ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ

ଜୁନାଗଡ଼୧/୧୧ ( ମନୀ ସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ. ଏ. ସି ପରିସରରେ ଆଜି ୭୫ ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାଗଡ଼ ଏନ. ଏ.ସି ଭାରପ୍ରାପ୍ତ ଅଧକ୍ଷା ହିମାଦ୍ରୀ ନାଏକ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜନ ହୋଇଥିଲା l ଏଥିରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଶ୍ରୀ ତ୍ରିଲୋଚନ ସିଂ ବେଲଦାର, ଜୁନାଗଡ଼ ବରିଷ୍ଠ ନାଗରିକ ସଂଗଠନ ର ସଭାପତି ତଥା ଜୁନାଗଡ଼ ଏନ. ଏ. ସି ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରି, ବିଶିଷ୍ଟ ଲେଖକ କୈଳାଶ ଚନ୍ଦ୍ର ରାଉତ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ ଯୋଗଦାନ କରି କଳାହାଣ୍ଡି ଜିଲ୍ଲା ଗଠନ ଏହାର ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ l ଜୁନାଗଡ଼ ସହର ଅନେକ ବୁଦ୍ଧିଜୀବୀ, ନାଗରିକ ଓ ସମସ୍ତ ୱାର୍ଡ ର କାଉନସିଲର ଉପସ୍ଥିତ ଥିଲେ l ସ୍ୱାଗତ ଭାଷଣ ଜୁନାଗଡ଼ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖିଲୋ ପ୍ରଦାନ କରିଥିଲେ ଏବଂ ସଭା ପରିଚାଳନା କରିଥିଲେ କନ୍ଦର୍ପ ଗୁରୁ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ‘ରାଷ୍ଟ୍ରୀୟ ଆବିଷ୍କାର କାର୍ଯ୍ୟକ୍ରମରେ ୧୨୯ ସ୍କୁଲର ୧୭୭ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ 

masiha

ଦକ୍ଷତା ବୃଦ୍ଧି କର୍ମଶାଳା

masiha

Leave a Comment

error: Content is protected !!