ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ନୃତ୍ୟ ଓ ଝୋଟି ପ୍ରତିଯୋଗିତା ଆୟୋଜିତ

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ନୃତ୍ୟ ଓ ଝୋଟି ପ୍ରତିଯୋଗିତା ଆୟୋଜିତ

ରାଉରକେଲା/ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ୟୁବି ଓ ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ନୃତ୍ୟ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ଼ଃ ଏ କେ ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ଏକକ ଓ ଗୋଷ୍ଠୀଗତ ନୃତ୍ୟ ସହିତ ଓଡ଼ିଶାର ପରମ୍ପରାର ପ୍ରତୀକ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ବର୍ଗର ସଂଯୋଜକ ଅଧ୍ୟାପକ ସୁରତ ଗିରି ଏବଂ ଅଧ୍ୟାପିକା ମନିଶା ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଚାରକଭାବେ ନୃତ୍ୟ ଗୁରୁ ସୁବ୍ରତ କୁମାର ଭୁୟାଁ ଯୋଗଦେଇଥିଲେ। ଏକକ ନୃତ୍ୟ ଓ ଗୋଷ୍ଠୀଗତ ନୃତ୍ୟରେ ଶତାଧିକ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଅନେକ ଭାଷା ଓ ବେଶ ପୋଷାକକୁ ପ୍ରତିନିଧିତ୍ୱ କରୁଥିବା ଭିନ୍ନ ଭିନ୍ନ ନୃତ୍ୟ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଏହା ସହିତ ଓଡ଼ିଶାର ଅନ୍ନନ୍ୟ ପରମ୍ପରାର ପ୍ରତୀକ ଝୋଟି ମାଧ୍ୟମରେ ବିଭିନ୍ନ ଚିତ୍ର ଅନ୍ୟତମ ଆକର୍ଷଣ ଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ପୋୖର ପରିଷଦ ପାଣ ସମାଜ ଗଠିତ

Sunil Chandra Nayak

ଯାମଦା ବ୍ଳକ ପରିସରରେ ୦ ରୁ ୬ ଵର୍ଷୀୟ ଦିଵ୍ଯାଙ୍ଗ ଶିଶୁଙ୍କ ଚିହ୍ନଟ ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ କର୍ମଶାଳା

Sunil Chandra Nayak

ଉତ୍କଳ ସାହିତ୍ୟ ପରିଷଦ କୋଷାଗୁମୁଡ଼ା ବ୍ଳକର ସ୍ଵନକ୍ଷତ୍ର ଉତ୍ସବ ୨୦୨୫ 

masiha

Leave a Comment

error: Content is protected !!