ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଳ ରାମପୁର:  କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେବା ସ୍ବତ୍ବେ ଯୋଜନା ବାଟବଣା

ଥୁଆମୁଳ ରାମପୁର:  କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେବା ସ୍ବତ୍ବେ ଯୋଜନା ବାଟବଣା

ବିକାଶର ମୂଳଦୁଆ ଜନସଚେତନତା ଆବଶ୍ୟକତା

ଥୁଆମୁଳ ରାମପୁର:୨୨/୦୯ – (ମନିସ) :- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଉଛି। ତଥାପି ଅଞ୍ଚଳର ବିକାଶ ସେତେଟା ନହେବା କାରଣ କଣ ହୋଇଥାଇପାରେ ବୋଲି ବୁଦ୍ଧିଜୀବୀ ମାନେ ପ୍ରାୟତଃ ଆଲୋଚନା କରିବା ଜଣାପଡେ। ଅଞ୍ଚଳର ବିକାଶ କରିବାକୁ ହେଲେ ସ୍ଥାନୀୟ ଜନପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଅଞ୍ଚଳର ଲୋକମାନେ ମଧ୍ୟ ଏହାଉପରେ ଗୁରୁତ୍ୱ ନଦେବା ସୁଯୋଗ ନେଇ କିଛି ମୁଷ୍ଟିମେୟ ଲୋକମାନେ ଯୋଜନାକୁ ବାଟବଣା କରୁଥିବା ଯୋଗୁଁ ବିକାଶ ହେବା ପରବର୍ତ୍ତୀ ବିନାଶ ହେବା ଭଳି ଘଟଣା ଦେଖାଦେଇଛି। ମାଳମାଳ ଯୋଜନା ଯେଉଁ କାର୍ଯ୍ୟକାରୀ ହେଉଛି ସେଠି ପୁଣି ବିଭିନ୍ନ ସମସ୍ୟା ରହିଥିବା ଦେଖାଦେଇଛି। ଯେଉଁଠି କି ଦେଶ ସ୍ବାଧୀନତା ପାଇ ୮୦ ବର୍ଷରେ ପଦାର୍ପଣ କରିଛି ତଥାପି ବିଭିନ୍ନ ଅଞ୍ଚଳରେ ବିଷୁଦ୍ଧ ପାନୀୟ ଜଳ, ରାସ୍ତାଘାଟ ଅଭାବ, ସ୍ବାସ୍ଥ୍ୟ ଶିକ୍ଷା, ନେଟୱର୍କ ଭଳି ବିଭିନ୍ନ ସମସ୍ୟା ଘେରରେ ରହିଥିବାଭଳି ବ୍ଳକ ହେଉଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଏହି ବ୍ଳକ ଏକ ଉନ୍ନତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ୨୪ ଗୋଟି ଗ୍ରାମପଞ୍ଚାୟତ ନେଇ ବ୍ଳକ ଗଠିତ। ଜିଲ୍ଲାର ଅନ୍ଯାନ୍ଯ ବ୍ଳକ ଅନୁପାତରେ ଏହି ବ୍ଲକକୁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବିଭିନ୍ନ ବେସରକାରୀ ସଂସ୍ଥା ମଧ୍ୟ ବ୍ଳକରେ କାର୍ଯ୍ଯ କରୁଥିବା ଦେଖାଦେଇଛି। ତଥାପି ଅଞ୍ଚଳରେ ବିଭିନ୍ନ ସମସ୍ୟା ରହିଥିବା ଏକ ଆଶ୍ଚର୍ଯ୍ୟ ଜଳକ ବିଷୟ ହୋଇପଡିଛି। ଏଦିଗରେ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକମାନେ ଯୋଜନାର ଫାଇଦା ଉଠାଉଛନ୍ତି ବୋଲି କୁହାଯାଉଛି। ଯେଉଁ ବ୍ଳକରେ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ ହେଉଛି ସେହି ବ୍ଳକର ବେକାରୀ ଓ ଦାଦାନ ଭଳି ସମସ୍ୟା ଆହୁରି ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି। ଥୁଆମୁଳ ରାମପୁର ମୁଖ୍ଯାଳୟ ଠାରୁ ତଳନାଗୀ, ପୋଡାପଦର, ସିଲେଟ, କେରପାଇ, ନାକରୁଣ୍ତି, କିଆପଦର, କର୍ଲାପାଟ , ମାଳିଗାଁ, ଅଡ୍ରି, ଗୋପୀପୁର ଗ୍ରାମପଞ୍ଚାୟତ ଗୁଡିକ ଦୂରରେ ରହିଥିବା ଯୋଗୁଁ ସେହି ଗ୍ରାମପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଅଞ୍ଚଳର ଥିବା ସାଧାରଣ ଜନତାଙ୍କ ପାଇଁ ରାସ୍ତାଘାଟର ଅଭାବ ରହିଛି ବୋଲି ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ନେଟୱର୍କ ସମସ୍ୟା ଲାଗିରହିଥିବା ନେଇ ସେହି ଅଞ୍ଚଳରେ ବାସବାସ କରୁଥିବା ଜନସାଧାରଣ ଅନେକ ସମସ୍ୟା ରହିଥିବା ଜଣାପଡେ। ଦୁର୍ଗମ ଅଞ୍ଚଳରେ ବାସବାସ କରୁଥିବା ଜନସାଧାରଣଙ୍କ ସଚେତନତାର ଅଭାବର ସୁଯୋଗ ନେଇ କିଛି ମୁଷ୍ଟିମେୟ ଲୋକେ ଯୋଜନାର ଫାଇଦା ନେଉଥିବା ଯୋଗୁଁ ଅଞ୍ଚଳ ବିକାଶ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଥିବା ଜଣାପଡେ। ତେବେ ସ୍ଥାନୀୟ କିଛି ଲୋକ ସରକାରୀ ଯୋଜନାକୁ ସଠିକ ଭାବରେ ପରିଚାଳନା କରିବେ ତୋ ଅଞ୍ଚଳର ବିକାଶ ସମ୍ଭବ ହେବ ବୋଲି ଲୋକମାନେ କହୁଛନ୍ତି, ଅପରପକ୍ଷରେ ଥୁଆମୁଳ ରାମପୁର ବ୍ଳକର ବିକାଶ ଚାହିଁବାକୁ ହେଲେ ସ୍ଥାନୀୟ ମୁଷ୍ଟିମେୟ ଲୋକେ ଯୋଜନାର ସୁପରିଚାଳନା କରିବାର ଆବଶ୍ୟକତା ରହିଛି। ବିଶେଷ କରି ଏଦିଗରେ ଥୁଆମୁଳ ରାମପୁର ବ୍ଳକର ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ କେତେ ତତ୍ପରତା ଦେଖାଉଛନ୍ତି ତାହା ଆଗକୁ ଦେଖିବାକୁ ବାକିରହିଲା।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆପୋଲୋ ହସ୍ପିଟାଲ ରେ ଜାତୀୟ ସ୍ତରୀୟ ଶଲ୍ୟଚିକିତ୍ସା ସମ୍ମିଳନୀ

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

ଡିଜିଟାଲ ମିଡ଼ିଆ ଜିଟିଭି ଭାରତ ଓଡ଼ିଆର ୭ମ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!