ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା 

ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପିଅନ ଭାବେ କାର୍ଯ୍ୟକରି ଆସୁଥିବା ମଙ୍ଗଳୁ ଜାନୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ଏହି ଅନୁଷ୍ଠାନ ପ୍ରାରମ୍ଭ ହେବା ଦିନଠାରୁ ଏକ ସ୍ୱଚ୍ଚ ମନ ରେ କାର୍ଯ୍ୟକରି ଆସୁଥିଲେ। ଗତ ୩୧/୧୦/୨୦୨୪ ତାରିଖ ଦିନ ସେ ନିଜ କାର୍ଯ୍ୟ ରୁ ଅବସର ଗ୍ରହଣ କରିଥିଲେ | ତେଣୁ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାହକ ଙ୍କ ଅଧ୍ୟକ୍ଷତା ରେ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ଅଧ୍ୟାପକ ସନ୍ତୋଷ ସିଂ ଲାଲ, ଶିବ ପ୍ରସାଦ ସାହୁ, ନବୀନ ନାଗେଶ, ସରୋଜ ବୋଡକିଆ, ପଦମ ଭତ୍ରl, ଲିପୁ ମାଝୀ, ଅଧ୍ୟାପିକା ପ୍ରତିକ୍ଷା ପ୍ରିୟ ଦର୍ଶନୀ ସ୍ଵାଇଁ, ଖୁଲଣାବତୀ ପୁଜାରୀ, ରଶ୍ମିତା ସ୍ଵାଇଁ ପ୍ରମୁଖ ଙ୍କ ସହ କର୍ମଚାରୀ ମାନଙ୍କ ମଧ୍ୟରେ ଦୟାନିଧି ଟାକ୍ରୀ, ମାନସିଂ ପନକl, ଲକ୍ଷ୍ମଣ ମାଝୀ, ଲବ ଭତ୍ରl, ସୁଦର୍ଶନ କଲାର ଓ ଗୋବର୍ଦ୍ଧନ ଭତ୍ରl ପ୍ରମୂଖ ମିଶି ଶ୍ରୀ ଜାନି ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବିଦାୟ କାଳୀନ ସଙ୍ଗୀତ ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା । ପରେ ବିଦ୍ୟାଳୟ କର୍ତ୍ତୁପକ୍ଷ ଶ୍ରୀ ଯାନୀ ଙ୍କ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ବିଦ୍ୟାଳୟକୁ ସେ କେତେ ଭଲ ପାଆନ୍ତି ଏଥିରୁ ହିଁ ଅନୁମେୟ l ଶ୍ରୀ ଯାନୀ ଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଶିକ୍ଷୟତ୍ରୀ ଆଶାରାଣୀ କର ତାଙ୍କ ଗୁଣ ବଖାଣିଥିଲେ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ବିଦ୍ୟାଳୟରୁ ଅବସର ନେଇଥିଲେ ହେ ଆମ ଅନ୍ତର ଭିତରେ ସବୁବେଳ ପାଇଁ ରହିଛନ୍ତି ବୋଲି ସମସ୍ତେ ସମସ୍ତଙ୍କ ବକ୍ତବ୍ୟରେ କହିଥିଲେ l ପ୍ରକାଶ ଥାଉକି ଶ୍ରୀ ଜାନି ତା ୧୫|୭|୧୯୮୯ ରୁ ଚାକିରୀ କରି ଦୀର୍ଘ ୩୫ ବର୍ଷ ଚାକିରୀ କରି ତା ୩୧|୧୦|୨୦୨୪ ରେ ଅବସର ନେଇ ଥିବାରୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅମିତ ଶାହାଙ୍କ ଇସ୍ତଫା ଦାବି କଲା ମୂଳ ନିବାସୀ ବିକାଶ ପରିଷଦ 

masiha

ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ମହାବୀର ଶାନ୍ତି ସଂଗଠନର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!