ଭବାନୀପାଟଣା ତା ୧୦.୮.୨୦୨୩: ଜିଲ୍ଲା ସ୍ୱାସ୍ଥ୍ୟ ସମିତି କଳାହାଣ୍ଡି ତରଫରୁ ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ କୃମିଁନାଶକ ଦିବସ ପାଳିତ ହୋଇଯାଇଛି।କୃମି ସଂକ୍ରମଣକୁ ନିୟନ୍ତ୍ରଣ ଓ କୃମିମୁକ୍ତ ଶିଶୁ ସ୍ଵାସ୍ଥ୍ୟ ର ପ୍ରଚାର ଓ କାର୍ଯ୍ୟକାରିତା ପାଇଁ ଆଜିଠାରୁ ସପ୍ତାହ ବ୍ୟାପି ଜିଲ୍ଲାରେ ପାଳନ କରାଯିବ ଏବଂ ବ୍ୟାପକ ଭାବେ ୧ ରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ କୃମିନାଶକ ଔଷଧ ବଣ୍ଟନ କରାଯିବ।ଜିଲ୍ଲା ଶିକ୍ଷା ଅଧିକାରୀ,ସ୍ଵାସ୍ଥ୍ୟ ବିଭାଗୀୟ ଅଧିକାରୀ,ମହିଳା ଶିଶୁ ବିଭାଗୀୟ ଅଧିକାରି ଓ ଅନ୍ୟ ଅଧିକାରୀ ଙ୍କ ମିଳିତ ଉଦ୍ୟମରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅଭିଯାନ ରେ ସାମିଲ କରାଯିବ।
ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ସି ଡି ଏମ ଓ ଡ ଗିରିଶ ଚନ୍ଦ୍ର ରାଉତ,ଓ ଅନ୍ୟ ଅତିଥି ମଧ୍ୟରେ ଡି ପି ଏଚ୍ ଓ ଡ ରାକେଶ ସାହୁ , ଏ ଡି ପି ଏଚ ଓ ଡ ନିହାରେନ୍ଦ୍ର ପଣ୍ଡା , ଡି ପି ଏମ ଅବନୀକାନ୍ତ ମହାପାତ୍ର, ଏ ଡି ପି ଏଚ ଓ ଡ ମନୋ ମାଝୀ, ଡି ଏମ ଆର୍ ସି ଏଚ ଭବାନୀ ସାହୁ, ଡି ଏମ ଓ ଡ ରଞ୍ଜନ ମିତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା ଏବଂ ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବକ୍ତାଗଣ ନିଜ ବକ୍ତବ୍ୟରେ କୃମି ଓ ରକ୍ତହୀନତା ପରସ୍ପର ସଂଯୁକ୍ତ ଏବଂ ଏହି କୃମିଯୁକ୍ତ ଶିଶୁ ଶରୀରକୁ ରୋଗିଣା କରିବା ସହିତ ବୌଦ୍ଧିକ ଓ ମାନସିକ ବିକାଶ ରେ ବାଧା ଆଣିଥାଏ ବୋଲି କହିଥିଲେ।କୃମି ନ ହେବାପାଇଁ କେତେକ ନିୟମ ଖାଲି ପାଦରେ ନ ଚାଲିବା , ଶୌଚ ପରେ ସାବୁନ ରେ ହାତ ଧୋଇବା, ସଂକ୍ରମିତ ଓ ବାସି ଖାଦ୍ୟ ନ ଖାଇବା ଏବଂ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବାକୁ ତଥା କୃମିନଶକ ଔଷଧ ଆଲବେଣ୍ଡାଯୋଲ ଉଚିତ ମାତ୍ରା ରେ ସେବନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଉପସ୍ଥିତ ଛାତ୍ରୀ ମାନଂକ ମଧ୍ୟରୁ ୩ ଜଣଙ୍କୁ କୃମୀନାଶକ ଔଷଧ ଦିଆଯାଇଥିଲା ଓ ପରେ ବିଦ୍ୟାଳୟର ସମସ୍ତ ଛାତ୍ରୀମାନଙ୍କୁ ଔଷଧ ଦିଆଯାଇଥିଲା ।