ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

l l ଜଣାଣ l l

ମାନଗୋବିନ୍ଦ ସ୍ବାଇଁ

ଅଣସର ଘରୁ ବାହାରି ମୋ ପ୍ରଭୁ 
     ଏ ନବ ଯୌବନ ବେଶ
ଭକ୍ତଙ୍କୁ ଦର୍ଶନ ବୁଝି ଭଲମନ୍ଦ 
     ଭକ୍ତଙ୍କ ମଧ୍ୟରେ ହସ।
ବିଭିନ୍ନ ଔଷଧ ଫୁଲୁରି ତେଲରେ
     ମହାପ୍ରଭୁ ହୋଇ ସୁସ୍ଥ
ଗୁଳି ଗୁଳି ମଧ୍ୟେ ସହି ନ ପାରିଲେ
       ନବ ବେଶ ଉପସ୍ଥିତ।
ରତ୍ନ ବେଦୀ ନୁହେଁ ରଥ ପରେ ବିଜେ
       ଭକ୍ତଙ୍କୁ ଦେବେ ଦର୍ଶନ
ଭକ୍ତ ପାଇ ପ୍ରଭୁ ହୋଇଣ ଆନନ୍ଦ
     ବଡ଼ଦାଣ୍ଡ ଶୋଭା ଜନ।
ବରଷକୁ ଥରେ ଏ ନବ ଯୌବନ
     ଭକ୍ତ ଭଗବାନ ଭେଟ
ପାଇଲେ ଦର୍ଶନ ପାପ ହବ ଦୂର
     ତୁଟିବ ଦୁଃଖ ସଂକଟ।
ଚାରି ଚକ୍ଷୁ ମିଶି ହୋଇବ ମିଳନ
       ଭକ୍ତି ବହେ ଲୁହ ଧାର
ଅନ୍ତର ସହିତ ଅନ୍ତର ଭାବନା
     ଭାବେ କାଳିଆ ଠାକୁର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସହଦେବ ପରିଡ଼ା ଙ୍କ = ଜଣାଣ

Sunil Chandra Nayak

ରାକେଶ ସାହୁ ଙ୍କ କବିତା // ମିଚ୍ଛେଇ ଝିଅ

Sunil Chandra Nayak

ସୁଜାତା ଦାସ ଙ୍କ କବିତା ___ ତୁମେ ___

Sunil Chandra Nayak

Leave a Comment

error: Content is protected !!