ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ଝରିଗାଁ ବିଜେଡ଼ିର ବିକ୍ଷୋଭ

କେନ୍ଦ୍ର ସରକାର ଗରିବଙ୍କ ପେଟକୁ ନାତ ମାରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ମାସିକ ୧୦ କେଜି ଚାଉଳ ପରିବର୍ତେ ବର୍ତ୍ତମାନ ୫ କେଜି ଚାଉଳ ଦେଉଥିବାରୁ ବିଜେଡି ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି।ଏହାସହ ଧାନ କ୍ରୟ ପାଇଁ ବଜେଟରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ୨୦ ହଜାର କୋଟି ଟଙ୍କା କମ ବ୍ୟୟବରାଦ କରିଥିବାରୁ ଏହାର ସିଧାସଳଖ ପ୍ରଭାବ ଗରିବଙ୍କ ଭାତ ହାଣ୍ଡିରେ ପଡିବା ସହ ଚାଷୀ ଅଧିକ ଶୋଷିତ ହେବେ।ତେଣୁ କେନ୍ଦ୍ର ସରକାରଙ୍କ ଏହି ଗରିବ ଏବଂ ଚାଷୀ ମାରଣ ନୀତିକୁ ଝରିଗାଁ ବ୍ଲକ ବିଜେଡି ସମାଲୋଚନା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି।ବ୍ଲକ ବିଜେଡି ସଭାପତି ଟିକଚାନ୍ଦ ମାଝୀ ଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଅନ୍ୟତମ ଅତିଥି ରୂପେ ଜିଲ୍ଲା ସଂଯୋଜକ ପ୍ରମୋଦ ପାଢ଼ୀ, ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ,ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ,ଜିଲ୍ଲା ପରିଷଦ ସଭ୍ୟା ଯମୁନା ଗଣ୍ଡ,ତ୍ରମିଳା ପୂଜାରୀ,ବିଧାୟକ ପ୍ରତିନିଧି ରାମଧର ମାଝୀ,ଲଛମା ଗଣ୍ଡ,ମଦନ ସମାଲ,ସଞ୍ଜୟ ଲେଙ୍କା, ଗୋକୁଳ ପଟ୍ଟନାୟକ, ପ୍ରଫୁଲ୍ଲ ପାଣ୍ଡେ,ସମ୍ବାରୁ ପ୍ରଧାନୀ,ଅନୀଲ ଜୈନ,ମହମ୍ମଦ ଅନିଶ,ମାଧବ କଳାର, ରାମନାଥ ନାୟକ,ସରପଞ୍ଚ ମୋହନ ନାୟକ, ଥବିର ପୂଜାରୀ,ରାଜୁ ସାନ୍ତା,ଚୈତନ ଗଣ୍ଡ,ଭଗତ ମାଝୀ,ଚୈତୁ ମାଝୀ,ରାଖୀରାମ ବଂଜରା,ଜଗଦୀଶ ମାଝୀ, ଟୁନା ଦାସ,ଦୁବରାଜ ସିଂ,ରାକେଶ ଜେନା,ବାବୁଲି ସୁନାନି, ହେମନ୍ତ ପଲେଇ,ପ୍ରଦୀପ ବିଶ୍ୱାସ,କେଲୁ ମାଝୀ,ଜଗତରାମ ଗୌଡ଼,ବଂଶୀ ପନକା,ଚିତ୍ତ ରଞ୍ଜନ ପାଣ୍ଡେ,ପିଙ୍କୁ କାହାଳିଆ ପ୍ରମୁଖ ନେତ୍ରବୃନ୍ଦ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ଶେଷରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶରେ ଦାବିପତ୍ରଟିକୁ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଭାରତୀୟ ଜନତା ପାର୍ଟି ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଙ୍କୁ ସମ୍ବର୍ଦ୍ଧନା ଖୋଲିଲା ନିର୍ବାଚନୀ କାର୍ଯ୍ୟାଳୟ

masiha

ନାଲାରୋଡ କ୍ରୋଏସୀ ମହଲ୍ଲା ମହରମ କମିଟି ତରଫରୁ ବିଜେଡି ପ୍ରାର୍ଥୀ ସରଦାଙ୍କୁ ବିପୁଳ ସମ୍ବର୍ଧନା ଓ ମିଶ୍ରଣ ପର୍ବ 

masiha

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

masiha

Leave a Comment

error: Content is protected !!