ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

ରାଉରକେଲା : ଆସ ଆଜି ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମରେ ଜନସାଧାରଣ ଙ୍କ ପାଖରେ ପହଁଚି ଘର ଘର ବୁଲି ଅଞ୍ଚଳ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିବାକୁ ଅହରହ ଚେଷ୍ଟିତ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ସେକ୍ଟର ୧୯ ସ୍ଥିତ ରାମଗଡ଼ ବସ୍ତି ଅଞ୍ଚଳ ରେ ପହଁଚିଥିଲେ | ଏହି ଅଞ୍ଚଳ ର ପ୍ରତେକ ଘର ଘର ପରିଦର୍ଶନ କରି ଜନସାଧାରଣ ଙ୍କ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ଅବଗତ ହୋଇଥିଲେ | ଅଞ୍ଚଳ ରେ ରହୁଥିବା ବୃଦ୍ଧ ବୃଦ୍ଧା,ବିଧବା,ଭିନ୍ନକ୍ଷମ ପାଇଁ ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ଏବଂ ସରକାର ଙ୍କ ସହାୟତା ଉଚିତ ସମୟରେ ହିତାଧିକାରୀ ପାଖରେ ପହଁଚିପାରୁଛି କି ନାହିଁ ପଚାରି ବୁଝିଥିଲେ ।ବହୁ ଗରିବ ଜନସାଧାରଣ ଅଛନ୍ତି ଯେଉଁମାନେ ରାସନ କାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି, ଏହି ପ୍ରକାର ଜନସାଧାରଣ ଙ୍କ ର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସରକାରୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଗୋଚର କରି ସରକାରୀ ସ୍ତରରେ ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ସମୀର ସ୍ୱାଇଁ, ଅଜୟ କୁମାର ଷଢଙ୍ଗୀ ,ବାବୁ ମହାନ୍ତି, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ,ସୋନୁ ସିଂ, ଦେବକାନ୍ତ ସେଠୀ, ସୁବାଷ କଂସାରୀ, ସୁରଜ କଂସାରୀ,ପ୍ରତାପ ସିଂ, ଜିତେନ୍ ମାଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାଶକ୍ତି ଫାଉଣ୍ଡେସନ ର ୧୯ ତମ ବାର୍ଷିକ ଉତ୍ସବ ପାଳିତ

masiha

ପ୍ରକୃତି ପୂଜାରୀ ଆଶୀର୍ବାଦ ମହାପାତ୍ରଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ – ୨୦୨୩ ପ୍ରଦାନ

ବିଦୁତ୍ ଛାୟା ରାଉତ ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!