ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

ରାଉରକେଲା : ଆସ ଆଜି ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କ ପାଖରେ ପହଁଚି ଘର ଘର ବୁଲି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିବାକୁ ଅହରହ ଚେଷ୍ଟିତ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ସେକ୍ଟର ୧୯ ସ୍ଥିତ ରାମଗଡ଼ ବସ୍ତି ଅଞ୍ଚଳ ରେ ପହଁଚିଥିଲେ | ଏହି ଅଞ୍ଚଳ ର ପ୍ରତେକ ଘର ଘର ପରିଦର୍ଶନ କରି ଜନସାଧାରଣ ଙ୍କ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ଅବଗତ ହୋଇଥିଲେ | ଅଞ୍ଚଳ ରେ ରହୁଥିବା ବୃଦ୍ଧ ବୃଦ୍ଧା,ବିଧବା,ଭିନ୍ନକ୍ଷମ ପାଇଁ ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ଏବଂ ସରକାର ଙ୍କ ସହାୟତା ଉଚିତ ସମୟରେ ହିତାଧିକାରୀ ପାଖରେ ପହଁଚିପାରୁଛି କି ନାହିଁ ପଚାରି ବୁଝିଥିଲେ ।ବହୁ ଗରିବ ଜନସାଧାରଣ ଅଛନ୍ତି ଯେଉଁମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି, ଏହି ପ୍ରକାର ଜନସାଧାରଣ ଙ୍କ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସରକାରୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଗୋଚର କରି ସରକାରୀ ସ୍ତରରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ସମୀର ସ୍ୱାଇଁ, ଅଜୟ କୁମାର ଷଢଙ୍ଗୀ ,ବାବୁ ମହାନ୍ତି, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ,ସୋନୁ ସିଂ, ଦେବକାନ୍ତ ସେଠୀ, ସୁବାଷ କଂସାରୀ, ସୁରଜ କଂସାରୀ,ପ୍ରତାପ ସିଂ, ଜିତେନ୍ ମାଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ତଥା ଗୁରୁ ଦିବସ ପାଳିତ

masiha

ଅଭାବୀ ପରିବାରକୁ ସାହାଯ୍ୟର ହାତ ବଢାଇଲେ ସମାଜସେବୀ ଅଜିତ୍

masiha

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

masiha

Leave a Comment

error: Content is protected !!