ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କୁ ଏ ଆଇ ଏଲ୍ ୟୁ ର ସ୍ମାରକ ପତ୍ର ପ୍ରଦାନ

ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କୁ ଏ ଆଇ ଏଲ୍ ୟୁ ର ସ୍ମାରକ ପତ୍ର ପ୍ରଦାନ

ଆଇନଜୀବୀ ଙ୍କ ସାମୂହିକ ସ୍ୱାର୍ଥ, ନିରପେକ୍ଷତା ଓ ସ୍ବଚ୍ଛତା ଏବଂ ପଦବୀର ଦୁରୁପଯୋଗ କରୁଛନ୍ତି ବି ସି ଆଇ ଅଧ୍ୟକ୍ଷ ଶ୍ରୀ ମିଶ୍ର -ଏ ଆଇ ଏଲ୍ ୟୁ 

ରାଉରକେଲା ତା ୨୧/୮/୨୦୨୬ ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ ଆହ୍ୱାନରେ ଆଜି ଦେଶବ୍ୟାପୀ ବିଭିନ୍ନ ବାରର ଆଇନଜୀବୀ ମାନେ ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ଶ୍ରୀ ମନନ କୁମାର ମିଶ୍ର ଙ୍କ ଏକଚାଟିଆ, ମନମୁଖୀ କାର୍ଯ୍ୟ, ଦେଶର ଆଇନଜୀବୀ ମାନଙ୍କ ସାମୂହିକ ସ୍ୱାର୍ଥ ପ୍ରଦାନ ରେ ବିଫଳ, ନିରପେକ୍ଷତା ଓ ସ୍ବଚ୍ଛତା ଏବଂ ପଦବୀର ଦୁରୁପଯୋଗ କରିବା ଅଭିଯୋଗ କରି ବିକ୍ଷୋଭ, ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କରି ତୁରନ୍ତ ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ପଦରୁ ସେ ଇସ୍ତଫା ପ୍ରଦାନ କରିବା ଦାବିରେ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା ବେଳେ ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଆଇନଜୀବୀ ମାନଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦୈ।ପଦୀ ମୁର୍ମୁ ଙ୍କ ପ୍ରଦାନ କରିଥିଲେ।

      ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ବାର କାଉନସିଲ ଅଫ ଇଣ୍ଡିଆ ଆଇନ୍ ବୃତ୍ତିର ପ୍ରତିନିଧିତ୍ଵ କରୁଥିବା ସର୍ବୋଚ୍ଚ ବୈଧାନିକ ସଂସ୍ଥା।ଏହା ଗଣତାନ୍ତ୍ରିକ, ସ୍ଵାଧୀନ, ରାଜନୈତିକ ଭାବରେ ନିରପେକ୍ଷ ଏବଂ ଅଧିବକ୍ତା ଆଇନ -୧୯୬୧ ପ୍ରତି ବିଶ୍ଵସ୍ତ ରହିବା ଆବଶ୍ୟକ। ଦୁଃଖର ବିଷୟ ଶ୍ରୀ ମନନ କୁମାର ମିଶ୍ର ଙ୍କ ୧୪ ବର୍ଷରୁ ଅଧିକ ସମୟ ଧରି ଅଧ୍ୟକ୍ଷ ପଦରେ ଅବ୍ୟାହତ ରହିବା ସହିତ ପ୍ରତିଷ୍ଠାନଗତ କ୍ଷମତାର ବଢୁଥିବା କେନ୍ଦ୍ରୀକରଣ ଓ ବ୍ୟକ୍ତି କେନ୍ଦ୍ରୀକରଣ ବି ସି ଆଇ ର ଗଣତାନ୍ତ୍ରିକ କାର୍ଯ୍ୟପ୍ରଣାଳୀ ପ୍ରତି ଆସ୍ଥାକୁ ଗୁରୁତର ଭାବରେ କ୍ଷୟ କରିଛି।

    ଶ୍ରୀ ମିଶ୍ର ରାଜ୍ୟସଭା କୁ ନିର୍ବାଚିତ ହେବା ତାଙ୍କ ଉପରେ ନିଜର ରାଜନୈତିକ ଭୂମିକା ଓ ବୈଧାନିକ ପଦ ମଧ୍ୟରେ ସ୍ପଷ୍ଟ ପୃଥକତା ବଜାୟ ରଖିବାର ଆହୁରି ବଡ ଦାୟିତ୍ୱ ଦେଇଛି। କିନ୍ତୁ ବି ସି ଆଇ ର ଅଧ୍ୟକ୍ଷ ପଦକୁ ଉଲ୍ଲେଖ କରି ବାରମ୍ବାର କରାଯାଉଥିବା ଘୋଷଣା ଗୁଡ଼ିକ ଦ୍ବାରା ପ୍ରତିଷ୍ଠାନ ଠାରୁ ଆଶା କରାଯାଉଥିବା ରାଜନୈତିକ ନିରପେକ୍ଷତା କ୍ଷୁର୍ଣ୍ଣ ହୋଇଛି ବୋଲି ଏକ ଦୃଢ଼ ଧାରଣା ସୃଷ୍ଟି ହୋଇଛି।

    ସଂପ୍ରତି ଘଟିଥିବା ନାଲସାର ଘଟଣା, ଯେଉଁଥିରେ କିଛି ଛାତ୍ର ଙ୍କ ସହ ଜଡ଼ିତ ଏକ ପ୍ରତିବାଦ କାରଣରୁ ଆଇନ ସ୍ନାତକ ମାନଙ୍କ ର ଏକ ସଂପୂର୍ଣ୍ଣ ବ୍ୟାଚ୍ କୁ ନାମ ଲେଖାରୁ ବଂଚିତ କରିବାକୁ ଚେଷ୍ଟା କରାଯାଇଥିଲା,କର୍ତ୍ତୁତ୍ବର ମନମାନୀ ପ୍ରୟୋଗ ଏବଂ ଭିନ୍ନମତ ପ୍ରତି ଅସହିଷ୍ଣୁତାର ଏକ ଚିନ୍ତାଜନକ ଉଦାହରଣ। ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦେଶ ପ୍ରତ୍ୟାହାର କରାଯିବା ଓ କ୍ଷମାପ୍ରାର୍ଥନା କରାଯିବା ଦ୍ବାରା ଏପରି ଏକ ପଦକ୍ଷେପର ଗମ୍ଭୀରତା କୁ ଦୂର କରାଯାଇପାରିବ ନାହିଁ। ଯାହା ଏକ ସଂପୂର୍ଣ୍ଣ ବ୍ୟାଚ୍ ର ଯୁବ ଆଇନ ସ୍ନାତକ ମାନଙ୍କର ବୃତ୍ତିଗତ ଭବିଷ୍ୟତ କୁ ବିପଦରେ ପକାଇଥିଲା ।

ବି ସି ଆଇ କ୍ଷମତା ର ବଢୁଥିବା କେନ୍ଦ୍ରୀକରଣ, ରାଜ୍ୟ ବାର କାଉନସିଲ ଗୁଡ଼ିକର ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀରେ ବାରମ୍ବାର ହସ୍ତକ୍ଷେପ ସହିତ ଅନେକ ଅଗଣତାନ୍ତ୍ରିକ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି ବି ସି ଆଇ ଅଧ୍ୟକ୍ଷ।

     ବାର କାଉନସିଲ ଅଫ ଇଣ୍ଡିଆ ଭାରତର ଆଇନଜୀବୀ ମାନଙ୍କର ସଂସ୍ଥା।ଏହା କୈଣସି ବ୍ୟକ୍ତି, ସରକାର କିମ୍ବା ରାଜନୈତିକ ଦଳର ନୁହେଁ।ବାର ର ସ୍ଵାଧୀନତା ର ସୁରକ୍ଷା ଦାୟିତ୍ବ ଯେଉଁ ସଂସ୍ଥା ଉପରେ ନ୍ୟସ୍ତ ସେହି ସଂସ୍ଥା ନିଜେ ମଧ୍ୟ ସ୍ବାଧିନ, ଗଣତାନ୍ତ୍ରିକ ଏବଂ ରାଜନୈତିକ ପ୍ରଭାବରୁ ମୁକ୍ତ ରହିବା ଆବଶ୍ୟକ। ବର୍ତ୍ତମାନ ର ଅଧ୍ୟକ୍ଷ ଶ୍ରୀ ମନନ କୁମାର ମିଶ୍ର ପଦରେ ଅବ୍ୟାହତ ରହିବା ବି ସି ଆଇ ପ୍ରତି ଆଇନଜୀବୀ ମାନଙ୍କ ଥିବା ଆସ୍ଥା, ମର୍ଯ୍ୟାଦା ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃ ସ୍ଥାପିତ କରିବାର ଆବଶ୍ୟକତା ସହ ସୁସଙ୍ଗତ ନୁହେଁ, ତେଣୁ ମହାମହିମ ରାଷ୍ଟ୍ରପତି ନିକଟରେ ଦେଶର ଆଇନଜୀବୀ ମାନେ ତତକ୍ଷଣାତ୍ ତାଙ୍କର ଇସ୍ତଫା ଦାବି କରିଛନ୍ତି।

     ଏହି ପ୍ରତିନିଧି ଦଳ ରେ ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ, ସୁନ୍ଦରଗଡ଼ ଜିଲ୍ଲା କମିଟି ର କାର୍ଯ୍ୟକାରୀ ସଭାପତି ଅରିନ୍ଦମ ଦତ୍ତ,ଉପ ସଭାପତି ଚନ୍ଦ୍ରଭାନୁ ଦାଶ, ସୁଶାନ୍ତ କୁମାର ନାୟକ ସଂପାଦକ ରାଜ କିଶୋର ପ୍ରଧାନ, ସନ୍ତୋଷ କୁମାର ବିଶ୍ବାଳ, ସଂଜୟ ବେହୁରା, ପ୍ରମୋଦ କୁମାର ବାରିକ, ଗଙ୍ଗାଧର କିଶାନ ସମେତ ଅନ୍ୟମାନେ ସାମିଲ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁଚେଇପାଳ ବାକ୍ରାସାହି ପଡାଗ୍ରାମ ରେ ୧୫ ପରିବାର ପିଇବା ପାଣି ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ 

masiha

ସିମିନଇ ଗ୍ରାମରେ ଜଳିଗଲା କାର , କାରଣ ଅସ୍ପଷ୍ଟ

Sunil Chandra Nayak

ଖେଳନା ପ୍ରସ୍ତୁତି କର୍ମଶାଳା ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!