ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ପ୍ରଶାସନ ତରଫରୁ ୱାକାଥନ ଜରିଆରେ ମତଦାନ ସଚେତନତା କାର୍ଯ୍ୟକ୍ରମ 

ଜିଲା ପ୍ରଶାସନ ତରଫରୁ ୱାକାଥନ ଜରିଆରେ ମତଦାନ ସଚେତନତା କାର୍ଯ୍ୟକ୍ରମ 

ଆସନ୍ତା ମେ ମାସ ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ଅବସରରେ ଭୋଟର୍ ମାନେ ନିଜକୁ ସାମିଲ କରି ନିଜର ମତଦାନ ସାବ୍ଯସ୍ତ କରିବାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅୟୋଜନ କରାଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ ସୁନାବେଡା ପୋୖର ପରିଷଦ ଅଧିନ ହାଲ ସହରାଞ୍ଚଳରେ ହୋଇଥିବା ଏହି ସଚେତନ କାର୍ଯ୍ୟକ୍ରମରେ କୋରାପୁଟର ମାନ ରଖିବା, କୋରାପୁଟକୁ ସମୃଦ୍ଧ କରିବା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ଆଦି ବିଭିନ୍ନ ବାର୍ତା ନେଇ ହାଲ ସୁନାବେଡା ସହରାଞ୍ଚଳରେ ପରିକ୍ରମା କରି ନିକଟସ୍ତ ୱାଇ ଜୋନ ପାର୍କ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଆସନ୍ତା ନିର୍ବାଚନରେ ଭୋଟର୍ ମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ଯସ୍ତ କରିବା ଏହାର ମୂଳ ଲକ୍ଷ୍ୟ.. ଏହି ବାର୍ତ୍ତା ନେଇ ସୁନାବେଡା ଅଂଚଳର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ,କୋରାପୁଟ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ.।

ଗୋରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫାଇବ ଟି ସଚୀବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କ ପରିଦର୍ଶନରେ ପୋଡାଗଡା ଆସିବାକୁ ଥିବା ନେଇ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରସ୍ତୁତି

Sunil Chandra Nayak

  ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ (କଳାହାଣ୍ଡି ବିଶ୍ୱବିଦ୍ୟାଳୟ) ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ

masiha

ରାଜ୍ୟ ସ୍ତରୀୟ ଯୋଗ ପ୍ରତି ଯୋଗିତାରେ ଭାଗନେବେ ଆଦର୍ଶ ବିଦ୍ୟାଳୟର ଛାତ୍ରୀ 

Sunil Chandra Nayak

Leave a Comment

error: Content is protected !!