ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳଦାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା;୨୪୫ ଜଣ ଆଶାୟୀ

ବହଳଦାରେ ବ୍ଳକ ସ୍ତରୀୟ ନିଯୁକ୍ତି ପରାମର୍ଶ ମେଳା;୨୪୫ ଜଣ ଆଶାୟୀ

 ମୟୂରଭଞ୍ଜ – ୨୧/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ କାର୍ଯ୍ୟାଳୟ ପରିସରରେ ଵ୍ଳକ ସ୍ତରୀୟ ନିଯୁକ୍ତି ମେଳା ବିଡ଼ିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିପିଏମ ସୁରଜ୍ ମଲ୍ଲିକ,ବ୍ଳକ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଵସା ( ହିରନ) ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ଯା, ଜୀବିକା ମିଶନର ଗୋଷ୍ଠୀ ସହାୟିକା, ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସରକାରଙ୍କ ଅନୁବନ୍ଧିତ ୧୪ ଟି କମ୍ପାନୀ ଯୋଗ ଦେଇଥିଲେ ।ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ କର୍ମ ସଂସ୍ଥା ପାଉ ନାହାନ୍ତି କିମ୍ଵା ସଚେତନ ଅଭାବରୁ ଜାଣିପାରୁ ନାହାନ୍ତି ସେମାନଙ୍କୁ ଏହି ମେଳାରେ ନିଜର ଶିକ୍ଷାଗତ ଯୋଗ୍ୟତା କିମ୍ଵା ନିଜ ମନ ପସନ୍ଦର କର୍ମ ସଂସ୍ଥାରେ ଚୟନ ହେଲେ ସରକାରଙ୍କ ପକ୍ଷରୁ ମାଗଣାରେ ରହିବା,ଖାଇବା,ସହ ତାଲିମ ଦିଆଯିବା ସହ ପରେ ନିଯୁକ୍ତି ସୁଯୋଗ ଦିଆଯିବ । କମ୍ପାନୀ ଗୁଡ଼ିକ ମଧ୍ୟରେ ଏସ୍ଆଇଏସ୍ ସିକ୍ଯୁରିଟି,,ଆଇଟିଆଇ ତକତପୁର,ସିପେଟ୍ ବାଲେଶ୍ବର,ସେଞ୍ଚୁରିଆନ ବିଶ୍ବ ବିଦ୍ୟାଳୟ,ଏଲଏଣ୍ଡଟି ପାହାଡପୁର,ବାରିପଦା ଜନ ଶିକ୍ଷଣ ସଂସ୍ଥା,ପେରିସିଆ ହେଲଥ କେୟାର,ଓବି ଓ଼୍ଵେଷ୍ଟ ସର୍ଭିସ୍ ଇତ୍ୟାଦି । ଏଥିରେ ସିକ୍ଯୁରିଟି ଗାର୍ଡ,ସିଲେଇ,ହୋଟେଲମେନେଜମେଣ୍ଟ,ଇଲେକ୍ଟ୍ରିସିଆନ,ସିଏନ୍ସସି, ସ୍ବାସ୍ଥ୍ୟ କର୍ମି, କମ୍ପ୍ୟୁଟର, ବାଉଁଶ ଶିଳ୍ପ,ଅତିଥି ଚର୍ଚା,ପୋଷାକ ତିଆରି,ମେସିନ ଅପରେଟର, ପାଇପ୍ ଓ୍ବେଲଡିଂ, ଡିଜିଟାଲ ଲାବ୍,ପ୍ଳମ୍ବିଙ୍ଗ୍ ଆଣ୍ଡ ସାନିଟାରୀ ପ୍ରଭୃତି ରହିଛି ।ଏହି ନିଯୁକ୍ତି ମେଳାରେ ବ୍ଳକର ୧୨ ଟି ପଞ୍ଚାୟତରୁ ୨୪୫ ଜଣ ଯୁବକ ଏବଂ ଯୁବତୀ ନାମ ପଂଜୀକରଣ କରି ଚାକିରୀ ପାଇଁ ଆଶାୟୀ ହୋଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳରେ ୨ କୋଟି ୫୭ ଲକ୍ଷ ଟଙ୍କାର ବିକାଶ ପ୍ରକଳ୍ପ ଉଦଘାଟିତ

Sunil Chandra Nayak

ରାଇରଙ୍ଗପୁର ରୋଟାରୀ କ୍ଳବର ନବମ ଅଧିଷ୍ଠାନ ଉତ୍ସଵ    ସେବା‌ ମାନବ ଜୀଵନକୁ ଧନ୍ୟ କରିଥାଏ – ରୋଟାରିଆନ ଇନ୍ଦ୍ରଜିତ ସାହୁ

Sunil Chandra Nayak

ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!