ବ୍ୟୁରୋ ନିଉଜ // କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ଶିଶୁ ଉତ୍ସବ ଏବଂ ଅପରୂପ ଉତ୍କଳ ଶୀର୍ଷକ ଆଲୋଚନା ଚକ୍ର କଟକ ବିଡାନାସୀ ସ୍ଥିତ ମମତା ସ୍ଵାଧର ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ପଚାଶରୁ ଉର୍ଦ୍ଧ ଶିଶୁ ପ୍ରତିଭା ମାନଙ୍କୁ ଉତ୍କଳ ଶିଶୁ ସାରଥୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପଚାଶ ଜଣ କବି ଉକ୍ତ ଅବସରରେ ଅପରୂପ ଉତ୍କଳ ଶୀର୍ଷକ କବିତା ପାଠ କରିଥିଲେ ଏବଂ ସେମାନଙ୍କୁ ଉତ୍କଳ କବି ସାରଥୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଜୀବନ ବ୍ୟାପି ଶିଶୁ ସାହିତ୍ୟରେ ସାଧନା ପାଇଁ ଡ଼କ୍ଟର ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଏବଂ ସ୍ତମ୍ଵକାର ତଥା ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଲାଉରି ଙ୍କୁ ଉତ୍କଳ ସାରଥୀ ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ଏହି ଶିଶୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକା ଡ଼. ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଯୋଗଦେଇ ଉତ୍କଳ ମାତାର ସ୍ୱ ଲିଖିତ କବିତାରେ ଜୟ ଗାନ କରିଥିଲେ । ଉତ୍କଳ ଶିଶୁ ସାରଥୀ ମାନେ ଉତ୍କଳର ଆଗାମୀ ଯୁଗର ପଥ ପଦଶ୍ରକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ବୈଜୟନ୍ତୀ ମାଳା ଶତପଥୀ ଉତ୍କଳ ଦିବସର ଆଭିମୁଖ୍ୟ ଇତିହାସ ପୃଷ୍ଠଭୂମିକୁ ନେଇ ସ୍ପଷ୍ଟ କରିଥିଲେ । ବିଶିଷ୍ଟ ବକ୍ତା ଏବଂ ଅତିଥି ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ , ଡ଼କ୍ଟର ଲକ୍ଷ୍ମଣ ସାହୁ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଇଁ ସୁଶାନ୍ତ କୁମାର ବଳ ପ୍ରମୁଖ ଯୋଗଦାନ କରି ଉତ୍କଳର ଅପରୂପ ଶୋଭାରାଜି, ସଂସ୍କୃତି , ପରମ୍ପରା ଏବଂ ଇତିହାସର ଗାଥାକୁ ବର୍ଣ୍ଣନା କରିଥିଲେ । ଉକ୍ତ ଅବସରରେ ଡ. ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଙ୍କ ପୁସ୍ତକ “ଶୁଖିଗଲା ମହାନଦୀ ମିଶିଗଲା ସାଗରରେ ” ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ଜନ ରଞ୍ଜନ ପ୍ରଧାନ, ନବ କିଶୋର ଶତପଥୀ , ମହେଶ୍ଵର ବେହେରା , ସାଗର କୁମାର ସାମନ୍ତରାୟ ପ୍ରମୁଖ ସହଯୋଗ କରିଥିଲେ । ଡାକ୍ତର ନବ କିଶୋର ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।