ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣିପୁର ହିଂସା କୁ ରୋକିବା ପାଇଁ କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର 26/7(ମସିହା) ମଣିପୁର ରାଜ୍ୟ ରେ ଦୀର୍ଘ ଦିନ ଧରି ବିବାଦ ଚାଲିରହିଥିବା ଘଟଣା କୁ ନେଇ ଆଜି କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ତରଫରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଧେଶ୍ୟ ରେ ଏକ ଦାବିପତ୍ର କୋଷାଗୁମୁଡା ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟନାୟକ ଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି | କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ର ବରିଷ୍ଠ କର୍ମକର୍ତା ଆଜି କୋଷାଗୁମୁଡା ସଦରମହକୁମା ସ୍ଥିତ ନିଉ ଲାଇଫ କମ୍ୟୁନିଟି ହଲ ଠାରେ ଉପସ୍ଥିତ ହଇ ମଣିପୁର ରେ ଦୀର୍ଘଦିନ ଧରି ଚାଲିରହିଥିବା ହିଂସା ବିଷୟରେ ଆଲଚନା କରିଥିବା ଦେଖିବାକୁ ମିଳିଥିଲା | ବିଭିନ୍ନ ଗଣମାଧ୍ୟମ ଖବର ପ୍ରକାରେ ମଣିପୁର ରାଜ୍ୟ ର ବିଭିନ୍ନ ସ୍ଥାନ ରେ ପ୍ରାୟ ପ୍ରାୟ 400 ଚର୍ଚ୍ଚ, ବିଭିନ୍ନ ଖ୍ରୀଷ୍ଟିଆନ ସଂସ୍ଥା ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ହସ୍ପିଟାଲ କୁ ପଡି ଭାଙ୍ଗି ଦିଆଯାଉଛି | ବିଭିନ୍ନ ଗ୍ରାମ ରେ ଖ୍ରୀଷ୍ଟିଆନ ପରିବାର ଙ୍କ ଘରଦ୍ୱାର ନଷ୍ଟ କରାଯାଉଛି ଓ ସେମାନଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ର ଶିକାର ହେବାକୁ ପଡୁଛି | ଅନେକ ପରିବାର ନିଜ ଘରଦ୍ୱାର ଛାଡି ପଳାୟନ କରୁଛନ୍ତି | ମହିଳା ମାନଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଉଛି ଯାହାକି ଅତି ନିନ୍ଦନୀୟ ଓ ସଭ୍ୟସମାଜ ପ୍ରତି ଲଜ୍ଜା ର ବିଷୟ ପାଲଟିଛି ବଲି ଆଜି କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ର ଉପସଭାପତି ରେଭ.ବିଲ୍ୱଲିଅମ ସିଫା ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ| ଭାରତ ରେ ବାରମ୍ବାର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଙ୍କୁ ଅଣଦେଖା କରାଯାଉଛି ଓ ତାଡନା ର ଶିକାର ହେବାକୁ ପଡୁଛି ଯାହା ଆମ ପାଇଁ ଦୁଃଖଦ ବଲି ବ୍ଲକ ଖ୍ରୀଷ୍ଟିଆନ ସମାଜ ଉପଦେଷ୍ଟା ରେଭ ରୁବେନ କଚ୍ଛପ ନିଜ ମତ ପ୍ରକାଶ କରିଛନ୍ତି | ଆଜିର ଦାବି ପତ୍ର ରେ ମଣିପୁର ରେ ଚାଲିଥିବା ହିଂସା କୁ ତୁରନ୍ତ ବନ୍ଦ କରିବା ପାଇଁ ତଥା ହିଂସା ରେ ପ୍ରଭାବିତ ହେଇଥିବା ଖ୍ରୀଷ୍ଟିଆନ ପରିବାର ମାନଙ୍କୁ ଥଇଥାନ କରିବା ପାଇଁ ମହିଳା ମାନଙ୍କୁ ଦୁଷ୍କର୍ମ କରିଥିବା ସମସ୍ତ ଦୋଷୀ ଙ୍କୁ ଗିରଫ କରି ପୀଡିତା ଙ୍କୁ ନ୍ୟାୟ ଦେବାପାଇଁ ଦାବି କରାଯାଇଛି| ଆଜି ଏହି ଦାବୀ ପତ୍ର ପ୍ରଦାନ ବେଳେ କୋଷାଗୁମୁଡା ବ୍ଲକ ଖ୍ରୀଷ୍ଟିଆନ ସମାଜ ର ସଭାପତି ରେଭ. ହିମାଂଶୁ ଶେଖର ବାଘ, ସମ୍ପାଦକ ରେଭ. ସୁନ୍ଦର ମୋହନ ଶିଷକ, କୋଷାଧକ୍ଷ ରେଭ ଫୁଲଚନ୍ଦ ପାଣି, ରେଭ ନରେନ୍ଦ୍ର ଫୁଲ, ରେଭ ରୁପଚନ୍ଦ ଫୁଲମାଲି, ରେଭ ମଙ୍ଗଳଦାନ ବାଘ,ରେଭ ପ୍ରେମ ହରିଜନ,ରେଭ ଉମେଶ ବେସରା, ରେଭ ତ୍ରିନାଥ ଦୁଆରୁ, ରେଭ କିରନ ଦିଗାଲ, ରେଭ ଅଜିତ ବାଘ, ରେଭ ଅମରଦାସ, ସାମୁଏଲ ସିଫା, ଇଷାକ ଗଣ୍ଡା, ଗୁରୁଦାସ ହରିଜନ, ବସନ୍ତ ହିଆଲ ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ରହିଥିଲେ|

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତେରେସିଂହା: ୨୦୦୬ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

Sunil Chandra Nayak

ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ରାୟଗଡାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!