ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀଙ୍କ ଦ୍ୱାରା ଅଚଳ ହାଇ ମାକ୍ସ ଲାଇଟ ଜଳିଲା

ସମାଜସେବୀଙ୍କ ଦ୍ୱାରା ଅଚଳ ହାଇ ମାକ୍ସ ଲାଇଟ ଜଳିଲା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ବସ ଷ୍ଟାଣ୍ଡ ନିକଟରେ ଥିବା ହାଇ ମାକ୍ସ ଲାଇଟ ଅନେକ ମାସ ହେଲା ଅଚଳ ଅବସ୍ଥାରେ ପଡି ରହିଥିଲା । ଯାହା ଫଳରେ ବସ ଷ୍ଟାଣ୍ଡ ଅନ୍ଧାର ଦେଖା ଯାଉଥିଲା ।ଏପରିକି ରାତିରେ ବସ କୁ ଅପେକ୍ଷା କରିଥିବା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।ଅନେକ ଥର ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି କାମ ଦେଉ ନ ଥିବା ଲୋକେ ପ୍ରକାଶ କରିଛନ୍ତି ।ଆଗକୁ ଗ୍ରାମରେ ଶାରଦୀୟ ଦୁର୍ଗାପୂଜା ର ଆୟୋଜନ କରାଯାଇଛି ଏଣୁ ବସ ଷ୍ଟାଣ୍ଡ ନିକଟରେ ଥିବା ଅଚଳ ହାଇ ମାକ୍ସ ଲାଇଟ କୁ ନିଜ ସହାୟତାରେ ସମାଜ ସେବୀ ଗଜିନ୍ଦ୍ର ଦୀପ ଅଚଳାବସ୍ଥା ଥିବା ଲାଇଟକୁ ମରାମତି କରାଇଥିଲେ ।ଯାହା ଫଳରେ ଦୀର୍ଘଦିନ ପରେ ବସ ଷ୍ଟାଣ୍ଡ ରେ ଆଲୁଅ ଦେଖିବାକୁ ମିଳିଥିଲା ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ 

Related posts

ଉତ୍କଳ ପରିଷଦ ଓ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁଦିବସ ଅବସର ରେ ଗୁରୁ ସମ୍ମାନ କାର୍ଯ୍ୟକ୍ରମ

masiha

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

Sunil Chandra Nayak

ଗଛରେ ପିଟିଲା ନାଇଟ କୋଚ ବସ, ୨ ଆହତ , ଅଳ୍ପକେ ବର୍ତ୍ତିଲେ ୫୦ ଜଣ ଯାତ୍ରୀ

Sunil Chandra Nayak

Leave a Comment

error: Content is protected !!