ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା

ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା

ରାଉରକେଲା ୨୩/୪, ଇସ୍ପାତ ସହରର ସେକ୍ଟର-୧୯ ଆଇ.ଜି.ଏଚ୍. ନିକଟରେ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ପରବର୍ତ୍ତୀ ସମୟରେ ଆପୋଲୋ ହସ୍ପିଟାଲରେ ପରିବର୍ତ୍ତନ କରାଯିବା ପରେ ଏଠାରେ ବିଭିନ୍ନ ବିଭାଗ ମଧ୍ଯରେ କାର୍ଡିଓଲୋଜି ବିଭାଗ ବିଶେଷ ସଫଳତା ହାସଲ କରିଛି। ଆଜି ଆପୋଲୋ ହସ୍ପିଟାଲ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦିଆଯାଇଛି। ଡାକ୍ତର ଅରବିନ୍ଦ ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ଆଶିଷ ହୋତା (କାର୍ଡିଓଲୋଜି), ଡାକ୍ତର ମିଲନ୍ ଶତପଥୀ (କାର୍ଡିଓଲୋଜି), ଡାକ୍ତର ସମୀର କୁମାର ପାଣିଗ୍ରାହୀ (ସିନିୟର ସର୍ଜନ କାର୍ଡିଓଲୋଜି), ଡାକ୍ତର ଶୁଭୋଜିତ୍ ସାହୁ (କାର୍ଡିଓଲୋଜି ଆନାସ୍ଥେସିଆ)ଙ୍କ ସମେତ ଆପୋଲୋ ହସ୍ପିଟାଲର ସିଓ ଡାକ୍ତର ଅଖିଳ ଜୈନ ପ୍ରମୁଖ ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା ବିଷୟରେ ବଖାଣି ଥିଲେ।

        ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଟିଇଇ ପରିଚାଳିତ ଏଏସଡି କ୍ଲୋଜର ମାଧ୍ୟମରେ ସବୁଠାରୁ ଛୋଟ ଛୁଞ୍ଚି ବିହୀନ ପେସ୍ ମେକର (ଏବୋଟ୍ ୟୁଏସ୍ଏ) ପ୍ରତିରୋପଣ କରାଯାଇ ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ରୋଗର ସଫଳ ଚିକିତ୍ସା କରାଯାଇ ପାରୁଛି ଏବଂ ରୋଗର ନିରାକରଣ କରାଯାଇପାରୁଛି ତାହା ଏହି ସାମ୍ବାଦିକ ସମ୍ମିଳନୀରେ ଜଣ ଜଣ କରି କାର୍ଡିଓଲୋଜି ବିଭାଗର ସମସ୍ତ ଡାକ୍ତର ବର୍ଣ୍ଣନା କରିଥିଲେ। ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ଦ୍ବାରା ବିଗତ ୩ ମାସ ମଧ୍ୟରେ ବହୁ କଷ୍ଟସାଧ୍ୟ କାର୍ଡିଓଲୋଜି ରୋଗର ଚିକିତ୍ସା କରାଯାଇ ରୋଗୀଙ୍କୁ ସଫଳ ଚିକିତ୍ସା କରାଯିବା ସହିତ ରୋଗୀର ଜୀବନକୁ ବଞ୍ଚାଯାଇ ପାରୁଛି ତାହା ଡାକ୍ତରମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ: ନୂତନ ମଣ୍ଡି ବଡଘୁମେର ରୁ ଉଠିଲା ଧାନ

masiha

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

Sunil Chandra Nayak

ମିଟର ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!