ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

ଜଳିଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ 

ନବରଙ୍ଗପୁର :(୧୫/୧୨/୨୪)(ରବି ନାରାୟଣ ମହାନ୍ତି)ଆଖି ଆଗରେ ଜଳୀଗଲା ପାଞ୍ଚ ଭରଣ ଜମି ର ଧାନ ଫସଲ। କେହି କିଛି ବୁଝିବା ଆଗରୁ ନିଆଁ ର ପ୍ରକୋପ ବଢିବାରେ ଲାଗିଲା। ସଙ୍ଗେ ସଙ୍ଗେ ଧରାକୋଟ ଦମକଳ ବାହିନୀ କୁ ଖବର ଦେବା ପରେ ତୁରନ୍ତ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଧରାକୋଟ ବ୍ଲକର ରୁଗୁମୁ ନିକଟସ୍ଥ ବାଦୁଆ ଶଙ୍ଖ ନିକଟରେ ଥିବା ଡାକିବଜା ଗ୍ରାମର ଉଦୟନାଥ ଜେନା ଙ୍କ ଜମିର ଧାନ ଫସଲ ଅମଳ ପରେ ଶଙ୍ଖ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଏହାକୁ ଗଦାଇ ଥିଲେ । ରବିବାର ବାର ଘଣ୍ଟା ସମୟରେ ଅଚାନକ କେହି କିଛି ବୁଝିବା ଆଗରୁ ଧାନ ଗଦା ରେ ନିଆଁ ଦେଖିବାକୁ ମିଳିଥିଲା । ତୁରନ୍ତ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ତଥାପି ସବୁକିଛି ଅମଳ ଫସଲ ନିଆଁରେ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଏଣୁ ତୁରନ୍ତ ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବୀ ହେଉଛି ।

( ମ ନି ସ ) 

Related posts

ଡାବୁଗାଁରେ ବରିଷ୍ଠ ନାଗରିକ ଦିବସ -୨୦୨୫ ପାଳିତ 

Sunil Chandra Nayak

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

ଆମପାଣି ବଡ଼ବନ୍ଧ ୟର ସୌନ୍ଦର୍ଯ୍ୟକରଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!