ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କୁ ଶ୍ରଦ୍ଧାଂଜଳି 

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କୁ ଶ୍ରଦ୍ଧାଂଜଳି 

କଟକ : କଟକ ସଦର ୪୨ ମୌଜା ପଟଣା ଗ୍ରାମରେ ଜନ୍ମିତ ପଦ୍ମଶ୍ରୀ ମନୋରଞ୍ଜନ ଦାସ ନବ ନାଟକ ଆନ୍ଦୋଳନର ଅନ୍ୟତମ ପୁରୋଧା । ପଟଣା ରାଧା ମୋହନ ଦୋଳ ମଣ୍ଡପରେ ହେଉଥିବା ସ୍କ୍ରିନ ଟଣା ଡ୍ରାମା ବଉଳ ଗଛ ମୂଳରେ ବସି ଦେଖୁଦେଖୁ ତାଙ୍କ ମନରେ ପ୍ରେରଣା ଉଦ୍ରେକ ହେଲା ନାଟକ ଦେଖିବା ପାଇଁ ଓ ପରେ ସେ ସମାଜରେ ପରିଚିତ ହେଲେ ଆଉ ପଦ୍ମଶ୍ରୀ ଉପାଧି ଲାଭକଲେ । ଆଜି ତାଙ୍କ ଜନ୍ମ ଜୟନ୍ତୀରେ କଟକ ସଦର ୪୨ ମୌଜାର ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପ୍ରଭୁ ରାଧା ମୋହନ କମ୍ୟୁନିଟି ସେଣ୍ଟର୍ ହଲରେ ଉପଦେଷ୍ଟା ମିହିର କୁମାର ନାୟକ,ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ସଭାପତି ସରୋଜ ନଳିନୀ ପରିଜା,ଶିକ୍ଷାବିତ୍ ଅଭୟ ଦାସ ପ୍ରମୁଖ ପିଲାମାନଙ୍କୁ ମନୋରଞ୍ଜନ ଦାସଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଲିଛଡା ବନ୍ଯା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ନେଇ ପ୍ରସ୍ତୁତି ମକଡ୍ରିଲ କରି ଦେଖାଇଲେ ଅଗ୍ନିଶମ ବାହିନୀ

Sunil Chandra Nayak

ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

masiha

ସଂଯୋଗୀ ସଜଫୁଲର ପଶ୍ଚିମାଞ୍ଚଳ ବିଶେଷାଙ୍କ ନିମନ୍ତେ ସମ୍ପାଦନା ମଣ୍ଡଳୀ ଗଠିତ

masiha

Leave a Comment

error: Content is protected !!