ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ମାନବାଧିକାର ସାମ୍ମୁଖ୍ୟ ସଂଗଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ 

ଜାତୀୟ ମାନବାଧିକାର ସାମ୍ମୁଖ୍ୟ ସଂଗଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ 

ନବରଙ୍ଗପୁର:(୯|୫)(ରବିନାରାୟଣମହାନ୍ତି))ଜାତୀୟ ମାନବାଧିକାର ସାମ୍ମୁଖ୍ୟ ସଂଗଠନର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ବାରିକପୁର ଶ୍ରୀ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସଂଗଠନର ଜିଲ୍ଲା ସଭାପତି ନିର୍ମଳ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ବୈଠକର ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ରମେଶ ଭାରତୀ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରି ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ଆଗାମୀ ମେ ୩୧ ଓ ଜୁନ ୧ ତାରିଖ ପୁରୀରେ ହେବାକୁ ଥିବା ରାଷ୍ଟ୍ରୀୟ ପ୍ରଶିକ୍ଷଣ ସମାବେଶ ସମ୍ପର୍କରେ ସୂଚନା ଦେଇଥିଲେ l ଯାଜପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତୁ ବେହେରା ତାଙ୍କ ଅଭିଜ୍ଞତା ଓ କାମ କରିବାର ଶୈଳୀ ସଂପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ lଅନ୍ୟ ମାନଙ୍କ ମଧ୍ୟରେ ଭଣ୍ଡାରିପୋଖରୀ ରୁ ଅନନ୍ତ ତ୍ରିପାଠୀ, ଡାଃ ପୁରୁଷୋତ୍ତମ ଧଳ, ପ୍ରଫୁଲ୍ଲ କୁମାର ସାହୁ, ଘନଶ୍ୟାମ ସ୍ଵାଇଁ, ଅକ୍ଷୟ କୁମାର ମହାନ୍ତି, ନୃସିଂହ ଖୁଣ୍ଟିଆ, ଭଦ୍ରକରୁ ପ୍ରସନ୍ନ କୁମାର ପ୍ରଧାନ, ଜଗନ୍ନାଥ ରାୟ, ଧୀରେନ୍ଦ୍ର ନାରାୟଣ ପଣ୍ଡା, ବିକ୍ରମ ଚରଣ କହଁର, ବନ୍ତ ରୁ ମହେନ୍ଦ୍ର କୁମାର ତ୍ରିପାଠୀ,ରୂପଶ୍ରୀ ରାଉତ, ସନ୍ତୋଷ କୁମାର ରାଉତ, ଧାମନଗର ରୁ ରମେଶ ଚନ୍ଦ୍ର ଦାସ, ଜୟନ୍ତ କୁମାର ବେହେରା, ପ୍ରଦ୍ୟୁମ୍ନ ନାୟକ, ବାସୁଦେବପୁର ରୁ ଶକୁନ୍ତଳା ଦାଶ, ଦୟାନିଧି ନାୟକ କେନ୍ଦୁଝର ଜିଲ୍ଲା ମଉଦା ରୁ ସୁବୋଧ କୁମାର ସାହୁ, ସୁକାନ୍ତି ପଢିଆରି ପ୍ରମୂଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ l ଭଦ୍ରକ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ନାୟକ ପ୍ରଥମେ ପରିଚୟ ପ୍ରଦାନ କରି ଥିଲେ ଓ କାର୍ଯ୍ୟକ୍ରମକୁ ବେଶ୍ ସୁନ୍ଦର ଭାବେ ପରିଚାଳନା କରି ବୈଠକରେ ଅଧକ୍ଷତା କରୁଥିବା ଅଧ୍ୟକ୍ଷ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଭିନ୍ନ ବିଭାଗ ର ସହାଭାଗିତା ରେ କୌଶଳ ଓ ଜୀବିକା ର ବିକାଶ ରେ ଗ୍ରାମ ପଞ୍ଚାୟତ ର ଉପରେ ତାଲିମ 

Sunil Chandra Nayak

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

masiha

କାର୍ତ୍ତିକ ପୂର୍ଣ୍ଣମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

masiha

Leave a Comment

error: Content is protected !!