି ଦୁତିବାହନ ଖମାରୀ, ପ୍ରଦୀପ କୁମାର ଅଗସ୍ତି, ଚୈତ୍ତୁରାମ ଦଣ୍ଡସେନା, ବବି ବିଷୋୟୀ, ଦୁର୍ଯ୍ୟୋଧନ ପୂଜାରୀ, କୃଷ୍ଣ ପୂଜାରୀ, ବିମଲ କୁମାର ଜୈନ, ଝସକରଣ ଜୈନ, ସରୋଜ ଅଗସ୍ତି, ବିଶ୍ୱରଂଜନ ପଣ୍ଡା, ସିମାଞ୍ଚଳ ରଥ, ବାପି ଆଚାରୀ, ଦେବନାଥ ପାଢ଼ୀ,ପ୍ରମୁଖ ପରିଚାଳନା କରୁଥିବା ବେଳେ ଚନ୍ଦାହାଣ୍ଡି ଗ୍ରାମବାସୀ ସହଯୋଗ କରିଥିଲେ।

ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ହେଂସଡ଼ାର ପୂର୍ବତନ ସରପଞ୍ଚଙ୍କ ବିୟୋଗ

ତେରେସିଂହା ରେ ରୋଗୀବଲା ଯାତ୍ରା

Sunil Chandra Nayak

ଗିର୍ଲିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ 

masiha

Leave a Comment

error: Content is protected !!