ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ “ଆଗେଇବା”ପରିବାର ଢେଙ୍କାନାଳ ଓ “ଆମ ପ୍ରତିଭା ଆମ ସମ୍ମାନ” ତରଫରୁ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ 

ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ “ଆଗେଇବା”ପରିବାର ଢେଙ୍କାନାଳ ଓ “ଆମ ପ୍ରତିଭା ଆମ ସମ୍ମାନ” ତରଫରୁ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ 

 ଢେ଼ଙ୍କାନାଳ(ମ ସୀ ହା)_ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ ଆଜି ଅପରାହ୍ନରେ ପୁରୁଣା ଜିଲ୍ଲା ପରିଷଦ ଭବନ (ଢେଙ୍କାନାଳ) ଠାରେ ଆଗେଇବା ସାପ୍ତାହିକ ସମ୍ବାଦ ପତ୍ର ତଥା ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନର ପ୍ରତିଷ୍ଠାତା ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ମହୋଦୟଙ୍କର ଆହ୍ୱାନ କ୍ରମେ ତଥା ସଭାପତିତ୍ବରେ ଏକ ଆଲୋଚନାଚକ୍ର ଜିଲ୍ଲା ସ୍ତରୀୟ ସାମ୍ବାଦିକ ଭାଇଭଉଣୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।

    ଆଜିର ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ର କଲେକ୍ଟର ଶ୍ରୀଯୁକ୍ତ ମନୋରଞ୍ଜନ ମଲ୍ଲିକ,ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଫେସର ଶ୍ରୀଯୁକ୍ତ ଅଟଳ ବିହାରୀ ଦାସ ,ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ କୋଦଣ୍ଡଧର ସାହୁ(ଉପସଭାପତି ଆମ ପ୍ରତିଭା ଆମ ସମ୍ମାନ),ଗଦାଧର ସ୍ବାଇଁ(ସମ୍ପାଦକ ଆଗେଇବା ପରିବାର)ଆଦି ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ମଞ୍ଚାସୀନ ଥିଲେ।    

        ସମାଜ ର ଚତୁର୍ଥ ସ୍ତମ୍ଭ ର ସାମ୍ବାଦିକ ଭାଇ ଭଉଣୀ ମାନଙ୍କର ସାମାଜିକ ସୁରକ୍ଷାର ଆବଶ୍ୟକତା ଉପରେ ସାରଗର୍ଭକ ଉଦବୋଧନ ମାଧ୍ୟମରେ ବିଷଦ ଭାବେ ଆଲୋକପାତ କରିଥିଲେ।

     ପରିଶେଷରେ ଉପସ୍ଥିତ ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ ମାନଙ୍କୁ ଉତ୍ତରୀୟ,ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ହିନ୍ଦୋଳ ବ୍ଲକ ସ୍ତର ରେ ସୁଜିତ ସାହୁ,ଅଜୟ ଭଞ୍ଜ,ଶଶିକାନ୍ତ ଗଡନାୟକ,ଗୌତମ ସାହୁ,ପ୍ରଶାନ୍ତ ଦାସ,କେଶବ ପାଲ,ପ୍ରଭାତ ପୃଷ୍ଟି ଆଦି ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଜନମଙ୍ଗଳ(ରାସୋଳ) ସଂଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କୁ ସମାଜସେବା ଓ ସାମ୍ବାଦିକତା ପ୍ରତି ରୁଚି ରଖୁଥିବାରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।  

     ଏତାଦୃଶ ଆଲୋଚନା ଚକ୍ର ସାମ୍ବାଦିକ ଭାଇ ଭଉଣୀ ମାନଙ୍କର ଲେଖନୀ ର ମୁନ ଶାଣିତ ଏବଂ ସ୍ପଷ୍ଟ ଚିତ୍ର ପ୍ରତିଟି ପାଠକ ଏବଂ ଶ୍ରୋତା ମାନଙ୍କୁ ପ୍ରଦାନ କରିବାରେ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସାମ୍ବାଦିକ ମାନଙ୍କର ସାମାଜିକ ସୁରକ୍ଷା ର ଆବଶ୍ୟକତା ଯେ ନିହାତି ଦରକାର, ଆଗାମୀ ଦିନ ରେ ସରକାର ଏବଂ ସର୍ବସାଧାରଣ ମାନଙ୍କୁ ସଚେତନ କରିବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

ନାୟକ ଅକ୍ଷୟ ରାକହସ୍ତୀଙ୍କ ରିପୋର୍ଟ୍

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ କାର୍ଯକ୍ରମର ଶୁଭାରମ୍ଭ

masiha

ଵିଜାତଳା ବ୍ଳକର ବିକାଶ ପୁରୁଷ ବିଶିଷ୍ଟ ଆଦିବାସୀ ସାମାଜିକ କର୍ମୀ ସୁଦର୍ଶନ ମୁର୍ମୁ ଙ୍କ ଦେହାନ୍ତ, ସମଗ୍ର ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

ସାମାଜିକ ସୁରକ୍ଷା ବିଭାଗ ଦ୍ଵାରା ବିଦ୍ୟାଳୟ ପୋଷାକ ବିତରଣ 

masiha

Leave a Comment

error: Content is protected !!