ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

 ମୟୂରଭଞ୍ଜ – ୧୩/୦୮ ( ମସିହା)ହିନ୍ଦୁ ସଂସ୍କୃତିରେ ଭାଇ ଭଉଣୀ ସଂପର୍କ ଅନନ୍ୟ,ଅତୁଟ ।ଭାଇ ଭଉଣୀ ମଧ୍ୟରେ ପ୍ରେମ, ବନ୍ଧନ,ସଂପର୍କ ନିଆରା ଅଟେ ।ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ସହର ହେଉଛି ରାଇରଙ୍ଗପୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପାର୍ଟି ତରଫରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କୁ ରାଇରଙ୍ଗପୁର ରୁ ରାଇସିନା ହିଲ୍ ପଠାଯାଇଛି । ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ୧ ନମ୍ବର ନାଗିରିକ ।ଭଉଣୀ ହିସାବରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ସୋମବାର ଦିନ ମାନ୍ୟବର ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ହଜାରେ ରୁ ଉର୍ଦ୍ଧ୍ବ ପବିତ୍ର ରକ୍ଷା ବନ୍ଧନ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଡାକମଣ୍ଡଳ ରେ ରାକ୍ଷୀ ପ୍ରେରଣ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ସହରର ରାଇରଙ୍ଗପୁର କେରଳ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲର ଛାତ୍ରଛାତ୍ରୀ, ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟ,, ରାଇରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିର, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଅଂଶ ଗ୍ରହଣ କରି ଓଡ଼ିଶା ଡାକ ବିଭାଗ ଦ୍ବାରା ପ୍ରସ୍ତୁତ ସୁରକ୍ଷିତ ପ୍ଳାଷ୍ଟିକ ଲଫାପା ଭିତରେ ଥିବା ରାକ୍ଷୀ ପ୍ରେରିତ କରାଯାଇଥିଲା ।ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ସଂପାଦକ ମନୋଜ ମହାନ୍ତ, ନଗର ବିଜେପି ସଭାପତି ସୁରଥ ପଟ୍ଟନାୟକ,ଆଲୋକ ରଂଜନ ମହାନ୍ତ,ମହିଳା ମୋର୍ଚ୍ଚାର ବିଜୟଲକ୍ଷ୍ମୀ ମହାନ୍ତ,ମିନତୀ ବସା,ରାଣୀ ମଣ୍ଡଳ,କ୍ରୀଷ୍ଣା ଦେବୀ ସ୍ଵାମୀ,କଳ୍ପନା ମହାନ୍ତ, ରଂଜିତା ମହାନ୍ତ,ନିରୁପମା ସୋରେନ, ଲଳିତା ବିନ୍ଧାଣି,ସବିତା ବାରିକ,ପୁଷ୍ପା ବେହେରା,ରାଜଶ୍ରୀ ସିନ୍ଧୁ,ସତ୍ଯଭାମା ମହାନ୍ତ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ । ରାଇରଙ୍ଗପୁର ଡାକ ବିଭାଗର ସୁପରିଣ୍ଟେଡେଣ୍ଟ ଗୌରାଙ୍ଗ ବେହେରା,ଟିକନ ଦେବତା,ରାମେଶ୍ଵର ହେମ୍ବ୍ରମ,ମକର ବାନରା, ବିଷ୍ଣୁପ୍ରସାଦ ଗୋପାଲ,ରାଜନାଥ,ଦୀପକ କୁମାର,ଶିଵଂ କୁମାର,ହିମାନୀ ଦୀପକ,ଭବାନୀ ଶଙ୍କର ମହାନ୍ତ ଙ୍କ ସମେତ ଅନ୍ୟମାନେ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ଅଭିଯୋଗ ପାଇବା କ୍ଷଣି, ଶ୍ମଶାନ ଜମି ଚିହ୍ନଟ କରି ଦେଲେ ତହସିଲଦାର

Sunil Chandra Nayak

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

masiha

Leave a Comment

error: Content is protected !!