ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ

ପାପଡାହାଣ୍ଡି 26/07, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ବିଳନୀ କକ୍ଷ ଠାରେ ବୁଧବାର ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ପ୍ରିୟରଞ୍ଜନ ବାହାଲି ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ରୂପେ ଯୋଜନା ବୋର୍ଡ ଅଧକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଗୋଷ୍ଟି ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ବୈଠକ ରେରୋଗି କଲ୍ୟାଣ ସମିତିର ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ତାହାର ସମଧାନ କିପରି ହେବ ସେ ନେଇ ଆଲୋଚନା ହୋଇଥିଲା | ବିଧାୟକ ରନ୍ଧାରି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଚାଲିଥିବା 5T କାର୍ଯ୍ୟ ଦେଖିଥିଲେ | କାର୍ଯ୍ୟ ଠିକ ଚାଲିଥିବା ନେଇ ଖୁସିବ୍ୟକ୍ତ କରିଥିଲେ | ବୈଠକରେ ରୋଗି ପରିଚାଳନା ସମିତିର ସଭ୍ୟ, କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

Sunil Chandra Nayak

ମ.ରାମପୁର ଡ୍ରାଇଭର ସଂଘର ଆନ୍ଦୋଳନ ଦ୍ଵିତୀୟ ଦିନରେ : ସରକାର କର୍ଣ୍ଣପାତ କରୁନଥିବାରୁ ସଂଘର ଅସନ୍ତୋଷ

Sunil Chandra Nayak

ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’-୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!