ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ସିନାପାଲିରେ ଏବେ ଵି କଵି ବଞ୍ଚିଛନ୍ତି –  ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ରାଜ୍ୟ ସ୍ତରୀୟ ସ୍ବଭାବକବି ଜୟନ୍ତୀ 

ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ସିନାପାଲିରେ ଏବେ ଵି କଵି ବଞ୍ଚିଛନ୍ତି – 

ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ରାଜ୍ୟ ସ୍ତରୀୟ ସ୍ବଭାବକବି ଜୟନ୍ତୀ 

ସିନାପାଲି:୨୯/୦୮-ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ସାରସ୍ୱତ ସମିତିର ମିଳିତ ଆନୁକୂଲ୍ଯରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଭବ୍ଯ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି l ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବରେ ଜିଲ୍ଲାପାଳ ତଥା ପ୍ରଥିତଯଶା କବି ମଧୁସୂଦନ ଦାଶ, ମୁଖ୍ଯବକ୍ତା ବିଶିଷ୍ଟ ଗବେଷକ ପଦ୍ମଶ୍ରୀ ଡ଼ଃ ମହେନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିବା ବେଳେ ସମିତିର ସଭାପତି ଯୁବ ସ୍ତମ୍ଭକାର ବୈଷ୍ଣବ ମେହେର ଓ ସଂପାଦକ ତରୁଣ କୁମାର ମେହେର ମଂଚାସିନ ଥିଲେ ା ଏ ଅବସରରେ ନିଜ ସୄଷ୍ଟିର ଅନୁରୂପ ଜୀବନ ବଂଚୁଥିବା କବି ଗଙ୍ଗାଧର ସଂପ୍ରତି ସମାଜ ପାଇଁ ଆଲୋକବର୍ତ୍ତିକା ହୋଇଥିବା ବେଳେ ସିନାପାଲିର ସାଧାରଣ ଲୋକେ ଗଙ୍ଗାଧରୀୟ ଚେତନାରେ ଉଦବୁଦ୍ଧ ହେଵା କଵିଙ୍କୁ ଏଠାରେ ଜୀବନ୍ତ କରିଛି ବୋଲି ମଂଚାସୀନ ବକ୍ତାଗଣ ମତବ୍ୟକ୍ତ କରିଥିଲେ ା ପ୍ରାରମ୍ଭରେ ଶିବପ୍ରସାଦ ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏହା ପରେ କବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା l ଚୂଡ଼ାମଣି ମେହେରଙ୍କ ନିର୍ଦେଶନାରେ କବିଙ୍କ ରଚିତ ଗୀତକୁ ସିନାପାଲି ପିଏମଶ୍ରୀ ହାଇସ୍କୁଲ ଛାତ୍ରୀମାନେ ସଙ୍ଗୀତରେ ପରିବେଷଣ କରିଥିଲେ l ସମିତିର ସଭାପତି ବୈଷ୍ଣବ ମେହେରଙ୍କ ବାର୍ଷିକ ବିବରଣୀ ପଠନ ପରେ ଅତିଥିମାନେ ମୁଖପତ୍ର “ଅମୄତଗଙ୍ଗା” ଓ ଇ‐ପତ୍ରିକା “ସ୍ୱର୍ଣ୍ଣୋଦୟ”କୁ ଉନ୍ମୋଚନ କରିଥିଲେ ା ଏଥିସହ ସଞ୍ଜିବନୀସୁଧା ରଥଙ୍କ ‘ମାନସିକ ଯୁଦ୍ଧ’, ଭଗତରାମ ଶବରଙ୍କ ‘ରହସ୍ୟଭରା ଜନ୍ମବୃତାନ୍ତ’, ଡିସମ୍ବର ମେହେରଙ୍କ ‘ଲୁହ ଓ କୋହ’ ପୁସ୍ତକକୁ ଲୋକାର୍ପଣ କରାଯାଇଥିଲା l ଏହାକୁ ଲଳିତ କୁମାର ସୁନାରୀ ପରିଚାଳନା କରିଥିଲେ ା ଏହି ଅବସରରେ ପଦ୍ମଶ୍ରୀ ମହେନ୍ଦ୍ର କୁମାର ମିଶ୍ର, ପ୍ରଥିତଯଶା କଵି ମଧୁସୂଦନ ଦାଶ, ସାହିତ୍ଯିକ ସତ୍ୟ ପଟ୍ଟନାୟକ ଓ ପ୍ରାବନ୍ଧିକ ଲୋହିତାକ୍ଷ ଯୋଷୀଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ସମ୍ୱର୍ଦ୍ଧନା କାର୍ଯ୍ଯକ୍ରମକୁ ରୁପେଶ ଚନ୍ଦ୍ର ମେହେର ପରିଚାଳନା କରିଥିବା ବେଳେ ଗୌତମ ମେହେର, ରଶ୍ମୀରଂଜନ ସା, ପ୍ରେମାନନ୍ଦ ମେହେର, ନୀଳାଞ୍ଚଳ ମେହେର ମାନପତ୍ର ପାଠ କରିଥିଲେ ା ପୂର୍ବରୁ ଅନୁଷ୍ଠିତ ଗୀତ ଓ ବକୃତା ପ୍ରତିଯୋଗିତାର ବିଜେତାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିବା ବେଳେ ଏହାକୁ ବେଣୁଧର ମେହେର ପରିଚାଳନା କରିଥିଲେ l ସଭା ଆରମ୍ଭ ପୂର୍ବରୁ ସ୍ଥାନୀୟ ନେହେରୁ ସ୍ମୃତିମଣ୍ତପ ଠାରୁ ଅତିଥି ମାନଙ୍କୁ ଏକ ଭବ୍ଯ ଶୋଭାଯାତ୍ରା ମାଧ୍ଯମରେ ସଭାମଂଚକୁ ପାଛୋଟି ଅଣାଯାଇଥିଲା ା ଜୟନ୍ତୀ ମଞ୍ଚକୁ ସୁନ୍ଦର କାରୁକାର୍ଯ୍ୟରେ ମଞ୍ଚଶିଳ୍ପୀ ବେଣୁଧର ଓ ନିତିଶ ସଜାଇଥିଲେ l ଶେଷରେ ସଂପାଦକ ତରୁଣ କୁମାର ମେହେର ଧନ୍ଯବାଦ ଦେଇଥିଲେ ା ଏହା ପୂର୍ବରୁ ସକାଳେ ଗଙ୍ଗାଧର ମାର୍ଗ ସ୍ଥିତ କବିଙ୍କ ପ୍ରତିମୂର୍ତ୍ତିରେ ସମିତି ତରଫରୁ ମାଲ୍ଯାର୍ପଣ ସହ ପୂଜାର୍ଚନା କରାଯାଇଥିଲା l କାର୍ଯ୍ଯକ୍ରମ ପରିଚାଳନାରେ ସତ୍ୟବ୍ରତ ଗହୀର, ତ୍ରିନାଥ ମେହେର, ଗୌରାଙ୍ଗ କୁମାର ସାହୁ, ପରେଶନାଥ ପାଣିଗ୍ରାହୀ, ରବିନ୍ଦ୍ରନାଥ ଯୋଷୀ, ମନୋରଞ୍ଜନ ମେହେର, ହାଡ଼ୁରାମ ମେହେର, ଲୋଚନ ମେହେର, ବଂଶୀଧର ଜଗତ, ମୋହନ ଦାଶ, ଭୀଷ୍ମରାଜ ମେହେର, ଦୀପକ ସା, ପ୍ରଦ୍ଯୁମ୍ନ ଚିନ୍ଦା, ନିକୁଞ୍ଜ ସା, ଆଲୋକ ମେହେର, ନରେନ୍ଦ୍ର ନାଏକ, ପ୍ରଭାତ କୁମାର ମେହେର, ନିତିଶ ମେହେର, ହରେକୃଷ୍ଣ ମେହେର, ଜିତେନ ମେହେର, ହେମନ୍ତ, ଯତୀନ୍ଦ୍ର, ମୁନେଶ, ଦର୍ଶନ, ସୋହନ, ଶିବା, ସୁନୀଲ, ହେମସାଗର, ହିତେଶ ପ୍ରମୁଖ ସହଯୋଗ କରିଥିଲେ ା କାର୍ଯ୍ଯକ୍ରମରେ ସ୍ଥାନୀୟ ସାହିତ୍ୟପ୍ରେମୀ ସହ ନୂଆପଡ଼ା ଓ କଳାହାଣ୍ତି ଜିଲ୍ଲାର ଶତାଧିକ ସାହିତ୍ଯ ଓ ଗଙ୍ଗାଧରପ୍ରେମୀ ଯୋଗ ଦେଇଥିଲେ ା

 

Related posts

ଉତ୍କଳ ପରିଷଦ ର ସପ୍ତଦଶ ସ୍ଵ ନକ୍ଷତ୍ର ଦିବସ ପାଳନ 

ରାଇରଙ୍ଗପୁର ପୌରପାଳିକା ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!