ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବାଲେଶ୍ଵର,୦୭/୩/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଇଟିଙ୍ଗିରୀ ୟୁଜିୟୁପି ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୩ ବର୍ଷ ଧରି ପ୍ରଧାନଶିକ୍ଷକ ପଦରେ କାର୍ଯ୍ୟ କରି ଆସୁଥିବା ଉମାକାନ୍ତ ପ୍ରଧାନ ଶିକକ୍ଷତା ଜୀବନରୁ ଅବସର ଗ୍ରହଣ କରିବା ଉପଲକ୍ଷେ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ଓ ସଭାପତି ହରେନ୍ଦ୍ର ରାଉତଙ୍କ ଆୟୋଜନରେ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରବିନାରାୟଣ ତ୍ରିପାଠୀ, ଦୟାନିଧି ପାତ୍ର, ଦେବାଶିଷ ସାହୁ ଉତ୍ସବକୁ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସିଆରସିସି ଆଦିତ୍ୟ ରାଉତ, ପୂର୍ବତନ ସରପଞ୍ଚ ବୈକୁଣ୍ଠ ରାଉତ, ସରପଞ୍ଚ ଯଶୋଦା ମଣୀ ଧଳ, ସମିତି ସଭ୍ୟା ସୁଚିସ୍ମିତା ଦେ ପ୍ରମୁଖ ଯୋଗଦାନ କରି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ପ୍ରଧାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ସେ ଜଣେ ଛାତ୍ର ବତ୍ସଳ ଅମାୟିକ ଓ ମିଷ୍ଟଭାଷୀ ଥିଲେ ବୋଲି ବକ୍ତବ୍ୟରେ କହିଥିଲେ । ତାଙ୍କ ସମୟରେ ସ୍କୁଲରେ ବହୁବିଧ ଉନ୍ନତି ହୋଇଥିବା ପରିଚାଳନା କମିଟିର ସଭାପତି ହରେନ୍ଦ୍ର ରାଉତ ବକ୍ତବ୍ୟ ରଖିଥିଲେ । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସ୍କୁଲ ପରିଚାଳନା କମିଟି, ଗ୍ରାମ୍ୟ କମିଟି, ଅଙ୍ଗନବାଡ଼ି କର୍ମୀ, ଏସ ଏଚ ଜି ମହିଳା ଓ ଛାତ୍ରଛାତ୍ରୀ ମାନେ ଅବସରପ୍ରାପ୍ତ ଶିକ୍ଷକ ଉମାକାନ୍ତ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୋଡ଼େନ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର : ୬୫ଟି ଅଭିଯୋଗର ଶୁଣାଣି, ରେଡକ୍ରସ ପାଣ୍ଠିରୁ ଦୁଇ ଜଣଙ୍କୁ ସହାୟତା

Sunil Chandra Nayak

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

Sunil Chandra Nayak

ଅଲ ଓଡିଶା ଡ୍ରାଇଭର ସଂଘର “ଚକ ଜାମ, ଷ୍ଟେରିଙ୍ଗ ଛାଡ଼ “ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!