ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର

ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ପକ୍ଷରୁ ରକ୍ତ ଦାନ ଶିବିର

ଓଡ଼ିଶା ରକ୍ତଦାତା ମହାସଂଘ ର ଆହ୍ୱାନ କ୍ରମେ ଆଜି ଓଡିଶା ର ସମସ୍ତ ରକ୍ତ ଭଣ୍ଡାର ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଥିବା ବେଳେ ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ର କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀ ଙ୍କ ତତ୍ତ୍ଵାବଧାନରେ ସଂଗଠନ ତରଫରୁ ଓଡ଼ିଶା ରକ୍ତ ଭଣ୍ଡାର, ଧର୍ମଗଡ ଠାରେ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଶିବିର କୁ ଉଦଘାଟନ କରି ସମସ୍ତ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥି ଭାବେ ଧର୍ମଗଡ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲାହରସ ଯୋଗ ଦେଇ ଆଗାମୀ ଦିନରେ ପୋଲିସ ପ୍ରଶାସନ ସହ ମିଳିତ ଭାବେ ରକ୍ତଦାନ ଶିବିର କରିବା ପାଇଁ ମତ ଦେଇଥିଲେ। ଉକ୍ତ ଶିବିର ରେ ସଂଗଠନ ର କୋଷାଧ୍ୟକ୍ଷ ମୃତୁଞ୍ଜୟ ନାଏକ,ଗୋବିନ୍ଦ ସାହୁ,ଇଙ୍ଗିତ ମେହେର, ଦୁଷ୍ମନ୍ତ ପଟେଲ,ପରିଚୟ ସୁନାନୀ ପ୍ରମୁଖ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ।

ସଂଗଠନ ର ଅଙ୍କିତ ସେଠୀ,ଜ୍ଞାନରଞ୍ଜନ ନାଏକ, ଅଭିଷେକ ବାଗ,ସୁନିଲ ତଣ୍ଡନ,ସମାଜସେବୀ ଢ଼ଗମାଲିଆ ନାଏକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସାଂସଦ ଙ୍କ ଦ୍ଵାରା କେନାଲ ରାସ୍ତା ର ଭିତ୍ତପ୍ରସ୍ତର ସ୍ଥାପନ

Sunil Chandra Nayak

ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଙ୍କ ଦେହାନ୍ତ ରେ ଶୋକ ସଭା ସହିତ ସ୍ମୃତି ଚାରଣ 

masiha

ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା

masiha

Leave a Comment

error: Content is protected !!