ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଆଲୋଚନା ଚକ୍ର 

ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଆଲୋଚନା ଚକ୍ର 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାରସ୍ଵତ ସମାବେଶରେ ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନଗର ଶାଖାର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ଆବାହକତ୍ୱ ଓ ସଂପାଦକ ଅଳକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ବ କରିଥିଲାବେଳେ ନିଟ୍ରା ରାଉରକେଲା ଚାପ୍ଟରର ସଭାପତି ଇଂ ବିମଳ କୁମାର ବିଶି ମୁଖ୍ୟଅତିଥି, ବିଷୟ ବିଶେଷଜ୍ଞ ଭାବେ ବିଶିଷ୍ଟ ଅର୍ଥନୀତିଜ୍ଞ ଉପେନ୍ଦ୍ର ନାଥ ଦାଶ ଓ ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ସଭାପତିତ୍ବ କରିଥିବା ଡ. ଜେନା ତାଙ୍କ ବକ୍ତବ୍ୟରେ ତତ୍କାଳୀନ ସମୟରେ ଭାଗବତ ଲୋକ ସମ୍ବିଧାନ ତଥା ଭାଗବତ କିପରି ଆମ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଜୀବନକୁ ସମୃଦ୍ଧ କରିଥିଲା ସେ ସମ୍ପର୍କରେ ମତ ରଖିଥିଲେ। ମୁଖ୍ୟଅତିଥି ଇଂ ବିଶି ତାଙ୍କ ବକ୍ତବ୍ୟରେ ଭାଗବତକୁ ବ୍ୟାଖ୍ୟା କରି କହିଲେ ଯେ ‘ଭା’ ରୁ ଭକ୍ତି,’ଗ’ ରୁ ଜ୍ଞାନ,’ବ’ ରୁ ବୈରାଗ୍ୟ ଓ ‘ତ’ ରୁ ତତ୍ତ୍ଵ। ଏହାସହ ସ୍ବାର୍ଥପର, ସ୍ୱାର୍ଥନ୍ଧ, ସଂସ୍କାର, ଅନାସକ୍ତ, ଆସକ୍ତ ଓ ସ୍ଥିତପ୍ରଜ୍ଞ ସମ୍ପର୍କରେ ଆଲୋଚନା କରି ଛାତ୍ର-ଛାତ୍ରୀଙ୍କୁ ଶରୀର ସୁସ୍ଥତା, ଶିକ୍ଷା, ଜଙ୍କ୍ ଖାଦ୍ୟ ବର୍ଜନ ସମ୍ପର୍କରେ ଆଲୋଚନା କରିଥିଲେ। ବିଷୟ ବିଶେଷଜ୍ଞ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଧର୍ମର ମୂଳମନ୍ତ୍ର ଦୟା, କ୍ଷମା, ଭାଗବତର ମୂଳତତ୍ତ୍ଵ ଜୀବସତ୍ତା କିପରି ସୁଖରେ ରହିବେ ତଥା ସେଥିରେ କିପରି କୃଷ୍ଣ ତତ୍ତ୍ଵ, ଗଣିତ ତତ୍ତ୍ଵ, ଜୀବନ ତତ୍ତ୍ଵ, ଅର୍ଥଶାସ୍ତ୍ର, ଯୋଗ ଶାସ୍ତ୍ର ନିହିତ ରହିଛି ସେ ସମ୍ପର୍କରେ ଓ ଅନ୍ୟତମ ବିଷୟ ବିଶେଷଜ୍ଞ ଅଧ୍ୟାପକ ଶ୍ରୀ ଦାସ ସୁଖର ଅବଲମ୍ବନ ସହ ପାର୍ଥିବ ସୁଖ କିପରି ପ୍ରକୃତ ସୁଖ ନୁହେଁ; ଭାଗବତ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଦିଗଦର୍ଶନ ଦିଏ ବୋଲି ମତ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ନିରୁପମା ପତିଙ୍କ ସଭାପତିତ୍ବ ଓ କବି ତ୍ରିଲୋଚନ ସ୍ବାଇଁ, ସୁଶ୍ରୀ ଆରୁଷୀ ସେନାପତିଙ୍କ ସଂଯୋଜନାରେ ବର୍ଷା ସମ୍ପର୍କିତ କବିତା ପାଠ କରାଯାଇଥିଲା। ଏହି ପାଠୋତ୍ସବରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ସୋନାଲୀ ମହାନନ୍ଦ, ପ୍ରିୟଙ୍କା ପଲେଇ, କଳ୍ପନା ମହାନ୍ତି, ଧରିତ୍ରୀ ପାଇକରାୟ, ସଂଜୀବ ଭୋଇ, ଧୋବେଇ ବେହେରା ପ୍ରଭୃତି କବିତା ପାଠ କରିଥିଲେ। ଶେଷରେ ସୁମନ୍ତ କୁମାର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ର-ଛାତ୍ରୀ ବବି ଏକା, ପ୍ରୀତି ଘୁସିଙ୍କ ସହ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ଡ. ସୁଷମା ମୋଦୀ, ବିଜୟିନୀ ଜେନା, ପ୍ରବୀର କୁମାର ଦୁବେ, ଚନ୍ଦ୍ରଶେଖର ଶତପଥୀ, ମନୋଜ ଚୌଧୁରୀ, ପୂଜା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲେଫ୍ଟ ଆଉଟ ଗଣଶିକ୍ଷକ ସଂଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

Sunil Chandra Nayak

ବେଡାପଦର ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ନା ଗର୍ଭବତୀ, ନା କାହାପାଇଁ ?

masiha

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମିଳିତ ନିଯୁକ୍ତି ( କନିଷ୍ଠ ସହାୟକ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ) ପଦବୀ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!