ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାୟନ୍ସ କ୍ଳବ୍ “ନବରଙ୍ଗପୁର ଇଲାଇଟ୍ ” ଦ୍ଵାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ       

ଲାୟନ୍ସ କ୍ଳବ୍ “ନବରଙ୍ଗପୁର ଇଲାଇଟ୍ ” ଦ୍ଵାରା ୮୦ ତମ ସ୍ଵାଧୀନତା ଦିବସ ପାଳିତ        

ନବରଙ୍ଗପୁର:(୧୫{୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ଠାରେ ନୂତନ ଭାବେ ପ୍ରତିଷ୍ଠିତ “ନବରଙ୍ଗପୁର ଇଲାଇଟ୍” କ୍ଲବ ରେ ୮୦ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲାୟନ୍ସ ଇଂ.ଶ୍ରୀ ଦିଲ୍ଲୀପ କୁମାର ଦାସ (ପୂର୍ବତନ ଜିଲ୍ଲା ଗୋଭର୍ଣ୍ଣର) ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏହା ପରେ ନିଜ ଅଭିଭାଷଣରେ ସେବା ହିଁ ଜୀବନର ମୂଳ ଲକ୍ଷ୍ୟ ହେଉ ବୋଲି ବକ୍ତବ୍ୟ ମାଧ୍ୟମ ରେ ପ୍ରକାଶ କରିଥିଲେ। ଏହା ପରେ ଲାୟନ୍ସ ଶ୍ରୀମତୀ ଡଃ. ସଂଯୁକ୍ତା ପଣ୍ଡା(ରିଜନ ଚେୟାର ପରସନ୍-୧) ମାନବ ସେବା ହିଁ ମାଧବ ସେବା ଲାୟନ୍ସ କ୍ଲବ ଏକ ମାଧ୍ୟମ ହେଉ ବୋଲି ମତବ୍ୟକ୍ତ କରିଥିଲେ। ଏହା ପରେ “ନବରଙ୍ଗପୁର ଇଲାଇଟ୍” ର ସଭାପତି ଲାୟନ୍ସ ଶ୍ରୀ ଡଃ‌.ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଦେଶଭକ୍ତି ଆମ ର ପ୍ରଥମ କାର୍ଯ୍ୟ ଓ ମୂଳମନ୍ତ୍ର ହେଉ ବୋଲି ଅନୁରୋଧ କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂପାଦକ ଲାୟନ୍ସ ଶ୍ରୀ ଅବନୀ ମହାପାତ୍ର, ଲାୟନ୍ସ ଶ୍ରୀମତୀ ମମତା ମହାପାତ୍ର, ଲାୟନ୍ସ ଶ୍ରୀ ବିନୋଦ ବିହାରୀ ନାୟକ, ଲାୟନ୍ସ ଶ୍ରୀ ରବିନ୍ଦ୍ରନାଥ ସାହୁ, ଲାୟନ୍ସ ଶ୍ରୀ ସୋରଜ କୁମାର ମାଝୀ, ଲାୟନ୍ସ ଶ୍ରୀ ଅତୁଳ କେଶରୀ, ଶ୍ରୀ ପ୍ରଦୀପ ପଟ୍ଟନାୟକ, ସୁଶ୍ରୀ ସାଗରିକା ଓଝା, ଶ୍ରୀମତୀ ନିହାରିକା ତ୍ରୀପାଠୀ, ସୁଶ୍ରୀ ତୁଳସୀ ବିନ୍ଧାଣି, ସୁଶ୍ରୀ ଶ୍ରାବଣୀ ମହାନ୍ତି ଓ ହରିହର ପାଇକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିନାକ୍ଷୀନଗରରେ ଛୋଟଛୁଆଙ୍କୁ ଚକଲେଟ ବାଣ୍ଟିଲେ ମାନ୍ୟବର ରାଷ୍ଟ୍ରପତି 

Sunil Chandra Nayak

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୩ ପାଳିତ 

Sunil Chandra Nayak

ଜିଲା ସ୍ତରୀୟ ବିଜ୍ଞାନ ମେଳରେ ଛାତ୍ରଙ୍କ କୃତିତ୍ଵ

Sunil Chandra Nayak

Leave a Comment

error: Content is protected !!