ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

ଅପରେସନ ‘ସେଫ୍ ପାସେଜ୍’ର ବଡ଼ ସଫଳତା, ବାଘ ଛାଲ ସହ ୨ ଶିକାରୀ ଗିରଫ: ଶିକାରୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ବାଘ କରିଡର ସୁରକ୍ଷାକୁ ମିଳିଲା ନୂଆ ଶକ୍ତି

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ବନ୍ୟଜନ୍ତୁ ସୁରକ୍ଷା ଓ ଶିକାର ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ହାସଲ କରିଛି ‘ଅପରେସନ ସେଫ୍ ପାସେଜ୍’। ଗୁଇନ୍ଦା ସୂଚନାକୁ ଆଧାର କରି ବନ ବିଭାଗ ଓ ବିଭିନ୍ନ ଏଜେନ୍ସିଙ୍କ ମିଳିତ ଅଭିଯାନରେ ଆନ୍ତଃରାଜ୍ୟ ଶିକାରୀ ଚକ୍ରକୁ ବଡ଼ ଝଟକା ଦିଆଯାଇଛି। 

ଅଭିଯାନ ସମୟରେ କାକେର ଜିଲ୍ଲା ପଶ୍ଚିମ ପାରଲକୋଟ ରେଞ୍ଜ ଅଞ୍ଚଳରୁ ଦୁଇ ଶିକାରୀଙ୍କୁ ଗିରଫ କରାଯିବା ସହ ଦୁଇଟି ବାଘ ଛାଲ ଜବତ କରାଯାଇଥିଲା। ଗିରଫ ଶିକାରୀ ହେଲେ ବାବୁ ରାଓ ମାଣ୍ଡଭି ଓ ବିଯେଶ୍ୱର ଗିଦମ ପିଓଆର-୩୯୦/୦୯, ୨୯ ଜୁନ ୨୦୨୬ ରେ ଭାନୁପ୍ରତାପପୁର ଫରେଷ୍ଟ ଡିଭିଜନ କେଶ ଦାୟର କରିଛି। ସୂଚନା ଥାଉ କି, ବସ୍ତର ର ଅବୁଝମାଡ଼ ଅଞ୍ଚଳରେ ୯ ଟି ଭାରତୀୟ ବିଶାଳ ଗୁଣ୍ଡୁଚିମୂଷା ଶିକାର କରିଥିବା ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଟାଇଗର ରିଜର୍ଭ ଉପ ନିର୍ଦ୍ଦେଶକ ବରୁଣ ଜୈନଙ୍କ କହିବାନୁସାରେ, ଏଭଳି କ୍ରମାଗତ କଡ଼ା ଅଭିଯାନ ଫଳରେ ସଂଗଠିତ ଶିକାରୀ ନେଟୱାର୍କ ବହୁ ପରିମାଣରେ ଦୁର୍ବଳ ହୋଇଛି। ଏହା ସହିତ ଏହି ଅଞ୍ଚଳର ବନ୍ୟପ୍ରାଣୀ କରିଡର ଦେଇ ବାଘ ଙ୍କ ଅବାଧ ଗତିବିଧି ବୃଦ୍ଧି ପାଇଥିବାର ପ୍ରମାଣ ମଧ୍ୟ ମିଳୁଛି।

ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗଡ଼ଚିରୋଲି– ଇନ୍ଦ୍ରାବତୀ– ଅବୁଝମାଡ଼– ଉଦନ୍ତୀ– ସୀତାନଦୀ– ଓଡ଼ିଶା ର ସୁନାବେଡ଼ା ବନ୍ୟଜନ୍ତୁ କରିଡର ର ସୁରକ୍ଷା ଓ ପୁନରୁଦ୍ଧାର ମଧ୍ୟ ଭାରତରେ ବାଘ ଙ୍କ ସୁରକ୍ଷିତ ବିଚରଣ ଏବଂ ପରିବେଶୀୟ ସନ୍ତୁଳନ ବଜାୟ ରଖିବା ପାଇଁ ଅତ୍ୟନ୍ତ ଜରୁରୀ।

ବିଭାଗ ଆହୁରି ସ୍ପଷ୍ଟ କରିଛି ଯେ ବନ୍ୟଜନ୍ତୁ ଅପରାଧ ବିରୋଧରେ ‘ଶୂନ ସହନଶୀଳତା ନୀତି ଜାରି ରହିବ। ଆଗାମୀ ଦିନରେ ସମନ୍ୱିତ ଆଇନଗତ କାର୍ଯ୍ୟାନୁଷ୍ଠାନ, ବନାଞ୍ଚଳ ପୁନରୁଦ୍ଧାର ଏବଂ ବନ୍ୟଜନ୍ତୁ କରିଡର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ,ଯାହାଦ୍ୱାରା ବାଘ ସମେତ ଅନ୍ୟାନ୍ୟ ଦୁର୍ଲଭ ବନ୍ୟପ୍ରାଣୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ।ଉପରୋକ୍ତ ସୂଚନା ଛତିଶଗଡ଼ ବନ୍ ବିଭାଗ୍ ପକ୍ଷ ରୁ ଜାରି ଏକ ପ୍ରେସ ବିଜ୍ଞପ୍ତି ରୁ ଜଣା ପଡିଛି।

Related posts

ବିଶୋଇ ସାପ୍ତାହିକ ହାଟରେ ବେଆଇନ ଗୋମାଂସ ବିକ୍ରି ମାମଲାରେ ୪ ଜଣଙ୍କୁ କୋର୍ଟ ଚାଲାଣ

Sunil Chandra Nayak

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

Sunil Chandra Nayak

ଗୋରୁମହିଷାଣୀ ଥାନା! ଷୁଣ୍ଢଳ ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ଅଧରେ ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ

masiha

Leave a Comment

error: Content is protected !!