ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

ନବରଙ୍ଗପୁର :(୧୫/୧୨/୨୪)(ରବି ନାରାୟଣ ମହାନ୍ତି)ଆଖି ଆଗରେ ଜଳୀଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ। କେହି କିଛି ବୁଝିବା ଆଗରୁ ନିଆଁ ର ପ୍ରକୋପ ବଢିବାରେ ଲାଗିଲା। ସଙ୍ଗେ ସଙ୍ଗେ ଧରାକୋଟ ଦମକଳ ବାହିନୀ କୁ ଖବର ଦେବା ପରେ ତୁରନ୍ତ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଧରାକୋଟ ବ୍ଲକର ରୁଗୁମୁ ନିକଟସ୍ଥ ବାଦୁଆ ଶଙ୍ଖ ନିକଟରେ ଥିବା ଡାକିବଜା ଗ୍ରାମର ଉଦୟନାଥ ଜେନା ଙ୍କ ଜମିର ଧାନ ଫସଲ ଅମଳ ପରେ ଶଙ୍ଖ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଏହାକୁ ଗଦାଇ ଥିଲେ । ରବିବାର ବାର ଘଣ୍ଟା ସମୟରେ ଅଚାନକ କେହି କିଛି ବୁଝିବା ଆଗରୁ ଧାନ ଗଦା ରେ ନିଆଁ ଦେଖିବାକୁ ମିଳିଥିଲା । ତୁରନ୍ତ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତଥାପି ସବୁକିଛି ଅମଳ ଫସଲ ନିଆଁରେ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବୀ ହେଉଛି ।

( ମ ନି ସ ) 

Related posts

ପୌର ସହକାରୀ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ଶିକ୍ଷା ଏବଂ ସଂସ୍କାର ପ୍ରଣାଳୀ “ବର୍ଣାଳି ” ର୍ଅଭ୍ୟାସ ଟେକ୍ନୋ ସ୍କୁଲ ,ପଦ୍ମପୁର ଠାରେ ଆଜି ସମ୍ପୁର୍ଣ ଅଲଗା ଏବଂ ନିଆରା କାର୍ଯ୍ୟକ୍ରମ କବିତା ଆସର ଅନୁଷ୍ଠିତ 

masiha

କନ୍ଧସର୍ଗିଗୁଡା ଗାଁର ମୃତଦେହ ଠାବ ଘଟଣା, ରଣପୁର ଗାଁ କୁ ପହଞ୍ଚିଲା ବହୁଜନ ସଂଗ୍ରାମ ସମିତିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

masiha

Leave a Comment

error: Content is protected !!