ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

ଦେଓବନ୍ଦ ଜଙ୍ଗଲ ପରିବେଶ ଯତ୍ନ ଓ ସୁରକ୍ଷାରେ ବେଲଝରି ଗ୍ରାମବାସୀ

ନବରଙ୍ଗପୁର:(ତା ୦୭/୦୬/୦୨୪)(ରବି ନାରାୟଣ ମହାନ୍ତି)- ଜଙ୍ଗଲ ଓ ମଣିଷ ର ସମ୍ପର୍କ ଆବାହନ କାଳରୁ ରହିଛି। ଉଭୟ ପରସ୍ପର ର ପରିପୂରକ। ବୃକ୍ଷ ଓ ମଣିଷର ସମର୍କ ଅବିଚ୍ଛେଦ୍ୟ। ଜଙ୍ଗଲ ବିନା ମଣିଷ ଜଗତ ର ଅବସ୍ଥିତି ଅସମ୍ଭବ। ବିଶୁଦ୍ଧ ବାୟୁମଣ୍ଡଳ,ଜୈବ ବିବିଧତା,ଜଳବାୟୁ ପରିବର୍ତ୍ତନ ପାଇଁ ଜଙ୍ଗଲ ବୃଦ୍ଧି ଏହାର ଯତ୍ନ ସାଙ୍ଗକୁ ସୁରକ୍ଷା ନିତାନ୍ତ ଆବଶ୍ୟକ। ନହେଲେ ଉତ୍ତପ୍ତ ବାୟୁମଣ୍ଡଳ ମଧ୍ୟରେ ମଣିଷ ସମେତ ବନ୍ୟଜୀବଜନ୍ତୁ ବଞ୍ଚିବା କଷ୍ଟସାଧ୍ୟ। ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି,ସହରୀକରଣ କଳକାରଖାନା ସ୍ଥାପନ ଆଦି ଯୋଗୁ ପ୍ରକୃତି ଦତ୍ତ ଜଙ୍ଗଲ କ୍ଷୟ ସାଙ୍ଗକୁ ଜଙ୍ଗଲ ଜାତ ଦ୍ରବ୍ଯ ଗୁଡିକର ପରିମାଣ ହ୍ରାସ ପାଇବାରେ ଲାଗିଛି। ଉତ୍ତମ ପରିବେଶ ଗଠନ ପାଇଁ ଲତା ଗୁଳ୍ମ ତୃଣ ଶାକ ସବଜି ବୃକ୍ଷ ଆଦିର ଅବସ୍ଥିତି ମଣିଷ ସମାଜ ପାଇଁ ଅତ୍ୟନ୍ତ ପ୍ରୟୋଜନ। ଏସବୁ ଦୃଷ୍ଟିରୁ ସରକାରୀ ସ୍ତରରେ ବନ ବିଭାଗ ପକ୍ଷରୁ ଜଙ୍ଗଲ ସୁରକ୍ଷା,ବୃଦ୍ଧି,ନୂତନ ଜଙ୍ଗଲ ତିଆରି କରିବା, ବନ ସୁରକ୍ଷା କମିଟି କୁ ସଶକ୍ତିକରଣ କରିବା,ଧ୍ଵଂସ ହୋଇଥିବା ଜଙ୍ଗଲର ପୁନଃଉଦ୍ଧାର କରିବା ଆଦି କାର୍ଯ୍ୟ ନିର୍ବାହ ବିଭାଗ ପକ୍ଷରୁ କରାଯାଉଥିଲେ ମଧ୍ୟ ଜଣେ ମଣିଷର ନୈତିକ କର୍ତ୍ତବ୍ୟ ଭାବେ ଜଙ୍ଗଲ ର ସୁରକ୍ଷା ଓ ଯତ୍ନ ନେବା ସମସ୍ତଙ୍କର ଏକ ନୈତିକ କର୍ତ୍ତବ୍ୟ ରହିଛି। ଏସବୁ ଦୃଷ୍ଟିରୁ ଝରିଗାଁ ବ୍ଲକ, ଫୁପୂଗାଁ ପଞ୍ଚାୟତ ବେଲଝରୀ ଗ୍ରାମ୍ୟ କମିଟି ପକ୍ଷରୁ ଆଜିକୁ ୧୫ ବର୍ଷରୁ ଉର୍ଦ୍ଧ ହେବ ପ୍ରାୟ ୨ ଶହ ୫୦ ଏକର ଜମିରେ ରହିଥିବା ଜଙ୍ଗଲ ର ସୁରକ୍ଷା ଓ ଏହାର ଯତ୍ନ କରି ଆସୁଛନ୍ତି ବେଲଝରି ଗ୍ରାମର ବନ ସୁରକ୍ଷା କମିଟି। ବନ ସୁରକ୍ଷା କମିଟି ସଭାପତି ସାରଥୀ ଜାନୀ ଏବଂ କମିଟି ସଦସ୍ୟ ଙ୍କ କହିବା ପ୍ରକାରେ ସୁରକ୍ଷା ଓ ଅଭିବୃଦ୍ଧି ନେଇ କମିଟି ମେମ୍ବର ସମସ୍ତେ ସର୍ବଦା କାର୍ଯ୍ୟ କରି ଆସୁଛନ୍ତି। ଝରିଗାଁ ବନଖଣ୍ଡ ଅଧିନରେ ରେ ଥିବା ମେଦେନା ସେକ୍ସନ ତ୍ଵତ୍ୱାବଧାନରେ ଜଙ୍ଗଲ ସୁରକ୍ଷା ଓ ଏହାର ବିକାଶ ଲାଗି ପ୍ରୟାସ ଜାରି ରଖିଛନ୍ତି ବେଲଝରୀ ବନ ସୁରକ୍ଷା କମିଟି। କମିଟି ଉଦ୍ୟମରେ ସୁରକ୍ଷିତ ଭାବେ ବୃଦ୍ଧି ପାଇଛି ଜଙ୍ଗଲ। ଏଥିରେ ରହିଛି ବିଭିନ୍ନ ପ୍ରକାର ବୃକ୍ଷ ଆଦି,ସେଗୁଡ଼ିକ ମଧ୍ୟରେ ରହିଛି ଶାଳ, ଅଁଅଳା,ହରିଡା ,ବାହାଡା,ଆମ୍ବ,କେନ୍ଦୁ, ସାହାଜ, ଚାହାଁର,ମହୁଲ,ଜାମୁକୋଳି,ଗମ୍ଭାରୀ, ଡୁମୁରି, ଧଅଁଡା, ପିପଳ ଓ ପଳାସ ଆଦି ଗଛ। ବନ କମିଟି ପକ୍ଷରୁ ଏହି ଦୁଇଶହ ଏକର ଜଙ୍ଗଲ ସୁରକ୍ଷା ସାଙ୍ଗକୁ ଏହାର ବୃଦ୍ଧି ଏବଂ ଆଗାମୀ ଦିନରେ ନୂତନ ନୂତନ ଗଛ ଚାରା ଆଣି ଖାଲି ଜାଗା ଗୁଡ଼ିକ ରେ ଚାରା ରୋପଣ ପାଇଁ ଚାରା ଯୋଗାଇଦେବାକୁ ବନ ବିଭାଗକୁ ଜଣାଇଥିବା ବନ ସୁରକ୍ଷା କମିଟି ସଭାପତି ସାରଥୀ ଜାନୀ ପ୍ରକାଶ କରିଛନ୍ତି । ବର୍ତମାନ ସ୍ଥିତିରେ ଶତାଧିକ ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବାରେ ଲାଗିଛି। ସବୁଜ ସୁନ୍ଦର କରି ଜଙ୍ଗଲ ପରିବେଶ କୁ ରଖିଛନ୍ତି ବେଲଝରି ଗ୍ରାମ୍ୟ ଜଙ୍ଗଲ କମିଟି। ଏହି ଜଙ୍ଗଲ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ । ଏହି ଦୁଇଶହ ପଚାଶ ଏକର ଜଙ୍ଗଲ ଆଗାମୀ ଦିନରେ ଘଞ୍ଚ ଜଙ୍ଗଲ ରେ ପରିଣତ କରିବାକୁ ଅଣ୍ଟା ଭିଡିଛନ୍ତି କମିଟି ସଦସ୍ୟ। ଚଳିତ ବର୍ଷ ଜଙ୍ଗଲ ବୃଦ୍ଧି ଓ ଏହାର ସୁରକ୍ଷା ଓ ଯତ୍ନ ପାଇଁ କମିଟି ତାର ଆଗାମୀ ପଦକ୍ଷେପ ନେଇ ଆହୁରି ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି କମିଟି ସଦସ୍ୟ କୃଷ୍ଣ ଜାନୀ,ଡମ୍ବରୁ ସାନ୍ତା, ବସନ୍ତ ପୂଜାରୀ,ଲଖିନାଥ ଗୌଡ଼,ଡମ୍ବରୁ ଜାନୀ,ଦେବିଶିଂ ଜାନୀ,ଟଙ୍କଧର ଗୌଡ଼,ତୁଲାରମ୍ ଗାଣ୍ଡା ,କ୍ଷୀର ଜାନୀ,ଚୈତୁ ଜାନୀ,ରାଇଲା ସାନ୍ତା, ଦେବକୀ ହରିଜନ ଓ ରାଧୀ ସାନ୍ତା ପ୍ରମୁଖ ବନ ସୁରକ୍ଷା କମିଟି ସଦସ୍ୟ। ଜଙ୍ଗଲ ବୃଦ୍ଧି ପାଇଁ ବିଭାଗୀୟ ପ୍ରୋତ୍ସାହନ ଏବଂ ସମସ୍ତ ସୁବିଧା ଯୋଗାଇ ଦେବାକୁ ଝରିଗାଁ ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍

Related posts

ପବିତ୍ର ଗୁରୁ ପୂର୍ଣ୍ଣିମା ମହୋତ୍ସବ ଭାରତୀୟ ବୈଦିକ ରୀତି, ସଂସ୍କୃତି ଓ ପରମ୍ପରାର ପ୍ରତୀକ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ 

masiha

ବାହାନାଗl ରେଳ ଦୁର୍ଘଟଣା ଗ୍ରସ୍ତ ଙ୍କ ଉଦ୍ୟେଶ ରେ ସମୂହ ଦୀପ ପ୍ରଜ୍ବଳନ

Leave a Comment

error: Content is protected !!