ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ଶିଶୁ ଉତ୍ସବ ପାଳିତ

ବ୍ୟୁରୋ ନିଉଜ // କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ଶିଶୁ ଉତ୍ସବ ଏବଂ ଅପରୂପ ଉତ୍କଳ ଶୀର୍ଷକ ଆଲୋଚନା ଚକ୍ର କଟକ ବିଡାନାସୀ ସ୍ଥିତ ମମତା ସ୍ଵାଧର ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ପଚାଶରୁ ଉର୍ଦ୍ଧ ଶିଶୁ ପ୍ରତିଭା ମାନଙ୍କୁ ଉତ୍କଳ ଶିଶୁ ସାରଥୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପଚାଶ ଜଣ କବି ଉକ୍ତ ଅବସରରେ ଅପରୂପ ଉତ୍କଳ ଶୀର୍ଷକ କବିତା ପାଠ କରିଥିଲେ ଏବଂ ସେମାନଙ୍କୁ ଉତ୍କଳ କବି ସାରଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜୀବନ ବ୍ୟାପି ଶିଶୁ ସାହିତ୍ୟରେ ସାଧନା ପାଇଁ ଡ଼କ୍ଟର ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଏବଂ ସ୍ତମ୍ଵକାର ତଥା ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରି ଙ୍କୁ ଉତ୍କଳ ସାରଥୀ ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକା ଡ଼. ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଯୋଗଦେଇ ଉତ୍କଳ ମାତାର ସ୍ୱ ଲିଖିତ କବିତାରେ ଜୟ ଗାନ କରିଥିଲେ । ଉତ୍କଳ ଶିଶୁ ସାରଥୀ ମାନେ ଉତ୍କଳର ଆଗାମୀ ଯୁଗର ପଥ ପଦଶ୍ରକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ ଉତ୍କଳ ଦିବସର ଆଭିମୁଖ୍ୟ ଇତିହାସ ପୃଷ୍ଠଭୂମିକୁ ନେଇ ସ୍ପଷ୍ଟ କରିଥିଲେ । ବିଶିଷ୍ଟ ବକ୍ତା ଏବଂ ଅତିଥି ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ , ଡ଼କ୍ଟର ଲକ୍ଷ୍ମଣ ସାହୁ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଇଁ ସୁଶାନ୍ତ କୁମାର ବଳ ପ୍ରମୁଖ ଯୋଗଦାନ କରି ଉତ୍କଳର ଅପରୂପ ଶୋଭାରାଜି, ସଂସ୍କୃତି , ପରମ୍ପରା ଏବଂ ଇତିହାସର ଗାଥାକୁ ବର୍ଣ୍ଣନା କରିଥିଲେ । ଉକ୍ତ ଅବସରରେ ଡ. ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଙ୍କ ପୁସ୍ତକ “ଶୁଖିଗଲା ମହାନଦୀ ମିଶିଗଲା ସାଗରରେ ” ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଜନ ରଞ୍ଜନ ପ୍ରଧାନ, ନବ କିଶୋର ଶତପଥୀ , ମହେଶ୍ଵର ବେହେରା , ସାଗର କୁମାର ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । ଡାକ୍ତର ନବ କିଶୋର ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ଜୁନାଗଡ଼ ଠାରେ ବାବା ସାହେବ ଆମ୍ବେଦକର ଙ୍କ ର୧୩୩ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ

masiha

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Sunil Chandra Nayak

ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁପୂଣ୍ଣିମା ଉତ୍ସବ ପାଳିତ

masiha

Leave a Comment

error: Content is protected !!