ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳିତ ବର୍ଷରେ ବର୍ଷା କମ ଯୋଗୁଁ ଚାଷ କାମରେ ଅସୁବିଧା ପ୍ରଭାବ ଦେଖାଇଛି

ବନ୍ଧୁଗାଁ:୧୨/୮/୨୩, // ଶ୍ରାବଣ ସରିଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ଚଳିତ ବର୍ଷ ବନ୍ଧୁଗାଁ ରେ ମାତ୍ର ୪୪୯ ମିମି ବର୍ଷା ହୋଇଛି।ପାଣି ଅଭାବ ଯୋଗୁଁ ଚାଷୀକୂଳ ହତାଶ ହୋଇପଡିଛି । ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । ବର୍ଷାର ଆଗମନ ଦେଖି ଚାଷୀ ଧାନ ବିହନ ସଂଗ୍ରହ କରି ତଳି ପକାଇଥିଲେ । କିନ୍ତୁ ବର୍ଷା ହେଉନଥିବାରୁ ଏବେ ସେ ସବୁ ତଳି ମରିବାକୁ ବସିଲାଣି । ବୁଣା ଯାଇଥିବା ତଳି ବିଲ ମଧ୍ଯ ଫାଠି ଆଁ କଲାଣି । ତେଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ ଖାଲ ଜମିରୁ ପାଣି ସଂଗ୍ରହ କରି ବିଲରେ ଛିଞ୍ଚୁଛି ଏବେସୁଦ୍ଧା ୮୦ ପ୍ରତିଶତ ଧାନ ଜମି ରୁଆ ସରିବାକୁ ଥିବାବେଳେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଦୌ ଧାନ ଚାଷ ଆଗେଇ ପାରୁନାହିଁ । ଫଳରେ ଚିନ୍ତାରେ ପଡିଛି ଚାଷୀ । ଜମିରେ ଗାଈ ଚରୁଥିବା ମଧ୍ୟ ଦେଖିବାକୁ ମିଳୁଛି l ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ ତେବେ ବୁଣା ଯାଇଥିବା ତଳି ନଷ୍ଟ ହୋଇଯିବ ଆଉ ତଳି ପକାଇବା ପାଇଁ ବିହନ ମୁଠେ ବି ମିଳିବ ନାହିଁ । କିଛି ଦିନ ତଳେ ବର୍ଷା ହୋଇଥିଲା । ହେଲେ ହଠାତ୍ ବର୍ଷା ଗାଏବ ହୋଇ ପ୍ରବଳ ଖରା ଓ ଗରମ ହେଉଛି, ଯାହାକୁ ନେଇ ଧାନ ଚାଷୀ ଆଶା ଓ ଆଶଙ୍କାରେ ଗତି କରୁଥିବା ବେଳେ ଏ ସବୁ ଅଞ୍ଚଳରେ ଧାନ ଜମି ପଡିଆ ପଡିଛି । ଯାହାଦ୍ବାରା ଧାନ ଜମି ପାଲଟିଛି ଗୃହପାଳିତ ପଶୁଙ୍କ ଚାରଣ ଭୂମି । ସେପଟେ ଆଖ ପାଖ ଅଞ୍ଚଳରେ ଜଳ ସମ୍ପଦ ଉପଖଣ୍ଡ ଅଧିନରେ ଥ‌ିବା ପୋମ୍ପ ଗୁଡ଼ିକରେ ଘାସ ଏବଂ ଅନାବନା ଗଛ ଉଠିଲାଣି ଜଳସମ୍ପଦ ବିଭାଗ ରେ କୋଟି କୋଟି ଟଙ୍କାର କାର୍ଯ୍ୟ ହୋଇଥିଲେ ମଧ୍ୟ କେବଳ କାଗଜ କଲମରେ ସୀମିତ ଅଛି, କୌଣସି ଜଳ ସମ୍ପଦ ବିଭାଗ ର କର୍ମଚାରୀ ଦେଖାଦର୍ଶନ ନାହିଁ ବୋଲି ଧାନ ଚାଷୀ ଅଭିଯୋଗ କରିଛନ୍ତି । ରାଜ୍ୟ ଜଳ ସମ୍ପଦ ବିଭାଗ ତୁରନ୍ତ ପାଣି ପମ୍ପ ମରାମତି କରି ପାଣି ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଆଇନ ମହାବିଦ୍ୟାଳୟରେ ହସ୍ତକଳା ପ୍ରଦର୍ଶନୀ

masiha

ଉତରାକାଶୀରେ ନିର୍ମାଣଧୀନ ଟନେଲରେ ଫଶିଥିବା ପୁଅର ଉଦ୍ଧାର ପାଇଁ ବାପା ମା, ଭଉଣୀଙ୍କ ଆକୁଳ ନିବେଦନ 

masiha

ସଚ୍ଚିଦାନନ୍ଦ ଙ୍କ ବିୟୋଗରେ ହମିରପୁର ଉନ୍ନୟନ ପରିଷଦର ଶୋକ

masiha

Leave a Comment

error: Content is protected !!