ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟରସାଇକେଲ ଧକ୍କାରେ ଜଣେ ମୃତ

ମୋଟରସାଇକେଲ ଧକ୍କାରେ ଜଣେ ମୃତ

ବେଲଗୁଣ୍ଠା,୦୨/୦୬, ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଛକରେ ମୋଟର ସାଇକେଲ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ଚିତ୍ତରଞ୍ଜନ ବିଶ୍ଵାଳ (୬୨)। ଏନେଇ ଚିତ୍ତରଞ୍ଜନଙ୍କ ଭଣଜା ମିଥୁନ ବରାଡ (୩୬) ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ମିଥୁନଙ୍କ ଅଭିଯୋଗ ପ୍ରକାରେ ଆଜି ଦିନ ଏକ ଘଣ୍ଟା ତିରିଶି ମିନିଟ୍ ସମୟରେ ଚିତ୍ତରଞ୍ଜନ ଗାଙ୍ଗପୁର ବ୍ୟାଙ୍କ୍ ରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ସିଙ୍ଗିପୁର ଛକରେ ପରିସ୍ରା ଯିବା ପାଇଁ ନିଜ ସ୍କୁଟି ରଖିଥିଲେ। ସେ ରାସ୍ତା ପାର୍ଶ୍ୱରେ ପରିସ୍ରା କରୁଥିବା ସମୟରେ ଆସିକା ପଟୁ ଓଡ଼ି ୦୭ବିବି ୯୩୨୪ ନମ୍ୱର୍ ବିଶିଷ୍ଟ ଏକ ମୋଟସାଇକେଲ ଆସି ଚିତ୍ତରଞ୍ଜନଙ୍କ ଆଗପଟୁ ଜୋର୍ ରେ ଧକ୍କା ଦେଇଥିଲା । ଫଳରେ ଚିତ୍ତରଞ୍ଜନ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ଖବର ପାଇ ମିଥୁନ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଚିତ୍ତରଞ୍ଜନଙ୍କୁ ସାଙ୍ଗ ସାଥିଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିତ୍ତରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୋଟରସାଇକେଲ ଚାଳକଙ୍କ ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନା ଯୋଗୁଁ ହିଁ ଦୁର୍ଘଟଣା ଘଟିଥିବା ନେଇ ମିଥୁନ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଗାଙ୍ଗପୁର ଥାନାରେ ୨୪୯/୨୬ ରେ ଏକ ମାମଲା ରୁଜୁ କରାଯାଇ ଏସ୍. ଆଇ ବିନାୟକ ବିଧାର ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି। ଆସିକାରେ ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

Related posts

ଖଣି ପାଇଁ ବଳି ପଡ଼ିବ ସଂରକ୍ଷିତ ଜଙ୍ଗଲ,  ପ୍ରଶାସନ ଦୃଷ୍ଠିନଦେଲେ ରାଜସ୍ବ ହାନୀକୁ ମଧ୍ଯ ଏଡାଇ ଦିଆଯାଇନପାରେ ! 

masiha

ନୂଆପଡା ଜିଲ୍ଳା ରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

masiha

ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ୪୦ତମ ଶିଶୁମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!