ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଉତ୍କଳଦିବସ ପାଳନ

ବ୍ୟୁରୋ ନିଉଜ // ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ବାଲିଯୋଡି ସ୍ଥିତ ଉତ୍କଳମଣି ଗୋପବନ୍ଧୁ ପ୍ରତିମୂର୍ତ୍ତି ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଉନୁଷ୍ଠାନର ଉପ ସଭାପତି ମିନତୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ପାନପୋଷ ପ୍ରାକ୍ତନ ଉପଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ,ବିଶିଷ୍ଟ ସାହିତ୍ୟିକ ଶଙ୍କର୍ଷଣ ପରିଡା, ସମାଜସେବୀ ଡା ଫକୀରଚରଣ ହୋତା, ଆଇଡ଼ିଏଲର ଶିଳ୍ପ ସମ୍ପର୍କ ବିଭାଗର ମୁଖ୍ୟ ରଞ୍ଜନ ମହାନ୍ତି, କବୟିତ୍ରୀ ବିଜୟ ଲଷ୍ମୀ ପଟ୍ଟନାୟକ,ସଚେତନ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ପିପି ରାୟ ଡା ବିଷ୍ନୁପ୍ରିୟା ଦେଇ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସନ୍ନମାନିତ ଅଥିତି, ବରଣ୍ୟ ଅଥିତି ଓ ବକ୍ତାଭାବେ ଯୋଗଦେଇ ଉତ୍କଳ ଦିବସର ମହତ୍ୱ, ଗାରିମା, ଓଡ଼ିଆ ଭାଷ ସାହିତ୍ୟ ସଂସ୍କୃତି ସୁରକ୍ଷା, ସର୍ବୋପରି ମଧୁସୂଦନ, ଗୋପବନ୍ଧୁ, ଫକୀରମୋହନ, ପାରଳାମହାରାଜା, କୃଷ୍ଣ ଚନ୍ଦ୍ର ଗଜପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଭଳି ପୂର୍ବ ସୁରୀମାନଙ୍କର ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନରେ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଓଡ଼ିଆଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ପାଈଁ ଏହି ସଭାରେ ସର୍ବସନ୍ନମତି କ୍ରମେ ମତପ୍ରକାଶ ପାଇଥିଲା ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଦସ୍ୟା ମୋହିନୀ ନାୟକ, ଅନ୍ତର୍ଯ୍ୟାମୀ ବେଉରିଆ, ଶିକ୍ଷାବିତ କୈଳାସ ଚଦ୍ର ପଣ୍ଡା, ଚାରୁଲତା ଦେବି,କବି ଆର୍ତବନ୍ଧୁ ଦାସ, ସନାତନ ସାହୁ, ମୁରଲୀଧର ଦାସ,ବିପିନ ବିହାରୀ ରାଉତରାୟ, ଭଗବାନ ସାହୁ, ଚାନ୍ଦ ମଣି ମାଝୀ,ମନୋରମା ପଣ୍ଡା,ନାଗମଣୀ ମହାନ୍ତି, ରେଣୁବାଳା ଗିରି, ଅଜୟ କୁମାର ରାୟ, ସନାତନ ବାରିକ, ଅସିତ କୁମାର ଦୁବେ, ଅନନ୍ତ କୁମାର ଜେନା,ଚଗଲା ସୁତାର ଓ ଆଇନ ଯିବି ରାଜଲଷ୍ମୀ ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପୂର୍ବ ସୁରି ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l ପ୍ରାରମ୍ଭରେ ଟ୍ରଷ୍ଟର ସାହସମ୍ପାଦିକା ସଚଲା ପଣ୍ଡା ଅଥିତି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଆନୱାରୀ ବେଗମ ଧନ୍ୟବାଦ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ସୋନପାର୍ବତ ହାଇସ୍କୁଲ, ଆଦର୍ଶ ବିଦ୍ୟାମନ୍ଦିର, ଫକୀର ମୋହନ ହାଇସ୍କୁଲ, ଓ ଆଇଡ଼ିଏଲ ପ୍ରାଇମେରୀ ସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲ କାର୍ଯ୍ୟକ୍ରମ ଆରମ୍ଭରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ମଧୁ ସୁଦନ ଦାସ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା

ମସିହା ନିଉଜ ସର୍ଭିସ୍ 

 

           

Related posts

ବଜ୍ରପାତ ଜଣେ ମୃତ୍ୟୁ  

masiha

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଷିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ବିଶାଳ ସାହିତ୍ୟ ଆସର

Sunil Chandra Nayak

ସାଂସଦ ଏବଂ ବିଧାୟକ ଙ୍କ ଝରିଗାଁ ବ୍ଲକ ରେ ତୋଫାନୀ ଗସ୍ତ

Sunil Chandra Nayak

Leave a Comment

error: Content is protected !!