ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜାତୀୟ କୃମିନାଶକ ଦିବସ ପାଳିତ

ଭବାନୀପାଟଣା ତା ୧୦.୮.୨୦୨୩: ଜିଲ୍ଲା ସ୍ୱାସ୍ଥ୍ୟ ସମିତି କଳାହାଣ୍ଡି ତରଫରୁ ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମିଁନାଶକ ଦିବସ ପାଳିତ ହୋଇଯାଇଛି।କୃମି ସଂକ୍ରମଣକୁ ନିୟନ୍ତ୍ରଣ ଓ କୃମିମୁକ୍ତ ଶିଶୁ ସ୍ଵାସ୍ଥ୍ୟ ର ପ୍ରଚାର ଓ କାର୍ଯ୍ୟକାରିତା ପାଇଁ ଆଜିଠାରୁ ସପ୍ତାହ ବ୍ୟାପି ଜିଲ୍ଲାରେ ପାଳନ କରାଯିବ ଏବଂ ବ୍ୟାପକ ଭାବେ ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ବଣ୍ଟନ କରାଯିବ।ଜିଲ୍ଲା ଶିକ୍ଷା ଅଧିକାରୀ,ସ୍ଵାସ୍ଥ୍ୟ ବିଭାଗୀୟ ଅଧିକାରୀ,ମହିଳା ଶିଶୁ ବିଭାଗୀୟ ଅଧିକାରି ଓ ଅନ୍ୟ ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅଭିଯାନ ରେ ସାମିଲ କରାଯିବ।

ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ସି ଡି ଏମ ଓ ଡ ଗିରିଶ ଚନ୍ଦ୍ର ରାଉତ,ଓ ଅନ୍ୟ ଅତିଥି ମଧ୍ୟରେ ଡି ପି ଏଚ୍ ଓ ଡ ରାକେଶ ସାହୁ , ଏ ଡି ପି ଏଚ ଓ ଡ ନିହାରେନ୍ଦ୍ର ପଣ୍ଡା , ଡି ପି ଏମ ଅବନୀକାନ୍ତ ମହାପାତ୍ର, ଏ ଡି ପି ଏଚ ଓ ଡ ମନୋ ମାଝୀ, ଡି ଏମ ଆର୍ ସି ଏଚ ଭବାନୀ ସାହୁ, ଡି ଏମ ଓ ଡ ରଞ୍ଜନ ମିତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବକ୍ତାଗଣ ନିଜ ବକ୍ତବ୍ୟରେ କୃମି ଓ ରକ୍ତହୀନତା ପରସ୍ପର ସଂଯୁକ୍ତ ଏବଂ ଏହି କୃମିଯୁକ୍ତ ଶିଶୁ ଶରୀରକୁ ରୋଗିଣା କରିବା ସହିତ ବୌଦ୍ଧିକ ଓ ମାନସିକ ବିକାଶ ରେ ବାଧା ଆଣିଥାଏ ବୋଲି କହିଥିଲେ।କୃମି ନ ହେବାପାଇଁ କେତେକ ନିୟମ ଖାଲି ପାଦରେ ନ ଚାଲିବା , ଶୌଚ ପରେ ସାବୁନ ରେ ହାତ ଧୋଇବା, ସଂକ୍ରମିତ ଓ ବାସି ଖାଦ୍ୟ ନ ଖାଇବା ଏବଂ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବାକୁ ତଥା କୃମିନଶକ ଔଷଧ ଆଲବେଣ୍ଡାଯୋଲ ଉଚିତ ମାତ୍ରା ରେ ସେବନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉପସ୍ଥିତ ଛାତ୍ରୀ ମାନଂକ ମଧ୍ୟରୁ ୩ ଜଣଙ୍କୁ କୃମୀନାଶକ ଔଷଧ ଦିଆଯାଇଥିଲା ଓ ପରେ ବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କୁ ଔଷଧ ଦିଆଯାଇଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ

Sunil Chandra Nayak

ବିମାନ ବନ୍ଦର ଉନ୍ନତିକରଣ ପାଇଁ ଆଲୋଚନା 

masiha

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

masiha

Leave a Comment

error: Content is protected !!