ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମି ବ୍ଳକ; ଦୀପକ କୁମାର ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ

କୁସୁମି ବ୍ଳକ; ଦୀପକ କୁମାର ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ 

  ମୟୂରଭଞ୍ଜ -,୨୧/୧୨ ( ମସିହା)ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଯୋରଦା ପଞ୍ଚାୟତ ମହୁଲଡିହାସ୍ଥିତ ଦୀପକ କୁମାର ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ -୨୦୨୩ ଅନୁଷ୍ଠିତ ହୋଇଯାଇଛି। ପିଲା ମାନଙ୍କ ମଧ୍ୟରେ ଥିବା ସୃଜନଶୀଳତା ଲୁକ୍କାୟିତ ପ୍ରତିଭାର ଉନ୍ନେଷ କରି ଭବିଷ୍ୟତର ସୁନାଗରିକ ରୂପେ ଗଢି ତୋଳିବା ଉଦ୍ଦେଶ୍ୟରେ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ମୟୁରଭଞ୍ଜ -୨ ମଣ୍ଡଳ ର ୮ମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇଥିଲେ। ମୁଖ୍ୟ ବ୍ୟକ୍ତା ଭାବରେ ଓଷ୍ଟା ର ସାଧାରଣ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ଦାସ ଯୋଗଦେଇ “ଶିଶୁ ହସିଲେ ଦୁନିଆ ହସେ” ଏହି ଉକ୍ତି ର ସଫଳ ରୂପାୟନ ଉପରେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ ଅତିଥି ଭାବରେ କୁସୁମୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କପିଳେନ୍ଦ୍ର ଦାସ ଏବଂ ସମ୍ମାନୀତ ଅତିଥି ଭାବରେ ଓଷ୍ଟା ର ଉପସଭାପତି ଶ୍ରୀ ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଓଷ୍ଟା ର ପୂର୍ବତନ ସଭାପତି ଶ୍ରୀ ଶରତ ଚନ୍ଦ୍ର ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁବଳ ଚନ୍ଦ୍ର ଦାସ ମହାପାତ୍ର , ଓଷ୍ଟା ମୟୁରଭଞ୍ଜ -୨ ର ସଭାପତି ଶ୍ରୀ ମନୋରଞ୍ଜନ ରାଉତ ଯୋଗଦେଇଥିଲେ। ଏହି ଶିଶୁ ଉତ୍ସବ ରେ ଦୀପକ କୁମାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ବଳଦେବ ଗିରି ଉପସ୍ଥିତ ସମସ୍ତ ଅତିଥି ଏବଂ ଅବିଭାବକମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ଶିଶୁ ଉତ୍ସବ ଆଜି ଏବଂ ଆସନ୍ତା କାଲି ଦୁଇ ଦିନ ଧରି ଚାଲିବା ନେଇ କାର୍ଯ୍ୟକ୍ରମ ରହିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକର ବହୁ ଦିନର ସ୍ବପ୍ନ ସଫଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡଡେ ହୋଇ +2 ବିଜ୍ଞାନ ପାଠ ପଢା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ  

Sunil Chandra Nayak

ବିଶିଷ୍ଟ ସମାଜ ସେବୀ ଙ୍କ ପରଲୋକ

masiha

ଅବକାରୀ ସହ ନିରିକ୍ଷଜଙ୍କ ଯୋଗଦାନରେ ଖୁସିର ଲହରୀ

Sunil Chandra Nayak

Leave a Comment

error: Content is protected !!