ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଧୁରା ସ୍ବପ୍ନ , ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଧୁରା ସ୍ବପ୍ନ

ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

ଲାଞ୍ଜିଗଡ଼,୧୬/୧୧(ମନିସ)-ଦୀର୍ଘ ଦିନ ଧରି ଲୋକେ ଦାବି କରି ଆସୁଥିଲେ ପୋଲଟିଏ ପାଇଁ ! ପୋଲଟିଏ ପାଇଁ କରିଥିଲେ ନିର୍ବାଚନ ବର୍ଜନ ! ଏପରିକି ରାସ୍ତାରୋକ ବି କରିଥିଲେ କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇପାରୁନଥିଲା ! ରାସ୍ତା ଓ ପୋଲ ସେମାନଙ୍କ ପାଇଁ ସ୍ବପ୍ନ ହୋଇ ରହିଯାଇଥିଲା ! ତେବେ ଅଞ୍ଚଳବାସୀଙ୍କ ସେଇ ଦୀର୍ଘ ଦିନର ଅଧୁରା ସ୍ବପ୍ନ ଏବେ ପୁରା ହେବାକୁ ଯାଉଛି ! କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର କିଡ଼ିଙ୍ଗ ଛକରୁ ମାଡ଼ିବନ୍ଧା ଦେଇ ମାହେଶ୍ବରୀପୁରକୁ ରାସ୍ତା ଓ ସାନ୍ଦୁଲ ନଦୀରେ ପୋଲ ନିର୍ମାଣକୁ ନେଇ ବାଟ ଫିଟିଛି ! ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଉଦ୍ୟମ କ୍ରମେ ଆରମ୍ଭ ହେବାକୁ ଯାଉଥିବା ରାସ୍ତା ଓ ପୋଲ ନିର୍ମାଣକୁ ନେଇ ଅଞ୍ଚଳବାସୀ ବେଶ୍ ଉତ୍ସାହିତ ଥିବାବେଳେ ଆଜି ବିଧାୟକ ଶ୍ରୀ ଦିଶାରୀ ଏହାର ଶୁଭ ଦିଆଯାଇଛି ! ବିଧାୟକ ଶ୍ରୀ ଦିଶାରୀଙ୍କ ସହିତ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିଲେ ! କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଆୟୋଜିତ ଏଇ କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ମମତା ଶବର, ସମିତିସଭ୍ୟା ମୁକ୍ତା ଭୋଇ, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ବିଜେଡି ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ, ପାତ୍ର ମାଝୀ, ବରିଷ୍ଠ ବିଜେଡି ନେତା ହରିଶ୍ଚନ୍ଦ୍ର ବୁଦ୍ଧିଆ, ହରିଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ! ଏଇ ଅବସରରେ କିଡ଼ିଙ୍ଗ, ମାଡ଼ିବନ୍ଧା, ମାହେଶ୍ବରୀପୁର ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ ମହିଳା ଯୋଗ ଦେଇଥିଲେ !

ଲାଞ୍ଜିଗଡ଼ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

Sunil Chandra Nayak

ତେଲୁଗୁ ଅଞ୍ଚଳରେ ଓଡିଆ ଭାଷା ପ୍ରୀତି

ବାର ଦଫା ଦାବି ନେଇ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

masiha

Leave a Comment

error: Content is protected !!