ପାପଡାହାଣ୍ଡି,16/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଜଟାବାଲ ପଂଚାୟତ ସଦର ମହାକୁମାରେ ଗୁରୁବାର ବିଦ୍ୟୁତ ବିଲ ପୈଠ କରିନଥିବା ଘରର ବିଦ୍ୟୁତ କାଟକୁ ପ୍ରତିବାଦ କରି ଗ୍ରାମର ମହିଳା ମାନେ ତିନି ଜଣ କର୍ମଚାରୀଙ୍କୁ ତାଲା ଠୁଙ୍କିଥିଲେ | ସକାଳ 11 ଟା ରୁ ତିନି ଜଣ କର୍ମଚାରୀ ସ୍ଥାନୀୟ କମ୍ୟୁନିଟି ହଲ ଭିତରେ ବନ୍ଦି ହୋଇରହିଥିଲେ | ଏ ନେଇ ପାପଡାହାଣ୍ଡି ଏସ ଡିଓଙ୍କୁ ଜଣାଇବା ପରେ ମଧ୍ୟ କୌଣସି କର୍ମଚାରୀଙ୍କ ଦେଖା ମିଳିନଥିଲା | ବିଦ୍ୟୁତ କାଟ ହୋଇଥିବା ଘରର ମହିଳା ମାନେ ସେମାନଙ୍କ ବିଦ୍ୟୁତ ପୁନଃ ସଂଯୋଗ ଲାଗି ଦାବି ଜଣାଇଛନ୍ତି | ସୂଚନା ମୁତାବକ ଜଟାଵାଲ ଗ୍ରାମର ମହାମୟୀ ଓ ନାୟକ ସାହିର ବିଦ୍ୟୁତ ବିଲ ଆଦାୟ ଲାଗି କର୍ମଚାରୀ ମାନେ ଆସିଥିଲେ | ସାହିର ପ୍ରାୟ 10ଘରର ବିଦ୍ୟୁତ କାଟ କରିଥିଲେ | ମହିଳା ମାନେ କର୍ମଚାରୀଙ୍କୁ ନେହୁରା ହେବା ସହ ବିଦ୍ୟୁତ କାଟ ନ କରିବା ଲାଗି ନିବେଦନ କରିଥିଲେ | କିଛି ଦିନର ଅନ୍ତରାଳ ପରେ ସେମାନେ ବିଦ୍ୟୁତ ବିଲ ପୈଠ କରିବେ ବୋଲି କହିଥିଲେ | କିନ୍ତୁ ସେମାନଙ୍କ କଥା କର୍ମଚାରୀ ମାନେ ଶୁଣି ନ ଥିଲେ | ଫଳରେ ଏହାକୁ ଉତେଜନା ଦେଖାଦେଇଥିଲା | ମହିଳା ମାନେ ଅଭିଯୋଗ କରିଛନ୍ତି ଜେ ଗ୍ରାମର ବହୁ ବଡ଼ବଡ଼ିଆ ମାନଙ୍କ ଅଧିକ ବିଲ ଆସିଥିବା ବେଳେ ସେମାନଙ୍କ ବିଦ୍ୟୁତ କାଟ ହେଉନି ଖାଲି ଗରିବ ମାନଙ୍କର କାହିଁକି କାଟ ହେଉଛି | କର୍ମଚାରୀ ମାନେ ଉପରସ୍ତ କର୍ମଚାରୀ ମାନଙ୍କ ନିର୍ଦେଶ କ୍ରମେ ସେମାନେ ବିଦ୍ୟୁତ କାଟ କରିବାକୁ ଆସିଥିଲେ, ସେମାନଙ୍କ ଭୁଲ କଣ ବୋଲି କହିଥିଲେ | ତେବେ 2017 ମସିହାରେ ଗ୍ରାମର ଥିବା 33 କେଭି ଟ୍ରାନ୍ସଫରକୁ ବିଭାଗ ରେପେର ନା ରେ କାଢ଼ିକି ନେଇଗଲେ | ଟ୍ରାନ୍ସଫର ପିଣ୍ଡି ବସିବା ଲାଗି ଗ୍ରାମବାସୀ 40ହଜାରରୁ ଉର୍ଦ୍ଧ ଟଙ୍କା ଆଦାୟ କରିଦେଇଥିଲେ | କିନ୍ତୁ 11 କେଭି ଟ୍ରାନ୍ସଫର ଦେଇ ବିଭାଗ ତୁନି ରହିଯାଇଛି | ଯଦ୍ୱାରା ଗ୍ରାମରେ ବିଦ୍ୟୁତ ସମସ୍ୟା ଲାଗି ରହୁଛି | ଲୋକେ 33 କେଭି ଟ୍ରାନ୍ସଫର ଲାଗି ଦାବି କରୁଥିଲେ ସୁଦ୍ଧା ବିଭାଗ ନିରବ ରହୁଛି | ତେଣୁ ମହିଳା ମାନେ ବିଭାଗ ର ଏପରି ଅପାରଗତା କାର୍ଯ୍ୟକୁ କିଏ ଦାୟୀ ବୋଲି ପ୍ରଶ୍ନ କରିଥିଲେ | ଉତେଜିତ ହୋଇ ତିନି କର୍ମଚାରୀଙ୍କୁ ତାଲା ଠୁଙ୍କି ଦେଇଥିଲେ | କର୍ମଚାରୀ ମାନେ ଯାହା କହିଲେ ବି ଶୁଣି ନ ଥିଲେ | ଏସଡ଼ିଓ ସ୍ଥାନୀୟ ସମାଜସେବିଙ୍କୁ କର୍ମଚାରୀ ଙ୍କୁ ଛାଡି ଦେବା ପାଇଁ କହିଥିଲେ | ଅପରାହ୍ନ 5 ଟା ପରେ ତାଲା ଖୋଲିଥିଲେ | ଆସନ୍ତା କାଲି ସମସ୍ୟାର ସମାଧାନ ନ ହେଲେ ପୁଣି ତାଲା ଠୁଁକିବେ ବୋଲି ଚେତାବନୀ ଦେଇଛନ୍ତି |
next post