ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

 ଢେ଼ଙ୍କାନାଳ(ମ ନି ସ)୨୨/୦୪-ହିନ୍ଦୋଳ ବନ ବିଭାଗର ଖାମ୍ ଖିଆଲି ମନୋଭାବ ପାଇଁ ଦିନକୁ ଦିନ ରାଜ୍ୟର କେବଳ ହିନ୍ଦୋଳ ବନାଞ୍ଚଳ ମଧ୍ୟରେ ୧୨ ଟି ମୁଣ୍ଡ ଗଡ଼ିଲାଣି ଜଙ୍ଗଲୀ ହାତୀ ଆକ୍ରମଣରେ। ଗତ କାଲି ସକାଳେ ଦୁଦୁରକୋଟ ଗ୍ରାମ ପଂଚାୟତ ର ଗୋରିଲ ଗ୍ରାମ ସୁରେଶ ସାମଲ ଙ୍କୁ ଦନ୍ତାହାତୀ ଦଳି ଦେବାରୁ ପ୍ରଥମେ ହିନ୍ଦୋଳ ପରେ ଅନୁଗୁଳ ସରକାରୀ ହସ୍ପିଟାଲ ରେ ଚିକିତ୍ସା ପାଇଁ ପଠାଇଥିବା ବେଳେ ସେଠାରେ ୩ଟା ରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ଖବର ପାଇ ଗ୍ରାମବାସୀ ମାନେ ସାତ ମାଇଲ ଛକରେ ୩ଟାରୁ ରାସ୍ତାରୋକ କରିଥିଲେ। ମୃତ ଶବ ପହଁଞ୍ଚିବା ପରେ ଛକରେ ରଖି କ୍ଷତି ପୂରଣ ଦାବୀ ସହ ହାତୀ ମାନଙ୍କ କବଳରୁ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିକାର କରିବାକୁ ଦାବୀ ହୋଇଥିଲା। ରାଜ୍ୟ ରାଜପଥକୁ ୪ ଘଣ୍ଟା ଅବରୋଧ କରିବାରୁ ଶହ ଶହ ଯାନ ରାସ୍ତାରେ ଅଟକି ରହିଥିଲା। ଏକ ମାସ ମଧ୍ୟରେ ସ୍ଥାୟୀ ପ୍ରତିକାର ପାଇଁ ବନ ବିଭାଗର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କବି ସୁଶାନ୍ତ ରଣା ପାଇବେ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

Sunil Chandra Nayak

ବିଞ୍ଝାରପୁର ରେ ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲ ଙ୍କ ଜନ୍ମ ଜୟନ୍ତୀ

Sunil Chandra Nayak

ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜସୁ ପାର୍ଟି ତରଫରୁ ଧାରଣା

masiha

Leave a Comment

error: Content is protected !!