ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ଜନ୍ମଦିନ ଅବସରରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଅଛି । ଏହି କ୍ରମରେ ସକାଳେ ସେକ୍ଟର-୧୫/୧୬ ନିକଟରେ ଥିବା ଇସ୍ପାତ ସ୍ଵୟଂ ଶାସିତ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତନ୍ତୀ ଗତ ୨୫ବର୍ଷ ମଧ୍ୟରେ ନାନାଦି ପ୍ରକାରର ଘାତ ପ୍ରତିଘାତ ସହି ଦେଶ ସେବାରେ ନିଜକୁ ସମର୍ପିତ କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦିନଚର୍ଯ୍ୟା ସମ୍ଵନ୍ଧରେ ସମ୍ୟକ ସ୍ମୃତିଚାରଣ କରି ନିଜ ସମାଜ ଏବଂ ନିଜ ଦେଶର ସେବାରେ ନିଜକୁ ସମର୍ପିତ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଦିବା ୧୧ଟା ସମୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଫଳ ବାଣ୍ଟିଥିଲେ ।ସନ୍ଧ୍ୟାରେ ସେକ୍ଟର-୩ ଜଗନ୍ନାଥ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୀର୍ଘାୟୁ ଏବଂ ଶୁଭକାମନା କରି ବିଧାୟକ ଶ୍ରୀ ତନ୍ତୀଙ୍କ ନେତୃତ୍ୱରେ ଦଳର କର୍ମକର୍ତ୍ତା ଏବଂ ଆଖପାଖ ଅଞ୍ଚଳର ଆବାଳବୃଦ୍ଧବନିତା ମାନେ ଏକତ୍ରିତ ହୋଇ ଆଶୀର୍ବାଦର ଦୀପ ଜଳାଇଥିଲେ । ଏଠାରେ ସୂଚନାଯୋଗ୍ୟ କି ଶ୍ରୀ ମୋଦିଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବର ରୁ ଆସନ୍ତା ୧୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରାୟ ଏକମାସ ଧରି ସେବା ସଂକଳ୍ପ ଅଭିଯାନ ନାମରେ ବୃକ୍ଷ ରୋପଣ, ସ୍ୱାସ୍ଥ୍ୟ ସେବା,ଚିକିତ୍ସା ଶିବିର ସମେତ ଅନେକ କାର୍ଯ୍ୟକ୍ରମ ମାନ ଆୟୋଜନ କରିବା ପାଇଁ ଦଳୀୟ ସ୍ତରରେ ନିଷ୍ପତ୍ତି ହୋଇଛି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ପରିସରରେ ପାଳନ ହେଲା ସାମ୍ବତ୍ସରିକ ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତଙ୍କ ଦେହାନ୍ତ; ଝୁରୁଛି ବିଜେଡି, ଝୁରୁଛି ଅଁଳାଯୋଡି

masiha

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ଆସର ଅନୁଷ୍ଠିତ

Leave a Comment

error: Content is protected !!