ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ନବରଙ୍ଗପୁର—(ମସିହା)ସଂସଦ ଭବନ ଉଦଘାଟନ ଆସନ୍ତାକାଲି ହେବ। ଭାରତ ସରକାରଙ୍କ ବିଜ୍ଞପ୍ତି ପ୍ରକାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମଦୋର ମୋଦି ଏହାକୁ ଉଦଘାଟନ କରିବେ। ଏହାକୁ ବିରୋଧ କରି ୧୯ ଗୋଟି ରାଜନୈତିକ ଦଳ ଏହାକୁ ବର୍ଜନ କରିଛନ୍ତି ।ଭାରତୀୟ ସଂସଦୀୟ ପରମ୍ପରାରେ ସଂସଦର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ନାମରେ ସଂସଦ ଚାଲେ ରାଜ୍ୟସଭା ଓ ଲୋକସଭା ମିଳିତ ଗୃହକୁ ସେ ସମ୍ଭୋଧନା କରନ୍ତି ଓ ପ୍ରଧାନମନ୍ତ୍ରୀ ଓ ବାଚସ୍ପତିଙ୍କୁ ଶପଥ ପାଠ କରାନ୍ତି ଏଣୁ ମହା ମହିମ ଶ୍ରୀମତୀ ମୁର୍ମୁ ଏହାକୁ ଉଦଘାଟନ କରିବା କଥା କିନ୍ତୁ ଗଣତନ୍ତ୍ରର ଦୁର୍ଭାଗ୍ୟ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବା ହେତୁ କଂଗ୍ରେସର ବରିଷ୍ଠ ନେତା ଶ୍ରୀ ରାହୁଲ ଗାନ୍ଧୀ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି ଏଥିପାଇଁ ଭାରତ ବର୍ଷର ସମସ୍ତ ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କୁ ଅପମାନ ଦେବା ହେତୁ ଆଦିବାସୀ କଂଗ୍ରେସର ଶାଖା ମହା ମହିମ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ଦେଇଛି। ଆଦିବାସୀ କଂଗ୍ରେସର AICC ସଂଯୋଜିକା ତଥା PCC ସମ୍ପାଦିକା ସୁଶ୍ରୀ ହାରାଵତି ଗଣ୍ଡଙ୍କ ନେତୃତ୍ୱରେ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମହା ମୋହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି। ସୁଶ୍ରୀ ଗଣ୍ଡଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ କୁସିଆ ମାଝୀ, ପୁର୍ବତନ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଭାଗିରଥି ନାୟକ, ମଣ୍ଡଳ କଂଗ୍ରେସ ସଭାପତି ଶ୍ରୀ ମଙ୍ଗଳା ମାଝୀ, ସଭାପତି ଶ୍ରୀ କାଳୀ ପ୍ରସାଦ ଦାସ, ସଭାପତି ଶ୍ରୀ କୃଷ ସାନ୍ତା, ପୁର୍ବତନ ସରପଞ୍ଚ ଶ୍ରୀ ସନରାଜ ଗଣ୍ଡ, ସରପଞ୍ଚ ଶ୍ରୀ ଦିବାକର ପୂଜାରୀ, ସାନ୍ତା ସମାଜର ମହିଳା ସେଲ ସଭାନେତ୍ରୀ ଶ୍ରୀମତୀ ଧନକୀ ସାନ୍ତା, ଜିଲ୍ଲା ଚାଷୀ ସେଲ ସଭାପତି ଶ୍ରୀ ବୃନ୍ଦାବନ ତ୍ରିପାଠୀ, ସେବାଦଳ ଜିଲ୍ଲା ମୁଖ୍ୟ ଶ୍ରୀ ଶେଖ ଚାନ୍ଦ ଉସମାନି, ସୋସିଆଲ ମିଡ଼ିଆ ମୁଖ୍ୟ ଶ୍ରୀ ସୁରଜ ଲାଲ ଓ ଅନେକ ଆଦିବାସୀ ନେତୃବୃନ୍ଦ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ଼ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ ତମ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳନ କଲା ଜାତୀୟ କଂଗ୍ରେସ

Sunil Chandra Nayak

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!