ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀଙ୍କ ଦ୍ୱାରା ଅଚଳ ହାଇ ମାକ୍ସ ଲାଇଟ ଜଳିଲା

ସମାଜସେବୀଙ୍କ ଦ୍ୱାରା ଅଚଳ ହାଇ ମାକ୍ସ ଲାଇଟ ଜଳିଲା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ବସ ଷ୍ଟାଣ୍ଡ ନିକଟରେ ଥିବା ହାଇ ମାକ୍ସ ଲାଇଟ ଅନେକ ମାସ ହେଲା ଅଚଳ ଅବସ୍ଥାରେ ପଡି ରହିଥିଲା । ଯାହା ଫଳରେ ବସ ଷ୍ଟାଣ୍ଡ ଅନ୍ଧାର ଦେଖା ଯାଉଥିଲା ।ଏପରିକି ରାତିରେ ବସ କୁ ଅପେକ୍ଷା କରିଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।ଅନେକ ଥର ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାମ ଦେଉ ନ ଥିବା ଲୋକେ ପ୍ରକାଶ କରିଛନ୍ତି ।ଆଗକୁ ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ର ଆୟୋଜନ କରାଯାଇଛି ଏଣୁ ବସ ଷ୍ଟାଣ୍ଡ ନିକଟରେ ଥିବା ଅଚଳ ହାଇ ମାକ୍ସ ଲାଇଟ କୁ ନିଜ ସହାୟତାରେ ସମାଜ ସେବୀ ଗଜିନ୍ଦ୍ର ଦୀପ ଅଚଳାବସ୍ଥା ଥିବା ଲାଇଟକୁ ମରାମତି କରାଇଥିଲେ ।ଯାହା ଫଳରେ ଦୀର୍ଘଦିନ ପରେ ବସ ଷ୍ଟାଣ୍ଡ ରେ ଆଲୁଅ ଦେଖିବାକୁ ମିଳିଥିଲା ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ବାଦାମପାହାଡ଼ ବନାଞ୍ଚଳ ଞ୍ଚଳରେ ବିଶ୍ଵ ପରିବେଶ ଦିବସ ପାଳିତ

୧-ସାପୁଆ ନଈ ପଠାରେ ଧୋବ ଫରଫର କାଶତଣ୍ଡୀ , ୨- କନ୍ଧରାରେ ଧୁମଧାମରେ ଖୁଦୁରୁକୁଣୀ ଭସାଣି ଉତ୍ସବ, ୩-ଗବଗଡା ଗ୍ରାମବାସୀ ଦୀର୍ଘ ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ,୪- ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ସାମ୍ବାଦିକ ସଂଘର ନବମ ମାସିକ ବୈଠକ , ୫-ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଶେଷ ଖୁଦୁରୁକୁଣୀ ଓଷା ପାଳିତ, ୬- ଜିଲା ବିଜ୍ଞାନ ନାଟକ ପ୍ରତିଯୋଗିତାରେ କାମାକ୍ଷାନଗର ବ୍ଲକର କୃତିତ୍ୱ , ୭- ବିଦ୍ୟୁତ ସମସ୍ୟା ନେଇ ମହାବିରୋଡ଼ ଅଞ୍ଚଳ ବାସୀ ଥାନା ଅଧିକାରୀଙ୍କୁ ଦେଲେ ଦାବିପତ୍ର , ୮- ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭମାଟି ଅନୁକୂଳ, ୯- ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସଙ୍କ ୬୯ତମ ଶ୍ରାଦ୍ଧ ଦିବସ ରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କୁ “ଗଡ଼ଜାତ ଗାନ୍ଧି ସ୍ମୃତି ସୁରକ୍ଷା ସମ୍ମାନ”, ୧୦-ସେନା କର୍ମଚାରୀଙ୍କର ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ 

Sunil Chandra Nayak

ରାଇରଙ୍ଗପୁର ରେ ନବ ନିଯୁକ୍ତ ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ସୁରଥ ପଟ୍ଟନାୟକଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଲେ ସାମ୍ବାଦିକ

Sunil Chandra Nayak

Leave a Comment

error: Content is protected !!