ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

l l ଜଣାଣ l l

ମାନଗୋବିନ୍ଦ ସ୍ବାଇଁ

ଅଣସର ଘରୁ ବାହାରି ମୋ ପ୍ରଭୁ 
     ଏ ନବ ଯୌବନ ବେଶ
ଭକ୍ତଙ୍କୁ ଦର୍ଶନ ବୁଝି ଭଲମନ୍ଦ 
     ଭକ୍ତଙ୍କ ମଧ୍ୟରେ ହସ।
ବିଭିନ୍ନ ଔଷଧ ଫୁଲୁରି ତେଲରେ
     ମହାପ୍ରଭୁ ହୋଇ ସୁସ୍ଥ
ଗୁଳି ଗୁଳି ମଧ୍ୟେ ସହି ନ ପାରିଲେ
       ନବ ବେଶ ଉପସ୍ଥିତ।
ରତ୍ନ ବେଦୀ ନୁହେଁ ରଥ ପରେ ବିଜେ
       ଭକ୍ତଙ୍କୁ ଦେବେ ଦର୍ଶନ
ଭକ୍ତ ପାଇ ପ୍ରଭୁ ହୋଇଣ ଆନନ୍ଦ
     ବଡ଼ଦାଣ୍ଡ ଶୋଭା ଜନ।
ବରଷକୁ ଥରେ ଏ ନବ ଯୌବନ
     ଭକ୍ତ ଭଗବାନ ଭେଟ
ପାଇଲେ ଦର୍ଶନ ପାପ ହବ ଦୂର
     ତୁଟିବ ଦୁଃଖ ସଂକଟ।
ଚାରି ଚକ୍ଷୁ ମିଶି ହୋଇବ ମିଳନ
       ଭକ୍ତି ବହେ ଲୁହ ଧାର
ଅନ୍ତର ସହିତ ଅନ୍ତର ଭାବନା
     ଭାବେ କାଳିଆ ଠାକୁର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମଧୁମିତା ମିଶ୍ର ଙ୍କ କବିତା = ବ୍ୟାଖ୍ୟା =

Sunil Chandra Nayak

ଶ୍ରୀ ଚନ୍ଦ୍ର ଶେଖର ଶବର ଙ୍କ କବିତା // ମୌସୁମୀ ପ୍ରବେଶ

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା // ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

Leave a Comment

error: Content is protected !!