ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଇୱାନର ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରିବେ ଓମ ପ୍ରକାଶ

ତାଇୱାନର ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ କରିବେ ଓମ ପ୍ରକାଶ

କର୍ଲାମୁଣ୍ଡା, ୦୨/୭ (ସୁଶାନ୍ତ ରଣା): ଆସନ୍ତା ୪ ରୁ ୧୦ ଜୁଲାଇ ୨୦୨୬ରେ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀରେ ଭାଗନେବା ପାଇଁ ପୁଣି ଥରେ ନିମନ୍ତ୍ରିତ ହୋଇଛନ୍ତି କଳାହାଣ୍ଡିର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ। ଶ୍ରୀ ସାହୁଙ୍କର ସ୍ୱତନ୍ତ୍ର ଶୈଳୀ ପାଇଁ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ବାଲୁକା କଳା ଆଦୃତ ଲାଭ କରୁଅଛି। ନିକଟ ଅତୀତରେ ଭାରତୀୟ ଦୂତବାସଙ୍କ ଆନୁକୂଲ୍ୟରେ ରୁଷିଆର ଏଲିସ୍ତା ଠାରେ ଅନୁଷ୍ଠିତ ଭାରତ ଉତ୍ସବରେ ସେ ବୁଦ୍ଧଙ୍କର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ଉଚ୍ଚ ପ୍ରଶଂସିତ ହୋଇ ଥିଲେ। ଗତବର୍ଷ ତାଇୱାନ ରେ ଅନୁଷ୍ଠିତ ଉକ୍ତ ବାଲୁକା କଳା ପ୍ରଦର୍ଶନୀରେ ମଧ୍ୟ ଓଡିଶାର ଜନଜାତି ଉପରେ ଆଧାରିତ ତାଙ୍କର ବାଲୁକା କଳାର ନିଖୁଣ ପ୍ରଦର୍ଶନ ପାଇଁ ପୁଣିଥରେ ସେ ନିମନ୍ତ୍ରିତ ହୋଇଛନ୍ତି। ଏଥର ସେ ପଶ୍ଚିମ ଓଡିଶାର ‘ନୁଆଁଖାଇ’ ଉପରେ କଳା ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି। ଉକ୍ତ ପ୍ରତିଯୋଗିତାରେ ଭାରତରୁ ଶ୍ରୀ ସାହୁ ଙ୍କ ସମେତ ତାଇୱାନ, ଚାଇନା, ଇଟାଲୀ, କାନାଡ଼ା, ଜାପାନ, ନ୍ୟାଦରଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ କୋରିଆ ଏଭଳି ନଅଟି ଦେଶରୁ ଶିଳ୍ପୀ ଭାଗ ନେବେ ବୋଲି ସୂଚନା ମିଳିଛି।

Related posts

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

Sunil Chandra Nayak

ଧର୍ମଗଡ଼ ସହରରେ ଅଭୂତପୂର୍ବ ତ୍ରିରଙ୍ଗା ଶୋଭାଯାତ୍ରା

Sunil Chandra Nayak

ବିଜେଡି ସରକାରଙ୍କ ବିକାଶର ଗାଥା ଗାଉଛି ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!