ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗମୋହନ ରେ ସୁରଭି କାର୍ଯ୍ୟକ୍ରମ 

ଜଗମୋହନ ରେ ସୁରଭି କାର୍ଯ୍ୟକ୍ରମ 

ଆସିକା, ୧୮/୧୦/୨୬(ଶିବ ଶଙ୍କର ମିଶ୍ର ) ଝରପାରି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜନ କୁମାର ନାୟକ ଙ୍କ ତତ୍ୱାବଧାନ ରେ ଧରାକୋଟ ବ୍ଲକର ଝରପାରି କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜଗମୋହନ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ସରପଞ୍ଚ ଲିନା କୁମାରୀ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବି ଇ ଓ ସୁଜିତ କୁମାର ପାଢ଼ୀ, ପ୍ରଧାନ ଶିକ୍ଷକ ଅଜିତ କୁମାର ନାୟକ, ଏସ ଏମ ସି ସଭାପତି ବଲ୍ଲଭ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷକ କାଳୁ ଚରଣ ନାୟକ ଏହାର ପରିଚାଳନା କରିଥିଲେ। ସୁରଭି କାର୍ଯ୍ୟକ୍ରମ ରେ କ୍ଲଷ୍ଟର ସ୍ତରର ଆଠ ଗୋଟି ବିଦ୍ୟାଳୟର 200 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଭିର୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ 60 ଛାତ୍ର ଛାତ୍ରୀ ଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ସ୍ତରରେ ଜଗମୋହନ ପ୍ରଥମ ଓ ନନ୍ଦିଗୋର ବିଦ୍ୟାଳୟ କୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟତ୍ରୀ ସସ୍ମିତା ଦାସ,ଶାନ୍ତି ଲତା ବେହେରା,ଗିରିଧର ନାୟକ, ସନ୍ତୋଷ ସାହୁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Related posts

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

Sunil Chandra Nayak

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ 

masiha

ଯୁଗଳ କିଶୋର ପଟ୍ଟନାୟକ ଙ୍କୁ ମ୍ୟାନ୍ ଅଫ୍ ମିଶନ୍ ସମ୍ମାନ

Sunil Chandra Nayak

Leave a Comment

error: Content is protected !!