ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ବ୍ଲକ ସ୍ତରିୟ ଯାଦବ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଉତ୍କେଲା,୧୨/୦୭,ନିପ୍ର: କେସିଙ୍ଗା ଆରଏମ୍ସି ପରିସରରେ କେସିଙ୍ଗା ବ୍ଲକ ସ୍ତରିୟ ଯାଦବ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ରାଧାକୃଷ୍ଣ ଙ୍କ ପୂଜାର୍ଚନା କରାଯାଇଥିଲା। ସଭାପତି ସମସ୍ତ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ପୁର୍ବ ସଭାର ବିବରଣୀ ପାଠ କରିଥିଲେ ସଂପାଦକ ଘନଶ୍ୟାମ ଗହିର, ବ୍ଲକ ଯାଦବ ଭବନ ନିର୍ମାଣ ପାଇଁ କାର୍ଯ୍ୟରମ୍ବ ଭୁମି ପୂଜନ ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସ୍ତରିୟ ସମିକ୍ଷା ଏବଂ ଅନ୍ୟାନ୍ୟ ଆଲୋଚନା କରାଯାଇଥିଲା। କେସିଙ୍ଗା ବ୍ଲକ ଯାଦବ ସଭାପତି ପାନ୍ନାଲାଲ ବେମାଲ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଯାଦବ ଉପଦେଷ୍ଟା ମହେନ୍ଧ୍ର ନାଏକ, କାର୍ଯ୍ୟକାରୀ ସଭାପତି ଦୟାସାଗର ନାଏକ,ଉପ ସଭାପତି ପୁରୁଷୋତ୍ତମ ବଗର୍ତ୍ତି କୋଷାଧ୍ୟକ୍ଷ ପ୍ରଶାନ୍ତ ପୋଢ, ବୋରିଆ ଆଞ୍ଚଳିକ ସଭାପତି ହୁସିକେଶ ବିଶି, ରଜନିକାନ୍ତ ପୋଢ,ଉତ୍କେଲା ଆଞ୍ଚଳିକ ସଭାପତି ଅର୍ଜୁନ ପୋଢ, ଚାଞ୍ଚେର ଆଞ୍ଚଳିକ ସଭାପତି ସୁଚନ୍ଧ୍ର ଗଉଡ, କିକିଆ ଆଞ୍ଚଳିକ ସଭାପତି ପଞ୍ଚାନନ ଧଙ୍ଗଡାମାଝୀ କଶୃପଡା ଆଞ୍ଚଳିକ ସଭାପତି କ୍ଷିରସିନ୍ଧୁ ବିଶି,ପରଳଶିଙ୍ଘା ଆଞ୍ଚଳିକ ସଭାପତି ସନ୍ତୋଷ ଭୋଇ କେସିଙ୍ଗା ବ୍ଲକ ଯୁବ ଯାଦବ ସଭାପତି ଅଶୋକ ପୋଢ, ଜିଲ୍ଲା ଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର, ଯୁବ ଯାଦବ ସଂପାଦକ ତ୍ରିଲକ୍ଷ ନାଏକ, ସିରୋଲ ର ବିକ୍ରାନ୍ତ ବାଗ, କାଣ୍ଡେଲ ର ପଙ୍କଜ ଗଉଡ଼,ହରିହର ଗଉଡ ଗୋକୁଲେଶ୍ୱର ଆଞ୍ଚଳିକ ସଭାପତି ଯୁଗଳ ଭାଟି ,ତ୍ରିପୁରା ନାଏକ,ପରାକ୍ଷିତ ଜାଲ,ଅଶୋକ ପୋଡ଼,ଶିବରାମ ନାୟକ,ପୁର୍ଣଚନ୍ଧ୍ର ପୋଢ ଏବଂ ବ୍ଲକ ର ଅନ୍ୟ ଯାଦବ ଉପସ୍ଥିତ ରହିଥିଲେ। କେସିଙ୍ଗା ବ୍ଲକ ବଗାଡ ରେ ଯାଦବ ଭବନ ନିର୍ମାଣ ପାଇଁ ଯୁବ ଯାଦବ ବସନ୍ତ ନାଏକ ଭୁମି ଦାନ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି  ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

masiha

ଇସ୍ପାତ ସାହିତ୍ୟ ସଂସଦରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ

ନୂଆପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୫୪ଟି ଅଭିଯୋଗର ଶୁଣାଣି, ତିନି ସ୍ୱଚ୍ଛ ଦୂତ ସମ୍ମାନିତ

Leave a Comment

error: Content is protected !!