ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପୋଲିସ ଆସୋସିଏସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର 

ଅବସରପ୍ରାପ୍ତ ପୋଲିସ ଆସୋସିଏସନ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର 

ରାଉରକେଲା : ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ, ରାଉରକେଲା ତରଫରୁ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହୃଦ ରୋଗର ନିରାକରଣ ଓ ଚିକିତ୍ସା ସମ୍ବନ୍ଧୀୟ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଛେଣ୍ଡଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି l ମୁମ୍ବାଇର ଜଗତ୍ ଜୀବନରାମ ରେଳବାଇ ହସ୍ପିଟାଲର କlଡ଼ିଓଲୋଜିଷ୍ଟ ବିଭାଗର ନିର୍ଦ୍ଦେଶକ ସୁନାମଧନ୍ୟ କlଡ଼ିଓଲୋଜିଷ୍ଟ ଡ଼ାକ୍ତର ସୁଶୀଲ କୁମାର ରାଉଳ ଏହି ଶିବିରରେ ଯୋଗ ଦେଇ ହାର୍ଟ ଆଟାକର କାରଣ, ସେଇ ସମୟରେ ଆବଶ୍ୟକ ପ୍ରାଥମିକ ଚିକିତ୍ସା, ତାର ନିରାକରଣ ବିଷୟରେ ଉଦାହରଣ ଦେଇ ବୁଝାଇବା ସହ ଶତାଧିକ ହୃଦରୋଗୀଙ୍କୁ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେଇଥିଲେ l ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ପର୍ସନାଲ ବିଭାଗର ମୁଖ୍ୟ ଶିବାଶିଷ ତ୍ରିପାଠୀଙ୍କ ସହ ଅନ୍ୟାନ୍ୟ ମେଡିକାଲ ଷ୍ଟାଫମାନେ ଏହି ଶିବିରରେ ରକ୍ତ ପରୀକ୍ଷା, ଇସିଜି, ଓଜନ, ବ୍ଲଡ଼ ପ୍ରେସର ଆଦି ମାପିବା ସହ ଡ଼କ୍ଟରଙ୍କୁ ଚିକିତ୍ସାରେ ସହାୟତା କରିଥିଲେ l ଡ଼କ୍ଟର ଶିଶିର କୁମାର ରାଉଳ ଆମ ପୋଲିସ ପରିବାରର ସଦସ୍ୟ ହୋଇଥିଲା ବେଳେ ଛେଣ୍ଡରେ ତାଙ୍କର ବଡ଼ଭାଇ ଅବସରପ୍ରାପ୍ତ ପୋଲିସ ଅଫିସର ଖଗେଶ୍ୱର ରାଉଳ ସପରିବାରର ରହୁଛନ୍ତି l ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରର ସଭାପତି ମହେନ୍ଦ୍ର ମହାନ୍ତି, ଗିରିଜା ଗୋସ୍ୱାମୀ, ଏସଆଇ ମହେନ୍ଦ୍ର ସାହୁ ଓ ଅନ୍ୟମାନେ ଶିବିର ପରିଚାଳନାରେ ସହାୟତା କରିଥିଲେ l ଶିବିରରେ ଆସୋସିସନର ସଭାପତି ବିଶ୍ୱମୋହନ ପଟ୍ଟନାୟକ ଯୋଗ ଦେଇ ଡ଼କ୍ଟର ରାଉଳଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଆହୁରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ଆହ୍ୱାନ ଦେଇଥିଲେ l ଆସୋସିଏସନ ତରଫରୁ ଡ଼କ୍ଟର ରାଉଳଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଆସୋସିଏସନର ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ସାହୁ, ଖଗେଶ୍ୱର ରାଉଳ,ସୁବାସ ବିଶ୍ୱାଳ, ଗୟାଧର ବାରିକ,ଆଦିକନ୍ଦ ନାୟକ,ଖଗେଶ୍ୱର ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ l ଶେଷରେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ବିଜୟ ବରାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ରେ ବିଶ୍ୱକପ ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଏନ୍ଆଇଟି ରାଉରକେଲାର ୨୨ତମ ସମାବର୍ତ୍ତନ ଉତ୍ସବ ଆସନ୍ତା ୨୦ରେ …. 

masiha

ବିଶ୍ବଶାନ୍ତି ପ୍ରତିଷ୍ଠା ପାଇଁ ପୂଜା ଓ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମରେ ସଂଗଠନ, ସାମ୍ବାଦିକା ଓ ସାମ୍ବାଦିକ ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!