ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୪ ଛାତ୍ର ରାଜ୍ୟସ୍ତରୀୟ ଫୁଟବଲ ଖେଳ ନିମନ୍ତେ ମନୋନୀତ

୪ ଛାତ୍ର ରାଜ୍ୟସ୍ତରୀୟ ଫୁଟବଲ ଖେଳ ନିମନ୍ତେ ମନୋନୀତ

ରାଉରକେଲା/ ସରକାରୀ ଉଚ୍ଚ ବିଦ୍ୟାଳୟ,ଆର୍ ଇ ସି କ୍ୟାମ୍ପସ, ଏନ୍ ଆଇ ଟି ରାଉରକେଲା ର ଦଶମ ଶ୍ରେଣୀ ର ୪ ଜଣ ଛାତ୍ର ସର୍ବଶ୍ରୀ ବସନ୍ତ ହେମ୍ବ୍ରମ, ପ୍ରଶାନ୍ତ ଡୁଙ୍ଗଡୁଙ୍ଗ,ସାହିଲ ସୋରେନ୍, ରୋହିତ କୁମ୍ଭାର ରାଜ୍ୟସ୍ତରୀୟ ଫୁଟବଲ୍ ଖେଳ ନିମନ୍ତେ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା,ଖେଳ ଶିକ୍ଷକ ଅଜୟ କୁମାର ରାଉତ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଉପରୋକ୍ତ ଛାତ୍ର ମାନେ କେବଳ ଆର୍ ଇ ସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ ନୁହେଁ ତାସହିତ ପୁରା ସୁନ୍ଦରଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେମାନେ ପ୍ରଥମେ ନିଜ ସ୍କୁଲ ପରେ ବ୍ଲକ୍ ଓ ଜିଲ୍ଲା ସ୍ତରରେ ସମସ୍ତ ଖେଳାଳି ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରି ରାଜ୍ୟସ୍ତରୀୟ ଖେଳିଵା ପାଇଁ ମନୋନୀତ ହୋଇଛନ୍ତି। ମନୋନୀତ ଖେଳାଳି ୧୬ତାରିଖ ରେ କଟକ ଓ ପରେ ଜାତୀୟ ସ୍ତରରେ ଆଣ୍ଡମାନ ଠାରେ ଆସନ୍ତା ଡିସେମ୍ବର ରେ ଅନୁଷ୍ଠିତ ହେବାକୁ ଥିବା ଫୁଟବଲ ପ୍ରତିଯୋଗିତା ରେ ଭାଗନେବେ। ବିଦ୍ୟାଳୟର ଛାତ୍ର ମାନଙ୍କ ଏହି ସଫଳତାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ ମହଲରେ ଖୁସି ର ବାତାବରଣ ଖେଳିଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁରୁଷ ବିଶ୍ଵକପ ହକି ୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଫୁଟବଲ୍ ଏବଂ ଭଲିବଲ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ସର୍ବ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ଦାବ୍ରିଗୁଡା ଠାରେ ଅକ୍ଷୟ ଯୋଷୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!