ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଏବଂ ଜିଲ୍ଲା ଆରକ୍ଷୀ ନିଯୁକ୍ତି ନେଇ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଏବଂ ଜିଲ୍ଲା ଆରକ୍ଷୀ ନିଯୁକ୍ତି ନେଇ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର – ୩/୦୬ — ମୟୂରଭଂଜ ଜିଲ୍ଲା ଓଡ଼ିଶାର ସର୍ବବୃହତ୍ ଜିଲ୍ଲା ।ଏହା ୨୬ ଟି ବ୍ଳକ ୩ ଟି ପୌରପାଳିକା ଵାରିପଦା,ରାଇରଙ୍ଗପୁର,କରଞ୍ଜିଆ ଏବଂ ୭ଟି ଏନଏସି ଉଦଳା,ବେତନଟି,ରାସଗୋବିନ୍ଦପୁର,ଚିତ୍ରଡା, କପ୍ତିପଦା,ବାଙ୍ଗିରିପୋଷି,ଯଶିପୁର ନେଇ ଗଠିତ । ‌ଏହାର ଭୌଗଳିକ ସ୍ଥିତି ବିଚିତ୍ର । ସରକାର ଲୋକଙ୍କୁ ତ୍ୱରିତ ନ୍ୟାୟ ଆଇନଶୃଙ୍ଖଳା ଦୃଷ୍ଟିରୁ ‌୧୬-୭-୨୦୨୫ ର ନୂତନ ପୋଲିସ ଜିଲ୍ଲା ଘୋଷଣା କରିଛନ୍ତି ।ଏହି ନୂତନ ପୋଲିସ ଜିଲ୍ଲାରେ ବାମନଘାଟୀ ଉପଖଣ୍ଡ ଏବଂ ପଞ୍ଚପିଢ ଉପଖଣ୍ଡର ୧୪ ଟି ଥାନା,୫ ଟି ଫାଣ୍ଡି ଏବଂ ୨ ଟି ବିଟ୍ କୁ ନେଇ ଗଠିତ । ଇତି ମଧ୍ୟରେ ୧୦ ମାସରୁ ଉର୍ଦ୍ଧ୍ଵ ବିତିଗଲାଣି ହେଲେ ଏସପି ନିଯୁକ୍ତି ହୋଇ ପାରିନାହିଁ । ସରକାର ଯଦିଓ ୨ ଦିନ ତଳେ ୩ ଜଣ ନୂତନ ଅତିରିକ୍ତ ଜିଲ୍ଲା ଆରକ୍ଷୀ ନିଯୁକ୍ତି ଘୋଷଣା କରିଛନ୍ତି ।ରାଇରଙ୍ଗପୁର ପୋଲିସ ଜିଲ୍ଲାର ସିମାନ୍ତ ପୂର୍ବ,ପଶ୍ଚିମ,ଉତ୍ତର ଦିଗ ମୁକୁଳା ଏବଂ ଦକ୍ଷିଣରେ ଶିମିଳିପାଳ ଅଭୟାରଣ୍ଯ ।ପଡୋଶୀ ରାଜ୍ୟ ଝାଡଖଣ୍ଡ ରାଜ୍ୟ ଓଡ଼ିଶା ସିମାକୁ ଲାଗିଛି ।ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ଆନ୍ତଃରାଜ୍ୟ ଲୁଟେରା,ଡକାୟତ,ତସ୍କର,ଅସାମାଜିକ ଲୋକେ ଅବାଧରେ ପଶି କ୍ରାଇମ୍ କରି ଖୁବ୍ ଶିଘ୍ର ଖସି ପଳାଇବାକୁ ସମର୍ଥ ହେଉଛନ୍ତି ।ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ,ନାରୀ ନିର୍ଯାତନା,ଗୋଚାଲାଣ,ଜୁଆଡିଙ୍କ ପ୍ରାଦୁର୍ଭାବ ,ବନ୍ଯ ତସ୍କର,କାଠ ମାଫିଆ,ବାଲି,ମୋରମ ପଥର ମାଫିଆଙ୍କ ପ୍ରାଦୁର୍ଭାବ ବଢିଚାଲିଛି ।ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ହଜାର ଟ୍ରିପଲ ବାଲି ଚୋରା ଚାଲାଣ ,ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ଚାଲିଛି ।ନୂତନ ଏସପି ନିଯୁକ୍ତି ବିଳମ୍ବ ନେଇ ସାଧାରଣରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।ତଦସହ ଅଞ୍ଚଳର ଦିର୍ଘ ବର୍ଷର ଦାବି ନୂତନ ରାଇରଙ୍ଗପୁର ଜିଲ୍ଲା ଶିଘ୍ର ଘୋଷଣା କରାଯାଉ ।ଏହାକୁ ନେଇ ରାଇରଙ୍ଗପୁର ଓକିଲ ସଂଘ ସଭାପତି ତଥା ନୂତନ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି ଅକ୍ଷୟ ମହାନ୍ତି ଆଜି ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ରେ ଖବରଦାତାମାନଙ୍କୁ କହିଥିଲେ ପୂର୍ବତନ ସରକାର ଏବଂ ବର୍ତ୍ତମାନର ସରକାର ନୂତନ ରାଇରଙ୍ଗପୁର ଜିଲ୍ଲା ଘୋଷଣା ଓ ଏସପି ନିଯୁକ୍ତି ତୁରନ୍ତୁ ସପ୍ତାହକ ମଧ୍ୟରେ କରନ୍ତୁ ନଚେତ୍ ଆସନ୍ତା ଜୁଲାଇ ୧ ତାରିଖ ଦିନ‌ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।ସେଠାରେ ନୂତନ ରାଇରଙ୍ଗପୁର ଜିଲ୍ଲା ଏବଂ ଏସପି ନିଯୁକ୍ତି ଉପରେ ଆଲୋଚନା ହୋଇ ପରବର୍ତୀ ପଦକ୍ଷେପ ନେବାକୁ ବାଧ୍ୟ ହେବ ।ତେଣୁ ରାଇରଙ୍ଗପୁର ଅଞ୍ଚଳବାସୀଙ୍କ ସ୍ବାର୍ଥ ପ୍ରତି ସରକାର ଗୁରୁତ୍ଵ ଦେବାକୁ ଅନୁରୋଧ କରିଛନ୍ତି ।ଏହି ଖବରଦାତା ସମ୍ମିଳନୀରେ‌ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତୀ ଏବଂ ରାଇରଙ୍ଗପୁର ବିଧାୟକ ଲକ୍ଷ୍ମଣ ମାଝୀ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ 

Sunil Chandra Nayak

ନୂତନ ଥାନା ଅଧିକାରୀଙ୍କୁ ବ୍ଲକ ସ୍ତରୀୟ ବିଜେଡ଼ି ନେତା ଙ୍କ ସାକ୍ଷାତ

Sunil Chandra Nayak

ସ୍ବର୍ଗତ ଫକୀର ମୋହନ ମିଶ୍ର ଙ୍କ ଆଜି ପୁଣ୍ୟ ତିଥିରେ ମନେ ପକାଉଛନ୍ତି ଅଞ୍ଚଳବାସୀ

Leave a Comment

error: Content is protected !!