ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ସମସ୍ୟାକୁ ରୋକିବାକୁ ହେଲେ ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀଙ୍କର ସହଯୋଗ ଆବଶ୍ୟକ: ଅତିରିକ୍ତ ଜିଲ୍ଲାପାଳ

କିଶୋର ଓ କିଶୋରୀ ମାନଙ୍କୁ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ସାମିଲ କରିବା ଆବଶ୍ୟକ: ରାୟଗଡ ଜିଲ୍ଲା ପ୍ରଶାସନ

ରାୟଗଡ: ୨୬ /୫ /୨୦୨୩: ଜିଲ୍ଲା ପ୍ରଶାସନ, ରାୟଗଡ ତରଫରୁ ଜିଲ୍ଲାକୁ ଏକ ଶିଶୁ ମିତ୍ର ଜିଲ୍ଲା ଭାବେ ଗଢି ତୋଳିବା ସହିତ ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ଆଜି ରାୟଗଡା ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲାର ସମସ୍ତ ବ୍ଳକର ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଶିଶୁ ମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଏବଂ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କର ସହଯୋଗ ଲୋଡିଥିଲେ I ବାଲ୍ୟ ବିବାହ ଯୋଗୁଁ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢୁଛି କମ ବୟସରେ ଅନେକ ଶିଶୁ ଓ କିଶୋର କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରନ୍ତି ନାହିଁ I ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠ ପଢି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜର କିଛି ଉନ୍ନତି କରିପାରିଥାନ୍ତେ ସେମାନେ ବାଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରନ୍ତି ନାହିଁ I ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ଉଭୟ ପୁଅ ଓ ଝିଅ ମାନଙ୍କର ବୟସ ଯାଞ୍ଚ କରିନେବା ଆବଶ୍ୟକ I ପ୍ରକୃତ ବୟସ ଯାଞ୍ଚ କରିବା ପାଇଁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟର ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ I ସମସ୍ତେ ଏହି ବିଷୟରେ ସଚେତନ ହେବା ସହ ସମସ୍ତ ବ୍ୟକ୍ତି ବିଶେଷ ଓ କିଶୋର କିଶୋରୀ ମାନଙ୍କୁ ଜଣାଇବା ଆବଶ୍ୟକ I ଦକ୍ଷିଣ ଓଡିଶାର ଅନେକ ପୁଅ ଓ ଝିଅ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରି ସାରିଛନ୍ତି ତେଣୁ ଜଣେ ଜାତି ସମାଜର ମୁଖିଆ ହିସାବରେ ନିଜ ନିଜ ଜାତି ସମାଜର ପିଲାମାନଙ୍କୁ ମଧ୍ୟ ସେଭଳି ତିଆରି ହେବା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆହ୍ଵାନ ଦେଇଥିଲେ I ଓଡିଶା ଜୀବିକା ମିଶନ ଓ କୌଶଳ ବିକାଶ ଯୋଜନାରେ କିଶୋର ଓ କିଶୋରୀ ମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି କର୍ମଶାଳାରେ ୧୧ଟି ବ୍ଳକର ପ୍ରାୟ ୫୦ ଜଣ ବିଭିନ୍ନ ଜାତି ସମାଜର ମୁଖିଆ ଯେପରିକି ଲାଞ୍ଜିଆ ସୌରା ସମାଜ, ତୈଳିକ ବୈଶ୍ୟ ସମାଜ, କୁମୁଟି, ଜାତାପୁ, ଗୋପାଳ ସମାଜ, କୁଇ ସମାଜ, ପାଇକ ସମାଜ, ଦୋରା ସମାଜ, ପୂଜାରୀ ବ୍ରାହ୍ମଣ ସମାଜ, ମେଦିରି ସମାଜ ଓ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ମୁଖ୍ୟ ମାନେ ଯୋଗ ଦେଇଥିଲେ I

ଏହି ଅବସରରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା ମମତା ସାହୁ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଉଲ୍ଲାସ ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦ, ଚାଟିକଣାର ଲାଞ୍ଜିଆ ସୌରା ଉନ୍ନୟନ ପରିଷଦ, ପୁଟାସିଙ୍ଗିର ସ୍ୱତନ୍ତ୍ର ଅଧିକାରୀ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦ, ପାର୍ସାଲିର ପୁଷ୍ଟି ଅଧିକାରୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଓ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଏବଂ ଜିଲ୍ଲାର ସମସ୍ତ ସିଡିପିଓ ମାନେ ଉପସ୍ଥିତ ଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଶିଶୁ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ନେଇଥିବା ପଦକ୍ଷେପ ଗୁଡିକୁ ଆଲୋକପାତ କରିଥିଲେ I ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ କାମାକ୍ଷୀ ମଞ୍ଜରି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵହଳଦାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ବରୀ ମନ୍ଦିର ଉନ୍ନତ୍ତି କରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୦’ ଲକ୍ଷ ଟଙ୍କା ଅନୁଦାନ ନେଇ ଅଂଚଳବାସୀକ ତରଫରୁ ଧନ୍ୟବାଦ ଅର୍ପଣ 

Sunil Chandra Nayak

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ରାଜସ୍ବ ଆଦାୟରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଜିଲ୍ଲାପାଙ୍କ ଦ୍ୱାରା ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!